ଗଞ୍ଜାମରେ ୭ ଘଣ୍ଟା ୧୪୪ ଧାରା

ଛତ୍ରପୁର,୩୧ା୧୨(ଡି.ଏନ.ଏ.)-ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲେ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ସରକାର ଏଥିରେ କଟକଣା ଲଗାଇଛନ୍ତି। ଗୁରୁବାର ରାତି ୧୦ରୁ ଶୁକ୍ରବାର ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ହୋଇଛି। ଏହି ପରିପ୍ରେକ୍ଷୀରେ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଗଞ୍ଜାମ ଜିଲାପାଳ ନିଜ କ୍ଷମତା ପ୍ରୟୋଗ କରି ଗୁରୁବାର ରାତି ୧୦ଟାରୁ ଶୁକ୍ରବାର ସକାଳ ୫ଟା ପର୍ଯ୍ୟନ୍ତ ଜିଲାରେ ୧୪୪ ଧାରା ଜାରି କରିଛନ୍ତି। ଏହି ୭ ଘଣ୍ଟା ଜିଲାର କୌଣସି ହୋଟେଲ, କ୍ଲବ, ପାର୍କ, କଲ୍ୟାଣ ମଣ୍ଡପରେ ଜିରୋନାଇଟ କିମ୍ବା ନୂଆବର୍ଷ ସ୍ବାଗତ ପାଇଁ କୌଣସି କାର୍ଯ୍ୟକ୍ରମ ହୋଇପାରିବନି ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପରିବହନକୁ ଏଥିରୁ ବାଦ୍‌ ଦିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରି କଡାକଡି ଯାଞ୍ଚ କରିବାକୁ ଗଞ୍ଜାମ ଓ ବ୍ରହ୍ମପୁର ଏସ୍‌ପିଙ୍କୁ ଜିଲାପାଳ ନିର୍ଦ୍ଦେଶନାମା ପଠାଇଛନ୍ତି । କେହି ବ୍ୟକ୍ତି ୧୪୪ ଧାରା ଖିଲାପ କଲେ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ସବୁଦିନ ଦାରୁଦିଅଁ ଦର୍ଶନ

ପୁରୀ ଅଫିସ,୧୧।୨: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଥିବା କଟକଣାକୁ କୋହଳ କରାଯାଇଛି। ବୁଧବାର ଏନେଇ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର (ଏସ୍‌ଓପି) ଜାରି ହୋଇଛି। ନୂତନ...

ପାର୍ସଲ ବଗିରୁ ସାମଗ୍ରୀ ଚୋରି ଘଟଣାର ପର୍ଦ୍ଦାଫାଶ: ଷ୍ଟେଶନ ମାଷ୍ଟର ସମେତ ୩ ଗିରଫ

ଭଦ୍ରକ ଅଫିସ, ୪ା୧୨- ବିଭିନ୍ନ ଟ୍ରେନର ପାର୍ସଲ ଭ୍ୟାନରେ ପଠାଯାଉଥିବା ପ୍ୟାକେଟ୍‌କୁ ଚତୁରତାର ସହ ଖୋଲି ସେଥିରୁ ସାମଗ୍ରୀ ଚୋରି କରାଯିବା ଘଟଣାର ପର୍ଦ୍ଦାଫାଶ ହୋଇଛି।...

ପେନସନ ଦାନ କଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୨୫।୩(ସ୍ବ.ପ୍ର.)- କରୋନା ଭାଇରସ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାସକର ପେନସନ ଦାନ କରିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦାର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା।...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୩୦।୩: ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ତୃତୀୟ ପର୍ଯ୍ୟାୟ ରଥ...

ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା: କାରକୁ ଟାଣି ନେଲା ମ୍ୟାଗନେଟ

ବଅଁରପାଳ,୫।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ ସ୍ମେଲଟର ପ୍ଲାଣ୍ଟର ପଟ୍‌ଲାଇନ୍‌ ଏ ଓ ବି ମଧ୍ୟସ୍ଥଳରେ ମଙ୍ଗଳବାର ସକାଳେ ଜଣେ ଠିକାଦାରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମ୍ପୃକ୍ତ...

ଅଭାବୀ ସଂସାରର ଚାହିଦା ମେଣ୍ଟାଉଛି ପାଣି ସାରୁ

ମହାକାଳପଡ଼ା,୧୮ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ବହୁ ଅଭାବୀ ଲୋକମାନଙ୍କର ଚାହିଦା ମେଣ୍ଟାଉଛି ପାଣି ସାରୁ। ଏହି ସାରୁକୁ ଅଭାବୀ ଶ୍ରେଣୀର ଲୋକେ...

ଅପମିଶ୍ରିତ ମଦ ନେଲା ଜୀବନ

ବନ୍ତ,୮।୪: ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ଅଭିମନ୍ୟୁ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମଦ ଜନିତ ମୃତ୍ୟୁ ଘଟିଥିବା ଅଭିଯୋଗ...

ମାଗଣାରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ

ପୁରୁଷୋତ୍ତମପୁର,୨୩ା୨(ଡି.ଏନ.ଏ.)-ଗଞ୍ଜାମର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ତାରାତାରିଣିଙ୍କ ଚୈତ୍ର ଯାତ୍ରା ଆସନ୍ତା ମାର୍ଚ୍ଚ ମାସ ୧୦ ତାରିଖଠାରୁ ହେବ। ଏହାର ସୁପରିଚାଳନା ଲାଗି ଶନିବାର ଗଞ୍ଜାମ ଜିଲାପାଳ...

Advertisement
Archives

Model This Week