ଅନ୍ଧାରୀ କପ କ୍ରିକେଟ ଟୁର୍ନାମେଣ୍ଟ: ବାଟଗାଁ ଚାମ୍ପିୟନ

ନାକଟିଦେଉଳ,୩୧ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ବଳମ ଗ୍ରାମ ୟୁଥ୍‌ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଅନ୍ଧାରୀ କପ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ନାକଟିଦେଉଳ ଏକାଦଶକୁ ହରାଇ ବାଟଗାଁ ଦଳ ଚାମ୍ପିୟନ ହୋଇଥିଲା। ବାଟଗାଁ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୬ଉଇକେଟ ହରାଇ ୧୧୨ରନ କରିଥିଲା। ଜବାବରେ ନାକଟିଦେଉଳ ଏକାଦଶ ୯ ଉଇକେଟ ହରାଇ ୧୦୧ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ବାଟଗାଁର ଚିଣ୍ଟୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ଦୀପକ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ। ନାକଟିଦେଉଳ ଦଳର ଅଭିଷେକ ସାହୁଙ୍କୁ ସୁପର ଷ୍ଟ୍ରାଇକର ଭାବେ ପୁରସ୍କୃତ କରାଯାଇଥିଲା। ଖେଳ ପରିଚାଳନା କରିଥିଲେ ଝସକେତନ ବିଶ୍ୱାଳ ଓ ଲିପୁନ ବିଶି। ଉଦ୍‌ଯାପନୀ ସମାରୋହରେ ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ ମୁଖ୍ୟଅତିଥି ଓ ବଡିଓ ବିବେକାନନ୍ଦ ସାହୁ, ବଳମ ସରପଞ୍ଚ ବୀରେନ କୁମାର ପ୍ରଧାନ, ସମିତିସଭ୍ୟ ନେତ୍ରାନନ୍ଦ ରାଉଳ, ଶିକ୍ଷୟିତ୍ରୀ ସଂଯୁକ୍ତା ପାଇକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ବାଟଗାଁ ଦଳ ଓ ଉପବିଜେତା ନାକଟିଦେଉଳ ଦଳକୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। କ୍ଲବର ଉପଦେଷ୍ଟା ସମୀର କୁମାର ସେଠୀ ଅତିଥି ପରିଚୟ ସହ ଧନ୍ୟବାଦ ଦେଇଥିଲେ।

ଫଟୋ: ଟ୍ରଫି ସହ ଚାମ୍ପିୟନ ଟିମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ହତ୍ୟା ଧମକ

ଗୋପାଳପୁର,୨୬ା୨: କାନ୍ଥକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଜଣେ ମହିଳାଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ ଦେଇଥିବା ଗୋପାଳପୁର ଥାନାରେ ବୁଧବାର ଅଭିଯୋଗ...

୨୨ ବର୍ଷ ହେବ ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲେ ମା’

ଖୋର୍ଦ୍ଧା ଅଫିସ,୨୦।୬: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୨୨ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରିପାଇଛନ୍ତି ମା’। ଏଭଳି ଘଟଣା...

ବାତ୍ୟା ସମୟରେ ଭଦ୍ରକରେ ୬୯ ଶିଶୁ ଜନ୍ମ

ଭଦ୍ରକ,୨୭।୫: ଭଦ୍ରକ ଜିଲା ପ୍ରଶାସନର ରେକର୍ଡ ଅନୁଯାୟୀ, ୟାସ୍‌କୁ ଦୃଷ୍ଟିରେ ରଖି ୨୨୪ ଜଣ ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଆଶା ଓ...

ବେଦାନ୍ତର ଅସୁରକ୍ଷିତ ଖଣି

ଯାଜପୁର ଅଫିସ,୧୫।୬: ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯାଜପୁର ଜିଲା ସୁକିନ୍ଦା ବ୍ଲକର ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ହୋଇପଡ଼ିଛି। କାରଣ ଖଣି ଗର୍ତ୍ତଠାରୁ ମାତ୍ର...

କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଆଠଗଡ଼, ୧୬।୯(ଡି.ଏନ୍‌.ଏ.): କଟକ ଜିଲା ଆଠଗଡ଼ ରେଞ୍ଜ ଅନ୍ତର୍ଗତ ତିଗିରିଆ ହରିଡ଼ାପଶି ଅଞ୍ଚଳର କୁଣ୍ଡଳୀ ଜଙ୍ଗଲରୁ ସୋମବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି।...

ଡ୍ରୋନ୍‌ରେ ପଠାଗଲା ରୋଗୀଙ୍କ ରକ୍ତ ନମୁନା

କେସିଙ୍ଗା,୨୧।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ବିଦ୍ୟାପୀଠ ଖେଳ ପଡ଼ିଆରୁ ସୋମବାର ୧୫ ଜଣ ରୋଗୀଙ୍କ ରକ୍ତ ନମୁନା ଗ୍ରହଣ କରି ପରୀକ୍ଷା ପାଇଁ ଡ୍ରୋନ...

ରାସ୍ତା କଡ଼ରେ ପଡ଼ିଛି ଗୁରୁତର ହେଟା ବାଘ

କୋକସରା,୧୮ା୧(ଡି.ଏନ.ଏ): କୋକସରା ବ୍ଲକ କାଉଡୋଲା ୨୬ ନଂ ଜାତୀୟ ରାଜପଥ ଡୁମେର ବନ୍ଦ ନିକଟରେ ମଙ୍ଗଳବାର ଏକ ହେଟା ବାଘ ଗୁରୁତର ହୋଇ ରାସ୍ତା କଡ଼ରେ...

ରେଙ୍ଗାଳିରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ

କଣିହା,୨୨।୮(ଡି.ଏନ୍‌.ଏ.): ଅନୁଗୋଳ ରେଙ୍ଗାଳି ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ସୋମବାର ଛଡ଼ାଯାଇଛି। ଡ୍ୟାମର କେବଳ ଗୋଟିଏ ଗେଟ (୮ ନଂ.)ଖୋଲା ଯାଇଛି । ୮ ନମ୍ବର...

Advertisement
Archives

Model This Week