Posted inରାଜ୍ୟ

ଅଷ୍ଟ୍ରେଲିଆରେ ସମ୍ମାନିତ ହେଲେ ୩ ଓଡ଼ିଆ ଯୁବ ଗବେଷକ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଅଷ୍ଟ୍ରେଲିଆରେ ଚମକିଲେ ଓଡ଼ିଆ ଯୁବ ଗବେଷକ। ମେଶିନ ଲର୍ଣ୍ଣିଂ ଏବଂ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍ସର ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ଓଡ଼ିଶାର ଗବେଷକ ଡ. ରଞ୍ଜିତ ପାଣିଗ୍ରାହୀ, ଡ. ଆକାଶ କୁମାର ଭୋଇ ଏବଂ ଡ. ପ୍ରଦୀପ କୁମାର ମଲ୍ଲିକ ସମ୍ମାନୀତ ହୋଇଛନ୍ତି। ଏହି ୩ ଗବେଷଣାକାରୀ ଏବଂ ତାଙ୍କ ସହଯୋଗୀମାନେ ମିଳିତ ଉଦ୍ୟମରେ ଅଷ୍ଟ୍ରେଲିୟ ଇନୋଭେସନ୍‌ ପେଟେଣ୍ଟ(ଆଇ.ପି.) ଏବଂ ଅନୁଦାନକୁ ସୁରକ୍ଷିତ କରିବାରେ ସଫଳ ହୋଇଛନ୍ତି।

ମେଶିନ ଲର୍ଣ୍ଣି ହେଉଛି କୃତ୍ରିମ ବୁଦ୍ଧିମତା।ଏହା କମ୍ପ୍ୟୁଟର ପ୍ରୋଗ୍ରାମର ବିକାଶ ଉପରେ ବିଶେଷ ଧ୍ୟାନ ଦେଇଥାଏ। ଏହାଛଡ଼ା ଇଣ୍ଟରନେଟ୍‌ ମାଧ୍ୟମରେ ଅନ୍ୟାନ୍ୟ ଉପକରଣ ତଥା ତଥ୍ୟ ସଂଯୋଗ ଓ ଆଦାନ ପ୍ରଦାନ କ୍ଷେତ୍ରରେ ଏହା କାର୍ଯ୍ୟ କରିପାରିବ। ଏହି ଗବେଷଣା ଅନ୍ୟମାନଙ୍କୁ ନୂତନ ମାର୍ଗ ପ୍ରଦର୍ଶନ କରିବ। ମଣିପାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜୀରେ ଭଦ୍ରକ ନୂଆଶାସନ ଅଞ୍ଚଳର ରଞ୍ଜିତ ଅଧୁନା କମ୍ପ୍ୟୁଟର ଆପ୍ଲିକେଶନ୍‌ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ସମ୍ବଲପୁର ବାବୁବନ୍ଧର ଆକାଶ ସେଠାରେ ଇଲେକ୍ଟ୍ରିକାଲ୍‌ ଏବଂ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ଏହାଛଡ଼ା କେନ୍ଦୁଝର ରଘୁନାଥପୁରନିବାସୀ ପ୍ରଦୀପ କିଟ୍‌ ଡିମ୍ଡ ୟୁନିଭର୍ସିଟିରେ ଆସୋସିଏଟ୍‌ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ଓଡ଼ିଆ ପୁଅ ଭାବେ ଏଭଳି ସଫଳତା ପାଇଥିବାରୁ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri