ପୁରସ୍କାର ପରେ ପରିଷ୍କାର ନାହିଁ

ଅନୁଗୋଳ ଅଫିସ,୧୮ା୧୧ – ସ୍ବଚ୍ଛ ପରିବେଶ ସହ ଅନ୍ୟ ଉନ୍ନତିକର କାର୍ଯ୍ୟ ପାଇଁ ଗତବର୍ଷ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଥିଲା କାୟାକଳ୍ପ ପୁରସ୍କାର। ମୋଟ୍‌ ୯୩ ନମ୍ବର ରଖି ରାଜ୍ୟର ଅନ୍ୟ ଜିଲାକୁ ଅନୁଗୋଳ ପଛରେ ପକାଇ ଦେଇଥିଲା। ହେଲେ ପୁରସ୍କାର ବାବଦକୁ ମିଳିଥିବା ରାଶି ଏଯାଏ କର୍ମଚାରୀ ପାଇ ନ ଥିବା ବେଳେ ଅନ୍ୟ ଉନ୍ନତୀକରଣ କାର୍ଯ୍ୟ ମଧ୍ୟ କରାଯାଇ ନାହିଁ। ଏପରି କି କାୟାକଳ୍ପ ଟିମ୍‌ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ କାର୍ଯ୍ୟରେ ଲଗାଯାଇ ନାହିଁ। ଆସନ୍ତାବର୍ଷ ପାଇଁ ଅନୁଧ୍ୟାନ କରିବାକୁ କାୟାକଳ୍ପ ଟିମ୍‌ ଖୁବ୍‌ଶୀଘ୍ର ଅନୁଗୋଳ ମେଡିକାଲ ଆସିବ ବୋଲି ସୂଚନା ପାଇବା ପରେ ଏବେ ସ୍ବଚ୍ଛତା ଦିଗରେ ଧ୍ୟାନ ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି।
୨୦୧୯-୨୦ ବର୍ଷରେ କାୟାକଳ୍ପର ସମସ୍ତ ମାନଦଣ୍ଡ ପୂରଣ କରୁ ନ ଥିଲେ ମଧ୍ୟ ଅନ୍ୟ ସମସ୍ତ ଜିଲା ଠାରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଆଗରେ ରହିଥିଲା। ଫାଇନାଲରେ କଳାହାଣ୍ଡି ଜିଲାକୁ ପଛରେ ପକାଇ ଅନୁଗୋଳ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଗତ ଫବୃୟାରୀ ୨୯ରେ ରାଜ୍ୟ ସରକାର ଏ ନେଇ ଘୋଷଣା କରିବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। କାରଣ ପୁରସ୍କାର ବାବଦ ୫୦ ଲକ୍ଷ ଟଙ୍କାରୁ ୧୧ ଲକ୍ଷ ୬୪ ହଜାର ଟଙ୍କା ଏଡିଏମ୍‌ଓ (ମେଡିକାଲ) ଟିମ୍‌ ସଦସ୍ୟଙ୍କୁ ମିଳିବାର ନିୟମ ରହିଛି। କିନ୍ତୁ ପୁରସ୍କାର ଘୋଷଣାର ୮ ମାସ ପରେ ବି ପ୍ରୋତ୍ସାହନ ରାଶି ଅଦ୍ୟାବଧି କର୍ମଚାରୀଙ୍କୁ ମିଳିପାରି ନାହିଁ। ସେହିପରି ଅବଶିଷ୍ଟ ୩୫ ଲକ୍ଷ ଟଙ୍କା ମେଡିକାଲର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଲାଗିବା କଥା। କିନ୍ତୁ ତାହା ମଧ୍ୟ ହୋଇପାରି ନାହିଁ। ଏଥିସହ ଜଳ ସଂରକ୍ଷଣ, ଭର୍ଣ୍ଣିଂ କମ୍ପୋଷ୍ଟ (ସାଧାରଣ ଆବର୍ଜନାରେ ଜିଆ ଛାଡ଼ି ଖତ ପ୍ରସ୍ତୁତ କରିବା), ବିଜୁଳି ସଂରକ୍ଷଣ ପାଇଁ ସୋଲାର ପଦ୍ଧତି ଆପଣାଇବାକୁ ଦିଆଯାଇଥିବା ପରାମର୍ଶ କାର୍ଯ୍ୟକାରୀ କରାଯାଇ ନାହିଁ। ଏ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ୨୦୨୦-୨୧ ବର୍ଷ ପାଇଁ ଅନୁଧ୍ୟାନ କରିବାକୁ କାୟାକଳ୍ପ ଟିମ୍‌ ନିକଟରେ ମେଡିକାଲ ଆସିବ ବୋଲି ଏଡିଏମ୍‌ଓ(ମେଡିକାଲ)ଙ୍କୁ ଆଗୁଆ ଖବର ମିଳିସାରିଲାଣି। କିନ୍ତୁ କର୍ମଚାରୀଙ୍କ ମଧ୍ୟରେ ପୂର୍ବଭଳି ଉତ୍ସାହ ଦେଖାଯାଉ ନାହିଁ। କାୟାକଳ୍ପ ଟିମ୍‌ ମୁଖ୍ୟତଃ ସ୍ବଚ୍ଛତା ଉପରେ ଧ୍ୟାନ ଦେଉଥିବାବେଳେ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଓ ବେଡସିଟ୍‌ର ମାନ ଅନୁଧ୍ୟାନ କରିଥାଏ। ଏଥିସହ ସ୍ବଳ୍ପ ଖର୍ଚ୍ଚରେ କିଭଳି ଉନ୍ନତି କାର୍ଯ୍ୟ କରାଯାଇଛି, ପରିସରକୁ କିପରି ସ୍ବଚ୍ଛ ରଖାଯାଇଛି ତାହା ଦେଖି ନମ୍ବର ପ୍ରଦାନ କରିଥାଏ। କିନ୍ତୁ ଏ ଦିଗରେ ମେଡିକାଲ କର୍ତ୍ତୃପକ୍ଷ ଏଯାଏ ପଦକ୍ଷେପ ନେଇ ନ ଥିବାରୁ ଆସୁଥିବା ଟିମ୍‌ କେତେ ନମ୍ବର ଦେବ ତାହା ମେଡିକାଲରେ ଚର୍ଚ୍ଚାର ବିଷୟ ହୋଇଛି।
କର୍ମଚାରୀଙ୍କ ମନୋବଳ ଭାଙ୍ଗିଯାଉଛି
କାୟାକଳ୍ପରେ ପ୍ରଥମସ୍ଥାନ ଅଧିକାର କରିଲୁ। କିନ୍ତୁ ଆଜି ପର୍ଯ୍ୟନ୍ତ ଆମକୁ ପ୍ରୋତ୍ସାହନ ରାଶି ମିଳିନାହିଁ। ତେଣୁ କର୍ମଚାରୀଙ୍କ ମନୋବଳ ଭାଙ୍ଗିଯାଉଛି। ଏବେ ପୁଣି କାୟାକଳ୍ପ ଟିମ୍‌ ଆସିବ ବୋଲି ଶୁଣିବାକୁ ମିଳୁଛି। ପ୍ରୋତ୍ସାହନ ରାଶି ପାଇଥିଲେ ସମସ୍ତେ ଉତ୍ସାହିତ ହୋଇ କାର୍ଯ୍ୟ କରିଥାନ୍ତେ।
-ମହେଶ ବେହେରା, ସଭାପତି, ସଫେଇ କର୍ମଚାରୀ ସଂଘ
କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଦାୟୀ
କର୍ମଚାରୀ ଖୁସି ରହିଲେ ମେଡିକାଲରେ ରୋଗୀଙ୍କୁ ଉତ୍ତମ ସେବା ମିଳିବ। କିନ୍ତୁ ସେମାନଙ୍କୁ ପ୍ରୋତ୍ସାହନ ରାଶି ମିଳି ନ ଥିବାରୁ ଚଳିତବର୍ଷ ସ୍ବଚ୍ଛତା କାର୍ଯ୍ୟ ଠିକ୍‌ ଭାବେ ହେଉନାହିଁ। ଯଦି ଅନୁଧ୍ୟାନ ପରେ ଜିଲା ପଛରେ ରୁହେ ତା’ହେଲେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏଥିପାଇଁ ଦାୟୀ ରହିବେ।
-ସୁବୋଧ କୁମାର ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି
ସ୍ବଚ୍ଛତା ମାନସିକ ଭାବେ ସୁସ୍ଥ ରଖେ
ମେଡିକାଲର ପରିବେଶ ଯେତେ ସ୍ବଚ୍ଛ ଓ ସୁସ୍ଥ ରହିବ ରୋଗୀମାନେ ସେତେଶୀଘ୍ର ଆରୋଗ୍ୟଲାଭ କରିବେ। ପରିଷ୍କାର ପରିଚ୍ଛନ୍ନ ମାନସିକ ଭାବେ ରୋଗୀଙ୍କୁ ସୁସ୍ଥ କରିଦିଏ। ତେଣୁ କର୍ତ୍ତୃପକ୍ଷ ଏ ଦିଗରେ ଆବଶ୍ୟକ ଧ୍ୟାନ ଦେଇ ପଦକ୍ଷେପ ନେବା ଉଚିତ।
-ଅଭୟ କୁମାର ରାୟ, ବୁଦ୍ଧିଜୀବୀ, ଅନୁଗୋଳ
ସଫେଇ ଉପରେ ଦୃଷ୍ଟି ଦିଆଯିବ
ଗତବର୍ଷ ଜିଲା ପ୍ରଥମ ସ୍ଥାନ ଅଧିକାର କରିଥିଲେ ମଧ୍ୟ ପୁରସ୍କାର ରାଶି ଗତ ଅକ୍ଟୋବର ମାସରେ ଆସିଛି। ତେଣୁ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ କର୍ମଚାରୀଙ୍କ ଡାଟା ବେସ୍‌ ପ୍ରସ୍ତୁତ କରାଯାଉଛି। ଚଳିତମାସ ଶେଷ ସପ୍ତାହରେ ସେମାନଙ୍କୁ ତାହା ପ୍ରଦାନ କରାଯିବ। ସ୍ବଚ୍ଛତାକୁ ନେଇ ଉଠୁଥିବା ପ୍ରଶ୍ନର ଅନୁଧ୍ୟାନ କରାଯିବ।
-ଡା. ଦିଲୀପ ପଟ୍ଟନାୟକ, ଭାରପ୍ରାପ୍ତ ସିଡିଏମ୍‌ଓ


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri