ସହାୟତା ବାହାନାରେ ଏଟିଏମ୍‌ କାର୍ଡ ବଦଳାଇ ଲୁଟୁଥିଲେ ଟଙ୍କା: ୨ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଲା ଛତ୍ରପୁର ପୋଲିସ

ଛତ୍ରପୁର, ୧୭।୧୧(ଡି.ଏନ୍‌.ଏ.)- ରାଜ୍ୟର ବିଭିନ୍ନ ଜ଼ିଲାରେ ଏଟିଏମ୍‌ରୁ କାର୍ଡ ମାଧ୍ୟମରେ ଟଙ୍କା ଉଠାଣ ବେଳେ ଲୋକଙ୍କୁ ସହାୟତା ଆଳରେ ସେମାନଙ୍କ ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା ଲୁଟ କରୁଥିବା ମାମଲାରେ ଛତ୍ରପୁର ପୋଲିସକୁ ସଫଳତା ମିଳିଛି। ଏଥିରେ ସମ୍ପୃକ୍ତ ୨ କୁଖ୍ୟାତ ଅପରାଧୀଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ହେଲେ ଗଜପତି ଜିଲ୍ଲା ମୋହନା ବସଷ୍ଟାଣ୍ଡ ନିବାସୀ ସୀମାଞ୍ଚଳ ସାହୁ ଓରଫ ଚେରୁ (୨୮) ଓ ସହଯୋଗୀ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ତଥା ବର୍ତ୍ତମାନ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମଡୁମା ଫେଜ-୨ରେ ରହୁଥିବା ଗୋବର୍ଦ୍ଧନ ପାତ୍ର(୩୫)। ସେମାନଙ୍କ ନିକଟରୁ ନଗଦ ୨ ଲକ୍ଷ ୭୦ ହଜାର ଓ ଗୋଟିଏ ସୁନା ମୁଦି, ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଥିବା ୯ ଟି ଏଟିଏମ୍‌ କାର୍ଡ, ଗୋଟିଏ ବଜାଜ ପଲସର୍‌, ଗୋଟିଏ ସ୍କୁଟି ଏବଂ ୨ ଟି ମୋବାଇଲ ପୋଲିସ ଜବତ କରିଛି l ତେବେ ଉଭୟଙ୍କୁ ଗିରଫ ପରେ ପୋଲିସ ଜେରା କରିଥିଲା। ସେମାନେ ଗଞ୍ଜାମ, ନୟାଗଡ, ମାଲକାନଗିରି ଓ ନୂଆପଡା ଜ଼ିଲାରେ ହୋଇଥିବା ୨୪ଟି ଏଟିଏମ୍‌ ଠକେଇ ମାମଲାରେ ଜଡିତ ଥିବା ଜଣାପଡ଼ିଛି। ଏପରିକି ଉଭୟଙ୍କୁ ୧୯ଟି ମାମଲାରେ ପୋଲିସ ଖୋଜୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କଲେ ଅତିରିକ୍ତ ଜିଲାପାଳ

ବନ୍ତ,୨୯।୩(ଡି.ଏନ୍‌.ଏ.): ଅତିରିକ୍ତ ଜିଲାପାଳ(ରାଜସ୍ବ) ଅରୁଣ କୁମାର ମହାପାତ୍ର ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କରିଛନ୍ତି। ନିଳୋକ ହାଇସ୍କୁଲସ୍ଥିତ ଅସ୍ଥାୟୀ...

କାଶିଆ-କେନ୍ଦୁଘାଟୀ ସେତୁ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର, ୪ା୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତର କାଶିଆଠାରୁ କେନ୍ଦୁଘାଟି ପର୍ଯ୍ୟନ୍ତ ବୈତରଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ...

ରଙ୍ଗ୍‌ ନମ୍ବରରୁ ପ୍ରେମ, ବ୍ଲାକମେଲିଂ

ପଦ୍ମପୁର, ୪।୪: ଯୁବତୀଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଭଦ୍ରକ ବ୍ଲକ ସାବରଙ୍ଗ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବନ୍ତ ଥାନା ଅଧୀନ...

ମନୋରଞ୍ଜନ ମନସ୍କ ହେବ ଅନୁଗୋଳ

ଅନୁଗୋଳ ଅଫିସ,୮।୪ କରୋନା କଷଣ ଯୋଗୁ ଦୀର୍ଘ ୨ ବର୍ଷ ହେବ ସଜେଇ ହୋଇ ନ ଥିବା ମଞ୍ଚ ଶୁକ୍ରବାର ସଜ୍ଜିତ ହେବ। ଲାଇଟ୍‌, ସାଉଣ୍ଡ...

ବଲାଙ୍ଗୀର: ଗୋଟିଏ ଦିନରେ ୮ ପଜିଟିଭ ଚିହ୍ନଟ, ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି

ବଲାଙ୍ଗୀର ଅଫିସ, ୨୫ା୫: ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ଅର୍ଥାତ୍‌ ସୋମବାର ଆଉ ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ...

ବରଗଡ଼ରେ କ୍ୟାନସର ପୀଡ଼ିତାଙ୍କ ସମେତ ୫ ନୂଆ କରୋନା ପଜିଟିଭ୍‌

ବରଗଡ଼ ଅଫିସ,୨ା୮: ବରଗଡ଼ ଜିଲାରେ ରବିବାର ପୁଣି ୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭୁବନେଶ୍ବରରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା...

ଏବେ ବି ଲୋକେ ପିଉଛନ୍ତି ଚୁଆପାଣି

ଯାଜପୁର ଅଫିସ,୧୨।୩: ଡ୍ୟାସ୍‌ ବୋର୍ଡ ମନିଟରିଂ ସିଷ୍ଟମ୍‌ (ଡିବିଏମ୍‌ଏସ୍‌)ରେ ଫେବୃୟାରୀ ସୁଦ୍ଧା ଯାଜପୁର ଜିଲାରେ ପାଇପ ଜଳଯୋଗାଣ ପ୍ରକଳ୍ପ ସଂକ୍ରାନ୍ତରେ ୮୩୦ଟି ଅଭିଯୋଗର ସମାଧାନ ହୋଇଛି।...

ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବାଲିଯୋରୀ ଉଚ୍ଚ ପ୍ରାଥମିକ ଉନ୍ନିତ ସ୍କୁଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ମାଡ଼ରେ ଜଣେ ୫ମ...

Advertisement
Archives

Model This Week