ମନ୍ଥର ଗତିରେ ଧାନକିଣା : ଅପେକ୍ଷାରେ ବସିଛନ୍ତି ୨୭ହଜାର ଚାଷୀ

ସୋନପୁର,୩୧।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଧାନ କିଣା ଆରମ୍ଭ ହେବା ଇତିମଧ୍ୟରେ ୪୦ଦିନ ବିତିଲାଣି । ସରକାର ଜିଲାର ଚାଷୀଙ୍କଠାରୁ ୩ ଲକ୍ଷ ୪୦ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଏ ପର୍ଯ୍ୟନ୍ତ ଟାର୍ଗେଟ୍‌ ଦେଇଛନ୍ତି। ମାତ୍ର ଗୁରୁବାର ସନ୍ଧ୍ୟା ସୁଦ୍ଧା ୧୯ ଲକ୍ଷ ୭୪ ହଜାର ୭୧୬ କୁଇଣ୍ଟାଲ ସଂଗ୍ରହ ହୋଇଛି। ୬୨ଟି ପ୍ୟାକ୍ସ ଓ ୩୮ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନକିଣା ଆରମ୍ଭ କରିଛନ୍ତି। ଚାଷୀଙ୍କ ଟୋକନ୍‌ ଆସିଥିବା ବେଳେ ମଣ୍ଡିରେ ଧାନ ବିକ୍ରି ହୋଇପାରୁନାହିଁ। ମଣ୍ଡିଗୁଠିକରେ ହଜାରେରୁ ଊର୍ଦ୍ଧ୍ୱ ଧାନ ବସ୍ତା ପଡି ରହିଛି। ଧାନକିଣା ସହିତ ମିଲର୍ସଙ୍କ କୌଣସି ସମ୍ପର୍କ ନ ଥିବା ବେଳେ ଜିଲାରେ କିନ୍ତୁ ନିୟମ ଅଲଗା। ମିଲର୍ସ ନ ଆସିଲେ ପ୍ୟାକ୍ସ ଓ ଏସଏଚ୍‌ଜି ଧାନ କିଣୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ହେଲେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଅନ୍ୟପକ୍ଷେ ଡୁଙ୍ଗୁରିପାଲି ବ୍ଲକ ସୁନାପାଲିର ୭ଜଣ ଚାଷୀଙ୍କ ଟୋକନ୍‌ ଲାପ୍ସ ହୋଇଯାଇଛି। ମିଲର୍ସ ଆସୁ ନ ଥିବା ଦର୍ଶାଇ ଏସ୍‌ଏଚ୍‌ଜି ଧାନ କିଣି ନ ଥିଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଜିଲାରେ ମୋଟ ୧୦୫ଟି ମଣ୍ଡି ଖୋଲିଛି। ଖରିଫ ଧାନ ବିକ୍ରି ପାଇଁ ୫୫ହଜାର ୭୦୨ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥିମଧ୍ୟରୁ ୩୧ତାରିଖ ସୁଦ୍ଧା ୨୭୭୪୨ଜଣ ଚାଷୀ ମଣ୍ଡିରେ ବିକ୍ରି କରିଛନ୍ତି। ଆହୁରି ୨୭ହଜାର ୯୬୦ଜଣ ଚାଷୀ ଧାନ ବିକ୍ରି କରିବାକୁ ବାକିଥିବା ଜଣାପଡିଛି। ଜିଲାରେ ଗତ ବର୍ଷଠାରୁ ଅଧିକ ୮ହଜାର ଚାଷୀ ଧାନ ବିକିବା ପାଇଁ ପଞ୍ଜୀକରଣ କରିଛନ୍ତି। ସୁବର୍ଣ୍ଣପୁର ଜିଲାର ୪୧ ଓ ସମ୍ବଲପୁର ଜିଲାର ୨ ମିଲର୍ସ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଯୋଗାଣ ନିଗମ ସହିତ ଚୁକ୍ତିନାମା କରିଛନ୍ତି। ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ସମେତ ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଭଳି ଅଣଜଳସେଚିତ ବ୍ଳକ ଅଞ୍ଚଳରେ ସମାନ ଅବସ୍ଥା। ଡୁଙ୍ଗୁରିପାଲି ବ୍ଲକର ତମାମୁରା, ବଡକର୍ଲେ, ସମଲେଇଚୁଆଁ, ବେହେରାମାଲ, ବିନିକା ବ୍ଲକର କଇଁତରା, ବୀରମହାରାଜପୁର ବ୍ଲକ ବହଳପଦର, ହିଲୁଙ୍ଗ, ମୁର୍ଷୁଣ୍ଡି ଓ ଉଲୁଣ୍ଡା ମଣ୍ଡିରେ ଧାନ ବିକ୍ରି ନ ହୋଇ ପଡିରହିଛି। ଧାନ ବିକ୍ରି ବିଳମ୍ବ ହେଉଥିବାରୁ ଋଣ ଟଙ୍କା ସୁଝିବା ପାଇଁ ଚାଷୀଙ୍କ ଉପରେ ଚାପ ପଡୁଛି। ଏହି ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୂପକାର କୁହନ୍ତି, ଧାନ କିଣାରେ ସେମିତି କିଛି ସମସ୍ୟା ନାହିଁ। ଅଧିକ ମିଲର୍ସ ଏହି ପ୍ରକ୍ରିୟାରେ ସାମିଲ ହେଲେ ଧାନକ୍ରୟ ଆହୁରି ତ୍ୱରାନ୍ବିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାଳୁଆ ନଗର, ବାସୁଦେବ ନଗର ପ୍ରତି ପ୍ରଶାସନର ଅଣଦେଖା

ବ୍ରହ୍ମପୁର ଅଫିସ, ୨୭ା୯: ବ୍ରହ୍ମପୁର ସହରତଳି ଅଞ୍ଚଳ ତଥା ଲୋଚାପଡା ପଞ୍ଚାୟତ ଅଧୀନ କାଳୁଆନଗର ଓ ବାସୁଦେବନଗର ଅଞ୍ଚଳରେ ରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା...

ଭୋଗ ହେଉ ନ ଥିବାରୁ ଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଦେବଗଡ଼,୮।୧୦, (ଡି ଏନ ଏ): ସାରା ବିଶ୍ୱର ଆରାଧ୍ୟ ପ୍ରତିଟି ଜନ ସାଧାରଣଙ୍କ ଭାବାବେଗ ସହ ଜଡିତ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ଠାରେ ଥିବା...

ସୁସ୍ଥ ହେଲେ ଆଉ ୩୪୮୪ କରୋନା ଆକ୍ରାନ୍ତ: ୮୦ହଜାର ଟପିଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ଆଉ ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତନ୍ମଧ୍ୟରୁ ସର୍ବାଧିକ ୮୯୦ଜଣ ଖୋର୍ଦ୍ଧାର ଅଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ...

ଏନ୍‌ଏଚ୍‌ ଉପରେ ୩ଫୁଟ୍‌ ପାଣି

ସମ୍ବଲପୁର,୧୦ା୮(ବ୍ୟୁରୋ): ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ସମ୍ବଲପୁର ଜିଲାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଚାଷୀ କୁଳକୁ ଆସ୍ବସ୍ତି...

ନୂଆ ବିମାନ ସେବା ପାଇଁ ବୁକିଂ ଆରମ୍ଭ କଲା ଏୟାର ଏସିଆ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଏୟାର ଏସିଆ ଭୁବନେଶ୍ୱରରୁ ବେଙ୍ଗାଲୁରୁ, କଲିକତା ଓ ହାଇଦ୍ରାବାଦକୁ ନୂଆ ବିମାନ ଉଡ଼ାଇବ। ଆସନ୍ତା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଏହି ସେବା...

୫ ଦଫା ଦାବି ପୂରଣ ନେଇ ରାଜ୍ୟପାଳଙ୍କୁ ଭେଟିଲା ଭାଜପା: ଓବିସି କମିଶନ ଲାଗୁ ନ ହେଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୪ା୮(ବ୍ୟୁରୋ):ରାଜ୍ୟରେ ଓବିସି କମିଶନ ଗଠନ, ପଛୁଆବର୍ଗ ଛାତ୍ରୀଛାତ୍ରଙ୍କୁ ବୃତ୍ତି ପ୍ରଦାନ, ଉଭୟ ସରକାରୀ ଓ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ୨୭ପ୍ରତିଶତ ସଂରକ୍ଷଣ ବୃଦ୍ଧି, ଓବିସି...

ବର୍ଷାଜଳ ଅମଳ ପ୍ରକଳ୍ପ ଦିଗହରା

କେନ୍ଦୁଝର,୨୬।୨(ସ୍ବ.ପ୍ର.): କୋଭିଡ୍‌ ମହାମାରୀ ୨୦୨୦ ସମୟରେ ସହରାଞ୍ଚଳ ପ୍ରବାସୀ ଶ୍ରମିକଙ୍କ ଜୀବିକା ସୁଯୋଗ ସୁନିଶ୍ଚିତ ପାଇଁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ...

୧୦ବର୍ଷର ପୁଅ ହୃତ୍‌ପିଣ୍ଡରେ ଛିଦ୍ର

ସିମୁଳିଆ, ୮।୧୧(ଡି.ଏନ.ଏ.) କଥାରେ ଅଛି ଦୁଃଖ ଯେତେବେଳେ ଆସେ ନିଜର ବନ୍ଧୁ ବାନ୍ଧବଙ୍କୁ ନେଇଆସେ। ଏଭଳି ଏକ ଦୁଃଖର ପାହାଡ ଛିଣ୍ଡିପଡିଛି ବାଲେଶ୍ୱର ଜିଲା ସିମୁଳିଆ...

Advertisement
Archives

Model This Week