Home Left

ହାତୀପଲଙ୍କ ଉପଦ୍ରବ: ଗ୍ରାମବାସୀ ଆତଙ୍କିତ

ପାଟଣା,୨୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ରେ ୨୩ ଟିକିଆ ହାତୀ ପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ହାତୀପଲ ଦିନବେଳେ ଜଙ୍ଗଲ ଭିତରେ ରହୁଥିବାବେଳେ ସାହେଲେ ଗାଁଭିତରକୁ ପଶି ଆଶି ଆତଙ୍କ ଖେଳାଉଛନ୍ତି। ଏହି ହାତୀପଲ ରବିବାର ପୁଣି କରଞ୍ଜିଆ ରେଞ୍ଜରୁ…

ବାଲି ମାଫିଆଙ୍କ ସହ ବାର୍ତ୍ତାଳାପର ଅଡିଓ ଭାଇରାଲ:ବଦଳିଲେ ଭଣ୍ଡାରିପୋଖରୀ ଥାନାଧିକାରୀ

ଭଦ୍ରକ ଅଫିସ, ୨୫ା୮- ବାଲି ମାଫିଆଙ୍କୁ ସୁହାଇଲା ଭଳି ଥାନାଧିକାରୀଙ୍କ କଥାବାର୍ତ୍ତାର ଅଡିଓ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ବିବାଦୀୟ ହୋଇପଡ଼ିଛନ୍ତି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁ। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏସ୍‌ପି…

କରୋନା ଆକ୍ରାନ୍ତ ହେଲେ ରେସିଂ ଟ୍ରାକ୍‌ର ବାଦ୍‌ଶାହ

ନୂଆଦିଲ୍ଲୀ, ୨୪।୮: ଲିଜେଣ୍ଡ ଧାବକ ତଥା ରେସିଂ ଟ୍ରାକ୍‌ର ବାଦ୍‌ଶାହ ଭାବେ ବିଶ୍ୱରେ ସ୍ବତନ୍ତ୍ର ପରିଚୟ ଲାଭ କରିଥିବା ଜାମାଇକାର ଉସେନ ବୋଲ୍ଟ କରୋନା ଆକ୍ରାନ୍ତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ବିଶ୍ୱର ଏହି ଦ୍ରୁତତ୍ତମ ଧାବକ ନିକଟରେ…

ଦିନକୁ ଗୋଟେ ଓଳି ଖାଉଥିବା ଏହି ଖେଳାଳି ପାଇବେ ଅର୍ଜୁନ ପୁରସ୍କାର

ଔରଙ୍ଗାବାଦ, ୨୪ା୮ (ପି.ଟି.)-ଖେଳ କିପରି ତାଙ୍କ ଜୀବନଶୈଳୀ ବଦଳାଇ ଦେଇଛି ତାହାର ବର୍ଣ୍ଣନା କରିଛନ୍ତି ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଭାରତର ପୂର୍ବତନ ମହିଳା ଖୋ ଖୋ ଅଧିନାୟିକା ସାରିକା କାଲେ। ଦିନ ଥିଲା ପରିବାରର ଆର୍ଥିକ ସମସ୍ୟା…

ନାମଲେଖା ନାଁରେ ଠକେଇ: ୨ ଦଲାଲଙ୍କୁ ବାନ୍ଧିଲା ପୋଲିସ

କଟକ ଅଫିସ,୨୪ା୮-ରାଜ୍ୟର ଏକ ପ୍ରତିଷ୍ଠିତ ସରକାରୀ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଦେବାର ପ୍ରଲୋଭନ ଦେଖାଇ ଜଣେ ବିଦ୍ୟାର୍ଥୀଙ୍କୁ ଠକିଥିବା ୨ ଜଣ ଦଲାଲ ଗିରଫ ହୋଇଛନ୍ତି। ଏହି ଘଟଣା ମର୍କତନଗର ଥାନା ଅଞ୍ଚଳରେ ଘଟିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଭୁବନେଶ୍ୱର ନୟାପଲ୍ଲୀ…

ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପବେଳେ ଶିବଲିଙ୍ଗରେ ଗୁଡ଼େଇ ହେଲା ନାଗ

ଭୋପାଳ, ୨୪।୮: କରୋନା ମହାମାରୀକୁ ନିବାରଣ କରିବା ଲାଗି ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଚାଲିଥିବା। କିନ୍ତୁ ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ଏକ ନାଗ ସାପ ମନ୍ଦିର ଭିତରେ ପ୍ରବେଶ କରି ଶିବ ଲିଙ୍ଗରେ ଗୁଡ଼େଇ ହୋଇଯାଇଥିଲା।…

ରାସ୍ତା ମଝିରେ କରୋନା ଆକ୍ରାନ୍ତଙ୍କୁ ଛାଡ଼ି ପଳାଇଲା ଆମ୍ବୁଲାନ୍ସ

ପଦ୍ମପୁର, ୨୪ା୮(ଡି.ଏନ୍‌.ଏ.)-କରୋନା ଆକ୍ରାନ୍ତ ଜଣେ ମହିଳାଙ୍କୁ କଟକରୁ ଗାଁକୁ ନେଇ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ରାସ୍ତା ମଝିରେ ଛାଡ଼ି ପଳାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବାଲିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନନ୍ଦପାଟଣା ଗ୍ରାମରେ ଏହି…

ଶୀତରୁ ରକ୍ଷା ପାଇଁ ମାଙ୍କଡ଼ ଆପଣାଉଛି ଏମିତି ଉପାୟ, ଦେଖିଲେ ହସିହସି ଗଡ଼ିଯିବେ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ହସିହସି ଗଡ଼ିଯିବେ ଯିବେ। ଭିଡିଓରେ ଏକ ମାଙ୍କଡ଼କୁ ବରଫ ପାହାଡ଼ରେ ଥିବା ଦେଖିବାକୁ ମିଳିଛି।…

ସର୍ଭେରୁ ସାମ୍ନାକୁ ଆସିଲା ତଥ୍ୟ; ପୋଷ୍ଟ ଗ୍ରାଜୁଏଟ୍‌ ମାଗୁଛନ୍ତି ଭିକ, ୧୯୨ ଜଣ ପଢ଼ିଛନ୍ତି ଯୁକ୍ତ ୨

ଜୟପୁର, ୨୪।୮: ଖୁବ୍‌ ଶୀଘ୍ର ଭିକାରୀମୁକ୍ତ ହେବାକୁ ଯାଉଛି ରାଜସ୍ଥାନର ରାଜଧାନୀ ଜୟପୁର। ନିକଟରେ ଭିକାରୀଙ୍କ ଥଇଥାନ ଲାଗି ଜୟପୁର କମିସନରେଟ୍‌ ପୋଲିସ ଥାନାସ୍ତରରେ ସର୍ଭେ ଆରମ୍ଭ ହୋଇଛି। ଯେଉଁଥିରେ ସେମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଉଛି। ଏହି ସର୍ଭେରେ…

ଦିଗପହଣ୍ଡି ତହସିଲଦାରଙ୍କୁ ଆକ୍ରମଣ ଘଟଣା: ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାଁରେ ମାମଲା

ଦିଗପହଣ୍ଡି,୨୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗାଁରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅଦୈତ କୁମାର ସ୍ବାଇଁ ଏବଂ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡଙ୍କୁ ଶନିବାର ଆକ୍ରମଣ ହୋଇଥିଲା। ଏହି ଘଟଣାରେ କେ.ନୂଆଗାଁ ଥାନାରେ ୨୦ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ନାଁରେ…

ହସ୍ପିଟାଲରେ ହତ୍ୟାକାଣ୍ଡ: ରୋଗୀକୁ ପିଟି ପିଟି ମାରିଲେ ରୋଗୀ

ରାଞ୍ଚି, ୨୪।୮: ହସ୍ପିଟାଲରେ ହତ୍ୟାକାଣ୍ଡ। ଜଣେ ବୃଦ୍ଧ ରୋଗୀକୁ ପିଟି ପିଟି ମାରିଦେଇଛନ୍ତି ଚିକିତ୍ସିତ ହେବାକୁ ଆସିଥିବା ଅନ୍ୟଜଣେ ରୋଗୀ। ଏଭଳି ଏକ ଅଭାବନୀୟ ଘଟଣା ଝାଡ଼ଖଣ୍ଡ ଚତରା ସଦର ହସ୍ପିଟାଲରେ ଘଟିଯାଇଛି। ମୃତ୍ୟୁବରଣ କରିଥିବା ରୋଗୀଙ୍କ ନାମ ଦଢନ ଭୂୟଁା।…

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଚଣ୍ଡିଗଡ,୨୪।୮-ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରାଇନେବାକୁ ସେ ପରାମର୍ଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri