Posted inଖେଳ

ଅଷ୍ଟ୍ରେଲିଆ ଗସ୍ତ: ଟ୍ରେନିଂରେ ଟେଷ୍ଟ ଫର୍ମାଟ ପାଇଁ ଭାରତର ଅଭ୍ୟାସ

ସିଡ୍‌ନୀ,୧୮।୧୧ (ପି.ଟି.): ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବାର ଭାରତୀୟ କ୍ରିକେଟ ଦଳ ପ୍ରଥମେ ସୀମିତ ଓଭର କ୍ରିକେଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ମାସରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ତଥା ଅଭ୍ୟାସ କରିଛି। ମଙ୍ଗଳବାର ଖେଳାଳିମାନେ ଟେଷ୍ଟ ମ୍ୟାଚ୍‌ ଭଳି ପରିସ୍ଥିତିରେ ଟ୍ରେନିଂ କରିଥିଲେ। ଦ୍ରୁତ ବୋଲରମାନେ ନାଲି ଓ ଗୋଲାପୀ ବଲ୍‌ରେ ବୋଲିଂ କରିଥିଲେ।
୩ ଫର୍ମାଟ ପାଇଁ ଦଳରେ ସ୍ଥାନ ପାଇଥିବା ସବୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ବୋଲର ଏହି ପ୍ରାକ୍ଟିସ ସେସନରେ ଅଭ୍ୟାସ କରିଥିଲେ। ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଓ ଯୁବ ପେସର ମହମ୍ମଦ ସିରାଜ କୋହଲିଙ୍କୁ ବୋଲିଂ କରିଥିଲେ। ଏହାର ଭିଡିଓ କୋହଲି ନିଜ ଟୁଇଟର ଏକାଉଣ୍ଟରେ ପୋଷ୍ଟ କରିଛନ୍ତି। ‘ଲଭ୍‌ ଟେଷ୍ଟ କ୍ରିକେଟ ସେସନ୍ସ’ ବୋଲି କୋହଲି ଟୁଇଟ୍‌ କରି ଲେଖିଛନ୍ତି। ଆଡିଲେଡ୍‌ରେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ଖେଳିସାରି କୋହଲି ନିଜର ପ୍ରଥମ ସନ୍ତାନ ଜନ୍ମ ପାଇଁ ଭାରତ ପ୍ରତ୍ୟାବର୍ତ୍ତନ କରିବେ। ଟେଷ୍ଟ ମ୍ୟାଚ୍‌ ଖେଳାଯିବା ଶୈଳୀରେ ଖେଳାଳିମାନେ ଭିଡିଓରେ ଅଭ୍ୟାସ କରିବାର ଦେଖାଯାଇଥିଲା। ନନ୍‌ ଷ୍ଟ୍ରାଇକର ଏଣ୍ଡରେ ମଧ୍ୟ ବ୍ୟାଟ୍ସମ୍ୟାନ ରହିଥିଲେ। ପାରମ୍ପରିକ ନେଟ୍ସ ସେସନରୁ ଏହା ସମ୍ପୂର୍ଣ୍ଣ ରୂପେ ଭିନ୍ନ ଥିଲା। ଗତ ଦୁଇମାସ ହେବ ଖେଳାଳିମାନେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିଛନ୍ତି। ତେଣୁ ସୀମିତ ଓଭର କ୍ରିକେଟ ପାଇଁ ଅଭ୍ୟାସକୁ ଟିକିଏ କୋହଳ କରାଯାଇଛି। ଓପନର ଲୋକେଶ ରାହୁଲ ଗୋଲାପୀ ବଲ୍‌ରେ ଅଭ୍ୟାସ କରିଥିଲେ। ଫଳରେ ସେ ପ୍ରଥମ ଟେଷ୍ଟ ଖେଳିବା ସମ୍ଭାବନା ଦୃଢ ହୋଇଛି।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ଏ ନେଇ ଏକ ଭିଡିଓ ପୋଷ୍ଟ କରିଛି। ସାମି ଓ ସିରାଜ ମିଳମିଶି ବୋଲିଂ କରୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି। କିଙ୍ଗ୍ସ ଏକାଦଶ ପଞ୍ଜାବ ତରଫରୁ ଖେଳି ୩୦ ବର୍ଷୀୟ ସାମି ୧୪ଟି ମ୍ୟାଚ୍‌ରୁ ୨୦ ଉଇକେଟ ହାସଲ କରିଛନ୍ତି। ସେ ୩ଟି ଫର୍ମାଟ ପାଇଁ ଦଳରେ ସାମିଲ ହୋଇଛନ୍ତି। ଆଗାମୀ ଟେଷ୍ଟ ସିରିଜରେ ଭାରତ ସାମିଙ୍କ ଉପରେ ନିର୍ଭରଶୀଳ ହେବ। ୨୬ ବର୍ଷୀୟ ସିରାଜ ଗୋଟିଏ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍‌ ଖେଳଛନ୍ତି। ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଖେଳି ସେ ୧୧ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ସୋମବାର ତାରକା ଖଚିତ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ ଅଷ୍ଟ୍ରେଲିଆର ଜୀବନ୍ତ ପିଚ୍‌ରେ ଟେନିସ ବଲ୍‌ରେ ଅଭ୍ୟାସ କରିଥିଲେ। ଦିନିକିଆର ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ନଭେମ୍ବର ୨୭ ଓ ୨୯ ତାରିଖରେ ଖେଳାଯିବ। ଏହାପରେ ଡିସେମ୍ବର ୨ରେ ତୃତୀୟ ଦିନିକିଆ ଆୟୋଜନ ହେବ। ସେହିପରି ପ୍ରଥମ ଟି୨୦ ଡିସେମ୍ବର ୪ରେ କାନବେରାରେ ଓ ଅନ୍ତିମ ଦୁଇଟି ଟି୨୦ ମ୍ୟାଚ୍‌ ଡିସେମ୍ବର ୬ ଓ ୮ ତାରିଖରେ ସିଡ୍‌ନୀରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ

ପୁରୀ,୨୭ା୭ (ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ…

ସମୁଦ୍ର ପଥ ପୁଣି ଅଶାନ୍ତ! ଜାହାଜ ଉପରେ ଆକ୍ରମଣ ପରେ, ଇରାନର ବଡ଼ ଚେତାବନୀ

ତେହରାନ,୨୭।୭: କାସ୍ପିଆନ ସାଗରରେ ଏକ ଇରାନୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ୟୁକ୍ରେନକୁ କଡ଼ା…

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri