ସେଲ୍ଫି ନେବାବେଳେ ନଦୀରେ ଖସିପଡ଼ିଲେ ଯୁବତୀ: ଉଦ୍ଧାର କରିବାକୁ ଯାଇ ଯୁବକ ଗୁରୁତର
ସୁନ୍ଦରଗଡ଼/ବାଲିଶଙ୍କରା/ରାଜଗାଙ୍ଗପୁର,୩।୧: ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍ନଦୀର ଘୋଘର କନାକୁଣ୍ଡ ଘାଟରେ ରବିବାର ଅଘଟଣ ଘଟିଛି। ପିକ୍ନିକ୍ କରିବାକୁ ଯାଇଥିବା ଜଣେ ଯୁବତୀ ସେଲ୍ଫି ନେବାବେଳେ ନଦୀ ଭିତରେ ଖସିପଡ଼ି ନିଖୋଜ ହୋଇଛନ୍ତି। ଯୁବତୀ ଜଣକ ହେଉଛନ୍ତି ରାଜଗାଙ୍ଗପୁର କୁମ୍ଭାରପଡ଼ାର…
ଶିମିଳିପାଳ, କୁଲଡ଼ିହାରେ ପକ୍ଷୀ ଗଣନା: ୫୩ ଟିମ୍ ନିୟୋଜିତ
ବାରିପଦା ଅଫିସ/ସଜନାଗଡ଼/ପାଟଣା,୩ା୧: ମୟୂରଭଞ୍ଜ ଜିଲାର ଶିମିଳିପାଳ ଓ ବାଲେଶ୍ୱର ଜିଲାର କୁଲଡ଼ିହା ଅଭୟାରଣ୍ୟରେ ରବିବାର ପକ୍ଷୀଗଣନା ଆରମ୍ଭ ହୋଇଛି। ୨ ଜିଲାର ବିଭିନ୍ନ ସ୍ଥାନ ସମେତ କେନ୍ଦୁଝର ଜିଲାରେ ମଧ୍ୟ ପକ୍ଷୀଗଣନା ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ ମୋଟ ୫୩ଟିମ୍ ନିୟୋଜିତ…
ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଉରକେଲା ବିଜୟୀ
ସମ୍ବଲପୁର,୩।୧(ବ୍ୟୁରୋ): ରାଜ୍ୟସ୍ତରୀୟ ମହେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ସ୍ବର୍ଣ୍ଣାବୁରେଇ ଖେଳ ପଡ଼ିିଆରେ ଚାଲିଛି। ରବିବାର କ୍ବାର୍ଟର ଫାଇନାଲ ମ୍ୟାଚ୍ ବରଗଡ ଜିଲା ବ୍ଲୁ ଡାଇମଣ୍ଡ ଓ ରାଉରକେଲା ମଧ୍ୟରେ ହୋଇଥିଲା। ବରଗଡ ଦଳ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା।…
ହଜାରେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା
ପୁଣେ,୩।୧୨: କରୋନା ଟିକା ମୂଲ୍ୟକୁ ନେଇ ଦୀର୍ଘ ଦିନରୁ ଆଲୋଚନା ହେଉଛି। ରବିବାର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏହି ଟିକା ମୂଲ୍ୟ ବିଷୟରେ କହିଛନ୍ତି। ଅକ୍ସଫୋର୍ଡ ଟିକା ୨୦୦ ଟଙ୍କାରେ ସରକାରଙ୍କୁ ଦିଆଯିବ ଏବଂ ଜନସାଧାରଣ…
୧୦ଦିନ ହେଲା ଜଳଯୋଗାଣରେ ବ୍ୟାଘାତ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ
ଲାଠୋର,୩ା୧: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଥିବା ଓଭରହେଡ ଟ୍ୟାଙ୍କ ଚାବି ଖରାପ ହୋଇଯାଇଛି। ଏନେଇ ଗତ ୧୦ଦିନ ହେବ ଜଳଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଛି। ମରାମତି ପାଇଁ ଲୋକେ ଦାବି କରିଥିଲେ ମଧ୍ୟ…
ନିଖୋଜ ପୂର୍ବତନ କାଉନସିଲରଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
ବୌଦ୍ଧ,୩ା୧: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାଉନସିଲର ଅଗସ୍ତୀ ମହାକୁଡଙ୍କ ମୃତଦେହ ଏକ ବିଲରୁ ରବିବାର ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ମିଳିଥିବା,…
ଶୀତ, ବର୍ଷା ସବୁ ସହିଯିବୁ; ଆଇନ୍ ଲାଗୁ ହେବାକୁ ଦେବୁ ନାହିଁ
ନୂଆଦିଲ୍ଲୀ,୩।୧: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଗତ ୩୯ ଦିନ ହେବ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି। ହାଡଭଙ୍ଗା ଶୀତ, କାକର ସହିବା ପରେ ଏବେ ବର୍ଷାର ସେମାନଙ୍କ ଉପରେ ଦାଉ ସାଜିଛି। ରବିବାର ସକାଳେ ଆନ୍ଦୋଳନକାରୀ ଚାଷୀଙ୍କ…
ମା’ଙ୍କ ଦର୍ଶନ ପାଇ ଭାବବିହ୍ବଳ ହେଲେ ଶ୍ରଦ୍ଧାଳୁ
ସମ୍ବଲପୁର,୩।୧(ବ୍ୟୁରୋ): ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ନିର୍ଦ୍ଧାରିତ ସମୟ ରବିବାର ଭୋର ୬ଟାରୁ ଦର୍ଶନ ପାଇଁ ଖୋଲାଯାଇଛି। ପ୍ରଥମ ଦିନରେ ପ୍ରାୟ ୧୦ହଜାର ସ୍ଥାନୀୟ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ଦିର ମୁଖ୍ୟ ଗେଟ୍ ଖୋଲିବା…
ଅହଙ୍କାର ଛାଡି କୃଷି ଆଇନ୍ ପ୍ରତ୍ୟାହାର କରନ୍ତୁ ସରକାର: ସୋନିଆ
ନୂଆଦିଲ୍ଲୀ,୩।୧: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ରବିବାର କୃଷକଙ୍କ ପ୍ରଦର୍ଶନଙ୍କୁ ସମର୍ଥନ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସୋନିଆ କହିଛନ୍ତି ଯେ, ଦେଶର ସ୍ବାଧୀନତା ପରଠାରୁ ପ୍ରଥମ ଥର ପାଇଁ ଏଭଳି ଏକ ଅହଂକାରୀ ସରକାର କ୍ଷମତାକୁ ଆସିଛି, ଯାହା…
କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ
ନୂଆଦିଲ୍ଲୀ,୩।୧: ପ୍ରାୟ ମାସେ ହେବ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ରବିବାର ହରିୟାଣା ସୀମାରେ ଚାଷୀ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ସଂଘର୍ଷ ଏତେ ବଢିଗଲା ଯେ ପରିସ୍ଥିତିକୁ ନିୟନ୍ତ୍ରଣ…
ଦ୍ୱିତୀୟ ଟେଷ୍ଟ: ଜେମିସନଙ୍କୁ ୫ ଉଇକେଟ
ଖ୍ରୀଷ୍ଟଚର୍ଚ୍ଚ,୩।୧: ନ୍ୟୁଜିଲାଣ୍ଟ ଯୁବ ଦ୍ରୁତ ବୋଲର କାଏଲ ଜେମିସନ ମାତ୍ର ୬ଟି ଟେଷ୍ଟ ଖେଳି ତୃତୀୟଥର ପାଇଁ ଟେଷ୍ଟରେ ୫ ଉଇକେଟ ସଫଳତା ଅର୍ଜନ କରିଛନ୍ତି। ରବିବାରଠାରୁ ସ୍ଥାନୀୟ ହଗଲି ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ…
ଖୋଲା ଆକାଶ ତଳେ ଅସହାୟ ପରିବାର: ମିଳୁନି ସରକାରୀ ସୁବିଧା
ତରବୋଡ଼,୩।୧(ଡି.ଏନ.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡା ପଞ୍ଚାୟତ କୋକପଦର ଗ୍ରାମ ଜଙ୍ଗଲ ନିକଟରେ ରୁହନ୍ତି କାହ୍ନୁ ମାଝୀ(୫୦)। ସ୍ତ୍ରୀ ବାସନ୍ତି ମାଝୀ(୪୫) ଓ ପୁଅ ଗୋସିଙ୍ଗ ମାଝୀ(୧୧)ଙ୍କୁ ନେଇ ତାଙ୍କ ପରିବାର। ସେମାନେ ଗରିବ ଶ୍ରେଣୀର। କାହ୍ନୁଙ୍କ ସ୍ତ୍ରୀ ଜଣେ…

