Posted inରାଜ୍ୟ

ଶିମିଳିପାଳ, କୁଲଡ଼ିହାରେ ପକ୍ଷୀ ଗଣନା: ୫୩ ଟିମ୍‌ ନିୟୋଜିତ

ବାରିପଦା ଅଫିସ/ସଜନାଗଡ଼/ପାଟଣା,୩ା୧: ମୟୂରଭଞ୍ଜ ଜିଲାର ଶିମିଳିପାଳ ଓ ବାଲେଶ୍ୱର ଜିଲାର କୁଲଡ଼ିହା ଅଭୟାରଣ୍ୟରେ ରବିବାର ପକ୍ଷୀଗଣନା ଆରମ୍ଭ ହୋଇଛି। ୨ ଜିଲାର ବିଭିନ୍ନ ସ୍ଥାନ ସମେତ କେନ୍ଦୁଝର ଜିଲାରେ ମଧ୍ୟ ପକ୍ଷୀଗଣନା ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ ମୋଟ ୫୩ଟିମ୍‌ ନିୟୋଜିତ ହୋଇଛନ୍ତି।
ଶିମିଳିପାଳ ଅଭୟାରଣ୍ୟ, ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଆଦି ୩ଟି ବନଖଣ୍ଡର ୧୦୦ରୁ ଊର୍ଦ୍ଧ୍ୱ ଆଦ୍ରଭୂମିରେ ଏହି ଗଣନା କରାଯାଉଛି । ବାରିପଦା ବନଖଣ୍ଡ ଅନ୍ତର୍ଗତ ୭ଟି ରେଞ୍ଜ ଅଧୀନରେ ଥିବା ୪୬ଟି ସ୍ଥାନରେ ୪୬ଟି ଟିମ୍‌ ପକ୍ଷୀଗଣନା କରୁଥିବା ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି। ଘରୋଇ ପକ୍ଷୀ ପାଖାପାଖି ୫ହଜାରରୁ ଅଧିକ ଆସିଥିବା ବେଳେ ଗଡୱାଇ, ଲିଟିଲ କାର୍ବୋରେଣ୍ଟ, ଲଫାଙ୍ଗ ଭଳି ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବା ସୂଚନା ମିଳିଛି ା ଚଳିତବର୍ଷ ମୟୂରଭଞ୍ଜକୁ ନୂତନ କରି ନେପାଳରୁ ଗ୍ରୀଭ ଓ ପଚାର ପ୍ରଜାତିର ପକ୍ଷୀ ଆସିଛନ୍ତି। ଜିଲାର ତିନୋଟି ବନଖଣ୍ଡ ଅଧୀନ ପାଉଁଶିଆ, ହଳଦିଆ, କାଳ, ନେସା, ବଡ଼ଯୋଡ, ଶୁଲେଇପଡା, ବାଙ୍କବଳ ସମେତ ଶହେରୁ ଉର୍ଦ୍ଧ୍ୱ ଜଳାଶୟ ସମେତ କରଞ୍ଜିଆ ବନଖଣ୍ଡ ଅଧୀନ ସାତକୋଶିଆ ରେଞ୍ଜ, ତରଡ଼ିଆ ବନ୍ଧ ଓ ଶାଳନ୍ଦୀ ନଦୀର ସାତବେଢ଼ିଠାରେ ଗଣନା କରାଯାଉଛି ା ବନବିଭାଗ ଅଧିକାରୀ, ବନପାଳ, ପକ୍ଷୀ ଗବେଷକମାନେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ସେହିପରି କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ୪ଟି ଟିମ୍‌ ଗଠନ କରାଯାଇ କୁଲଡ଼ିହା ଅଭୟାରଣ୍ୟ ଓ ପଦ୍ମତୋଳା ହ୍ରଦରେ ରିଷିଆ, ଖୁମ୍‌କୁଟ୍‌, ତେଣ୍ଡାର ସାତଘାଟି ଓ ବଗାଳିବନ୍ଧ ଅଞ୍ଚଳରେ ପକ୍ଷୀଗଣନା କରାଯାଉଛି। ଅଭୟାରଣ୍ୟରେ ଗୋଲ୍‌ଡେନ୍‌ ଓରିଅଲ୍‌, ରୋଜି ଷ୍ଟାର୍‌ଲିଙ୍ଗ, ବ୍ଲାକ୍‌ ନେଡ୍‌ଡ଼ ମୋନାର୍କ, ବ୍ଲୁ ଥୋଟେଡ୍‌ ବ୍ଲୁ ଫ୍ଲାଏ କେଚର, କମନ ସେଣ୍ଡ ପାଇପର୍‌ସ, ଲିଟିଲ୍‌ ଗ୍ରୀବ୍‌, ଲେସର ହୁସ୍‌ଲିଙ୍ଗ ଡକ୍‌, କୋଚିଳାଖାଇ, ଟିଆ, ଶୁଆ, ଗେଣ୍ଡାଳିଆ, ହରଡ଼ଖାଇ, ମାଛରଙ୍କା, କଜଳପାତି, ବୁଲବୁଲ, ଭଦଭଦଳିଆ ଆଦି ଅନେକ ଦେଶୀବିଦେଶୀ ପକ୍ଷୀ ରହିଥିବା ସୂଚନା ରହିଛି। ପକ୍ଷୀଗଣନା କାର୍ଯ୍ୟରେ ଫରେଷ୍ଟର ଉମକାନ୍ତ ଜେନା, ଭାଗ୍ୟଶ୍ରୀ ଦ୍ୱିବେଦୀ, ଗାର୍ଡ଼ ରାମେଶ୍ୱର ମୁର୍ମୁ, ସବୁଜବାହିନୀ ନିୟୋଜିତ ହୋଇଛନ୍ତି। ପକ୍ଷୀ ବିଶେଷଜ୍ଞ ବାଲେଶ୍ୱର ଏସିଏଫ୍‌ ସମୀର କୁମାର ସାହୁ, ସତ୍ୟବ୍ରତ ମିଶ୍ର, ଉମାକାନ୍ତ ଜେନା, ମନୋରଞ୍ଜନ ଦାସ, ଶିବାଶିଷ ଜେନା ଓ ତାଙ୍କ ସହଯୋଗୀ ପକ୍ଷୀ ଗଣନାରେ ସାହାଯ୍ୟ କରିଥିଲେ। ଅନୂରୂପ ଭାବେ ପଦ୍ମତୋଳାରେ ମଧ୍ୟ ନୀଳଗିରି ରେଞ୍ଜ ଅଧିକାରୀ ମନୱାର ଖାନ୍‌ଙ୍କ ନେତୃତ୍ୱରେ ପକ୍ଷୀଗଣନା କରାଯାଉଛି।
କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା, ଖିରେଇଟାଙ୍ଗିରି ଓ ସାହାରପଡା ସେକ୍ସନରେ ୩ଟି ଟିମ୍‌ ପକ୍ଷୀଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ୩ଟି ସେକ୍ସନ ମଧ୍ୟରୁ କେବଳ ଖୀରେଇଟାଙ୍ଗିରୀ ସେକ୍ସନ ଖିରେଇଟାଙ୍ଗିରି ବଡ଼ବନ୍ଧକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି। ଏହି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ୩୯୧ ବୋଲି ରେଞ୍ଜର ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରେଞ୍ଜରଙ୍କ ସହ ବନପାଳ ଅମୂଲ୍ୟ କୁମାର ଜେନା, ଫରେଷ୍ଟଗାର୍ଡ ଅକ୍ଷୟ କୁମାର ମହାନ୍ତି ଓ ନରେନ୍ଦ୍ର ଜେନାଙ୍କ ସହ ବନ କର୍ମଚାରୀ ଓ ପରିବେଶବିତ୍‌ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri