Posted inଜାତୀୟ

୨୪ ବର୍ଷର ସ୍ବପ୍ନକୁ କାହିଁକି ଭାଙ୍ଗି ଦେଲେ ରଜନୀକାନ୍ତ

ରଜନୀକାନ୍ତ ଭାରତୀୟ ଫିଲ୍ମ ଇତିହାସର ସବୁଠୁ ବଡ଼ ନାମ କହିଲେ ଭୁଲ ହେବ ନାହିଁ। ଏହି ଅଭିନେତାଙ୍କ ଫ୍ୟାନ ଫଲୋଇଂ ବିଷୟରେ କିଏବା ଜାଣି ନାହିଁ। ମାତ୍ର ନିକଟରେ ସେ ନେଇଥିବା କିଛି ନିଷ୍ପତ୍ତି ସଭିଙ୍କୁ ଚକିତ କରି ଦେଇଛି। ରାଜନେତା ହେବାର ତାଙ୍କ ବହୁ ପୂରୁଣା ସ୍ବପ୍ନକୁ କାହିଁକି ନିଜ ହାତରେ ଭାଙ୍ଗି ଦେଲେ ରଜନୀକାନ୍ତ ? ଏ ନେଇ ସେ ଦୁଃଖ ପ୍ରକାଶ କରିବା ସହ ନିଜ ନିଷ୍ପତ୍ତି ପଛର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି। ହେଲେ ଏହା ପଛରେ ଆହୁରି କିଛି ତଥ୍ୟ ରହିଛି, ଯାହା ରହିଛି ଅଗୋଚର ହୋଇ।

୧୯୯୬ ମସିହା କଥା। କେନ୍ଦ୍ରରେ ପି. ଭି. ନରସିଂହ ରାଓଙ୍କ ନେତୃତ୍ୱରେ କଂଗ୍ରେସ ସରକାରର ଥାଏ। ସେହି ସମୟରେ କଂଗ୍ରେସ ଛାଡ଼ି ତାମିଲ ମାନିଲା କଂଗ୍ରେସ ନାମକ ନୂଆ ଦଳ ଗଠନ କରିଥିଲେ ଜି.କେ. ମୋପନାର। ତାମିଲନାଡୁ ନିର୍ବାଚନ ପାଇଁ କଂଗ୍ରେସ, ଏଆଇଏଡିକେ ସହ ମେଣ୍ଟ କରିଥିଲା। ନିର୍ବାଚନ ପୂର୍ବରୁ ପ୍ରଚାରବେଳେ ରଜନୀକାନ୍ତଙ୍କୁ ଦୁଇ ଥର ଭେଟିଥିଲେ ପ୍ରଧାନମନ୍ତ୍ରୀ ନରସିଂହ। ରଜନୀଙ୍କୁ କଂଗ୍ରେସରେ ସାମିଲ ହେବାକୁ ଅଫର ଦେଇଥିଲେ ନରସିଂହ। ହେଲେ ଏହାକୁ ଅସ୍ବୀକାର କରିଥିଲେ ସାଇଥ୍‌ ସୁପରଷ୍ଟାର। ଡିଏମ୍‌କେ ସହ ମିଶି ନିର୍ବାଚନ ଜିତିଥିଲେ ମୋପନାର। ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ରଜନୀକାନ୍ତଙ୍କ ଖୋଲା ସମର୍ଥନ। ଏହିଠାରୁ ସାଉଥ ସୁପର ଷ୍ଟାର ରାଜନୀତିରେ ଯୋଗଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଫ୍ୟାନ୍ସ ଚାହୁଁଥିଲେ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ।

ଏହାପରେ ତାଙ୍କ ଜୀବନରେ ବହୁ ସମୟ ଆସିଥିଲା, ଯେତେବେଳେ ସେ ରାଜନୀତିକୁ ଆସିପାରିଥାନ୍ତେ। କିନ୍ତୁ ଭାଗ୍ୟ ଓ ଉଚିତ୍‌ ସମୟ ଉପରେ ବିଶ୍ୱାସ କରୁଥିବା ରଜନୀ ଅପେକ୍ଷା କରିବାକୁ ଶ୍ରେୟ ମଣିଥିଲେ। ଆଉ ଏବେ ଯେତେବେଳେ ସବୁ କିଛି ଠିକ୍‌ ଥିଲା, ରଜନୀ ରାଜନୀତିକୁ ହିଁ ନା କହିଦେଲେ। ତାଙ୍କ ଜୀବନରେ ଭଗବାନ ଓ ଭାଗ୍ୟ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବୋଧ ହୁଏ, ରାଜନୀତି ଇତିହାସରେ ରଜନୀ ପ୍ରଥମ ବ୍ୟକ୍ତି ଯେ ରାଜନୀତକୁ ଆସିବା ପୂର୍ବରୁ ହିଁ ସନ୍ନ୍ୟାସ ନେଇଛନ୍ତି। କିନ୍ତୁ ତାଙ୍କ ନିଷ୍ପତ୍ତି ସଭିଙ୍କୁ ଚକିତ କରି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri