Posted inରାଜ୍ୟ

ଶିମିଳିପାଳ, କୁଲଡ଼ିହାରେ ପକ୍ଷୀ ଗଣନା: ୫୩ ଟିମ୍‌ ନିୟୋଜିତ

ବାରିପଦା ଅଫିସ/ସଜନାଗଡ଼/ପାଟଣା,୩ା୧: ମୟୂରଭଞ୍ଜ ଜିଲାର ଶିମିଳିପାଳ ଓ ବାଲେଶ୍ୱର ଜିଲାର କୁଲଡ଼ିହା ଅଭୟାରଣ୍ୟରେ ରବିବାର ପକ୍ଷୀଗଣନା ଆରମ୍ଭ ହୋଇଛି। ୨ ଜିଲାର ବିଭିନ୍ନ ସ୍ଥାନ ସମେତ କେନ୍ଦୁଝର ଜିଲାରେ ମଧ୍ୟ ପକ୍ଷୀଗଣନା ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ ମୋଟ ୫୩ଟିମ୍‌ ନିୟୋଜିତ ହୋଇଛନ୍ତି।
ଶିମିଳିପାଳ ଅଭୟାରଣ୍ୟ, ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଆଦି ୩ଟି ବନଖଣ୍ଡର ୧୦୦ରୁ ଊର୍ଦ୍ଧ୍ୱ ଆଦ୍ରଭୂମିରେ ଏହି ଗଣନା କରାଯାଉଛି । ବାରିପଦା ବନଖଣ୍ଡ ଅନ୍ତର୍ଗତ ୭ଟି ରେଞ୍ଜ ଅଧୀନରେ ଥିବା ୪୬ଟି ସ୍ଥାନରେ ୪୬ଟି ଟିମ୍‌ ପକ୍ଷୀଗଣନା କରୁଥିବା ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି। ଘରୋଇ ପକ୍ଷୀ ପାଖାପାଖି ୫ହଜାରରୁ ଅଧିକ ଆସିଥିବା ବେଳେ ଗଡୱାଇ, ଲିଟିଲ କାର୍ବୋରେଣ୍ଟ, ଲଫାଙ୍ଗ ଭଳି ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବା ସୂଚନା ମିଳିଛି ା ଚଳିତବର୍ଷ ମୟୂରଭଞ୍ଜକୁ ନୂତନ କରି ନେପାଳରୁ ଗ୍ରୀଭ ଓ ପଚାର ପ୍ରଜାତିର ପକ୍ଷୀ ଆସିଛନ୍ତି। ଜିଲାର ତିନୋଟି ବନଖଣ୍ଡ ଅଧୀନ ପାଉଁଶିଆ, ହଳଦିଆ, କାଳ, ନେସା, ବଡ଼ଯୋଡ, ଶୁଲେଇପଡା, ବାଙ୍କବଳ ସମେତ ଶହେରୁ ଉର୍ଦ୍ଧ୍ୱ ଜଳାଶୟ ସମେତ କରଞ୍ଜିଆ ବନଖଣ୍ଡ ଅଧୀନ ସାତକୋଶିଆ ରେଞ୍ଜ, ତରଡ଼ିଆ ବନ୍ଧ ଓ ଶାଳନ୍ଦୀ ନଦୀର ସାତବେଢ଼ିଠାରେ ଗଣନା କରାଯାଉଛି ା ବନବିଭାଗ ଅଧିକାରୀ, ବନପାଳ, ପକ୍ଷୀ ଗବେଷକମାନେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ସେହିପରି କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ୪ଟି ଟିମ୍‌ ଗଠନ କରାଯାଇ କୁଲଡ଼ିହା ଅଭୟାରଣ୍ୟ ଓ ପଦ୍ମତୋଳା ହ୍ରଦରେ ରିଷିଆ, ଖୁମ୍‌କୁଟ୍‌, ତେଣ୍ଡାର ସାତଘାଟି ଓ ବଗାଳିବନ୍ଧ ଅଞ୍ଚଳରେ ପକ୍ଷୀଗଣନା କରାଯାଉଛି। ଅଭୟାରଣ୍ୟରେ ଗୋଲ୍‌ଡେନ୍‌ ଓରିଅଲ୍‌, ରୋଜି ଷ୍ଟାର୍‌ଲିଙ୍ଗ, ବ୍ଲାକ୍‌ ନେଡ୍‌ଡ଼ ମୋନାର୍କ, ବ୍ଲୁ ଥୋଟେଡ୍‌ ବ୍ଲୁ ଫ୍ଲାଏ କେଚର, କମନ ସେଣ୍ଡ ପାଇପର୍‌ସ, ଲିଟିଲ୍‌ ଗ୍ରୀବ୍‌, ଲେସର ହୁସ୍‌ଲିଙ୍ଗ ଡକ୍‌, କୋଚିଳାଖାଇ, ଟିଆ, ଶୁଆ, ଗେଣ୍ଡାଳିଆ, ହରଡ଼ଖାଇ, ମାଛରଙ୍କା, କଜଳପାତି, ବୁଲବୁଲ, ଭଦଭଦଳିଆ ଆଦି ଅନେକ ଦେଶୀବିଦେଶୀ ପକ୍ଷୀ ରହିଥିବା ସୂଚନା ରହିଛି। ପକ୍ଷୀଗଣନା କାର୍ଯ୍ୟରେ ଫରେଷ୍ଟର ଉମକାନ୍ତ ଜେନା, ଭାଗ୍ୟଶ୍ରୀ ଦ୍ୱିବେଦୀ, ଗାର୍ଡ଼ ରାମେଶ୍ୱର ମୁର୍ମୁ, ସବୁଜବାହିନୀ ନିୟୋଜିତ ହୋଇଛନ୍ତି। ପକ୍ଷୀ ବିଶେଷଜ୍ଞ ବାଲେଶ୍ୱର ଏସିଏଫ୍‌ ସମୀର କୁମାର ସାହୁ, ସତ୍ୟବ୍ରତ ମିଶ୍ର, ଉମାକାନ୍ତ ଜେନା, ମନୋରଞ୍ଜନ ଦାସ, ଶିବାଶିଷ ଜେନା ଓ ତାଙ୍କ ସହଯୋଗୀ ପକ୍ଷୀ ଗଣନାରେ ସାହାଯ୍ୟ କରିଥିଲେ। ଅନୂରୂପ ଭାବେ ପଦ୍ମତୋଳାରେ ମଧ୍ୟ ନୀଳଗିରି ରେଞ୍ଜ ଅଧିକାରୀ ମନୱାର ଖାନ୍‌ଙ୍କ ନେତୃତ୍ୱରେ ପକ୍ଷୀଗଣନା କରାଯାଉଛି।
କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା, ଖିରେଇଟାଙ୍ଗିରି ଓ ସାହାରପଡା ସେକ୍ସନରେ ୩ଟି ଟିମ୍‌ ପକ୍ଷୀଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ୩ଟି ସେକ୍ସନ ମଧ୍ୟରୁ କେବଳ ଖୀରେଇଟାଙ୍ଗିରୀ ସେକ୍ସନ ଖିରେଇଟାଙ୍ଗିରି ବଡ଼ବନ୍ଧକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି। ଏହି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ୩୯୧ ବୋଲି ରେଞ୍ଜର ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରେଞ୍ଜରଙ୍କ ସହ ବନପାଳ ଅମୂଲ୍ୟ କୁମାର ଜେନା, ଫରେଷ୍ଟଗାର୍ଡ ଅକ୍ଷୟ କୁମାର ମହାନ୍ତି ଓ ନରେନ୍ଦ୍ର ଜେନାଙ୍କ ସହ ବନ କର୍ମଚାରୀ ଓ ପରିବେଶବିତ୍‌ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?