ଜେପିଏଲ୍‌ କ୍ରିକେଟ ଟୁର୍ନାମେଣ୍ଟ: ଖୁଣ୍ଟବନ୍ଧ ଚାମ୍ପିୟନ

ଜହ୍ନାପଙ୍କ, ୩୧।୧୨ (ଡି.ଏନ.ଏ): ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ମେଡିକାଲ ପଡ଼ିଆରେ ୟୁଥ ସ୍ପୋର୍ଟିଂ ଆନୁକୂଲ୍ୟରେ ଚାଲିଥିବା ୨ୟ ଜେପିଏଲ କ୍ରିକେଟ ପ୍ରତିଯୋଗିତା ଗୁରୁବାର ଫାଇନାଲ ଖେଳ ସହ ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ସେମିଫାଇନାଲ ଜହ୍ନାପଙ୍କ ଦଳ ଏବଂ ଖୁଣ୍ଟବନ୍ଧ ଦଳ ମଧ୍ୟରେ ହୋଇଥିଲା। ଜହ୍ନାପଙ୍କ ବ୍ୟାଟିଂ କରି ୧୦ ଓଭରରେ ୮ ଉଇକେଟ ହରାଇ ୬୫ ରନ୍‌ କରିଥିଲା। ଖୁଣ୍ଟବନ୍ଧ ୯.୧ ଓଭରରେ ୩ ଉଇକେଟ ହରାଇ ୬୬ ରନ୍‌ କରି ଫାଇନାଲରେ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲ ବନ୍ଧାପଥର ଓ ତେଲିବନ୍ଧ ମଧ୍ୟରେ ହୋଇଥିଲା। ବନ୍ଧାପଥର ବ୍ୟାଟିଂ କରି ୧୦ ଓଭରରେ ୫ ଉଇକେଟ ହରାଇ ୧୦୧ ରନ୍‌ କରିଥିଲା। ଜବାବରେ ତେଲିବନ୍ଧ ୧୦ ଓଭରରେ ୩ ଉଇକେଟ ହରାଇ ୯୩ ରନ୍‌ କରିଥିଲା। ବନ୍ଧାପଥର ୮ ରନ୍‌ରେ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲ। ଅପରାହ୍ନରେ ବନ୍ଧପଥର ଓ ଖୁଣ୍ଟବନ୍ଧ ମଧ୍ୟରେ ଫାଇନାଲ ମ୍ୟାଚ୍‌ ହୋଇଥିଲା। ବନ୍ଧପଥର ବ୍ୟାଟିଂ କରି ୭.୧ ଓଭରରେ ସମସ୍ତ ଉଇକେଟ ୩୮ ରନ୍‌ କରିଥିଲା । ଖୁଣ୍ଟବନ୍ଧ ୭.୫ ଓଭରରେ ୩ ଉଇକେଟ ହରାଇ ୪୦ ରନ୍‌ କରି ୭ ଉଇକେଟରେ ବିଜୟ ହୋଇ ଚାମ୍ପିୟନ ହୋଇଥିଲା। ଖେଳକୁ ଅବନୀ, ପିଣ୍ଟୁ, ବିଭିଷଣ, ବଣ୍ଟି, ଜିପୁନ ହୋତା, ଜଣକ ବାରିକ ପରିଚାଳନା କରିଥିଲେ । ଅବନୀ ବାରିକ ସ୍କୋରର ଦାୟିତ୍ୱ ତୁଲାଇଥିଲେ। ଶାନ୍ତନୁ ଜେନା ଓ ଗାର୍ଗବ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ପ୍ରଫୁଲ୍ଲ କୁମାର ଜେନା ମୁଖ୍ୟଅତିଥି, ସୁଧାଂଶୁଶେଖର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପବିଜେତା ଦଳକୁ ଟ୍ରଫି ସହ ୩୩୦୦ ଟଙ୍କା ଓ ଚାମ୍ପିୟନ ଦଳକୁ ଟ୍ରଫି ସହ ୪୪୦୦ ଟଙ୍କା ପୁରସ୍କୃତ କରିଥିଲେ । ପ୍ରଫୁଲ୍ଲ ମ୍ୟାନ ଅଫ୍‌ ଦି ମ୍ୟାଚ ଓ ସମୀରଙ୍କୁ ମ୍ୟାନ ଅଫ୍‌ ଦି ସିରିଜ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri