Posted inରାଜ୍ୟ

ସେଲ୍‌ଫି ନେବାବେଳେ ନଦୀରେ ଖସିପଡ଼ିଲେ ଯୁବତୀ: ଉଦ୍ଧାର କରିବାକୁ ଯାଇ ଯୁବକ ଗୁରୁତର

ସୁନ୍ଦରଗଡ଼/ବାଲିଶଙ୍କରା/ରାଜଗାଙ୍ଗପୁର,୩।୧: ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ନଦୀର ଘୋଘର କନାକୁଣ୍ଡ ଘାଟରେ ରବିବାର ଅଘଟଣ ଘଟିଛି। ପିକ୍‌ନିକ୍‌ କରିବାକୁ ଯାଇଥିବା ଜଣେ ଯୁବତୀ ସେଲ୍‌ଫି ନେବାବେଳେ ନଦୀ ଭିତରେ ଖସିପଡ଼ି ନିଖୋଜ ହୋଇଛନ୍ତି। ଯୁବତୀ ଜଣକ ହେଉଛନ୍ତି ରାଜଗାଙ୍ଗପୁର କୁମ୍ଭାରପଡ଼ାର ଅନୁପମା ପ୍ରଜାପତି(୨୪)। ଯୁବତୀଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ଯୁବକ ମଧ୍ୟ ଗୁରୁତର ହୋଇଛନ୍ତି। ଖବରପାଇ ବାଲିଶଙ୍କରା ଅଗ୍ନିଶମ ବିଭାଗ କର୍ମଚାରୀ, ତଳସରା ଏବଂ କିଞ୍ଜିରିକେଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଥିଲେ। ସନ୍ଧ୍ୟା ସୁଦ୍ଧା ଯୁବତୀଙ୍କ ପତ୍ତା ମିଳିନାହିଁ।
ରାଜଗାଙ୍ଗପୁର କୁମ୍ଭାରପଡ଼ାର ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଆତ୍ମାରାମ ପ୍ରଜାପତିଙ୍କ ସ୍ତ୍ରୀ କିରଣ ଦେବୀ, ଝିଅ ଅନୁପମା, ପୁତ୍ରବଧୂ ଆରତୀଙ୍କ ସମେତ ଅନୁପମାଙ୍କ ସହକର୍ମୀଙ୍କୁ ମିଶାଇ ପ୍ରାୟ ୧୫ଜଣ ଘୋଘରଘାଟକୁ ପିକ୍‌ନିକ୍‌ ପାଇଁ ଯାଇଥିଲେ। ପୂର୍ବାହ୍ନ ୧୨ଟା ୩୦ରେ ଅନୁପମା ସହକର୍ମୀଙ୍କ ସହ ସେଲ୍‌ଫି ନେଉଥିବା ବେଳେ ହଠାତ୍‌ ୧୫ଫୁଟ ତଳକୁ ନଦୀପାଣିରେ ଖସିପଡ଼ିଥିଲେ। ଏହି ସମୟରେ ତାଙ୍କ ସାଙ୍ଗରେ ଉପସ୍ଥିତ ଥିବା ଜଣେ ଯୁବକ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଖସିପଡ଼ିଥିଲେ। ମାତ୍ର ଯୁବକ ପଥରରେ ଲାଗି ରହିଯାଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚତ୍ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଅନୁପମା ପାଣିରେ ଖସିପଡ଼ିବା ପୂର୍ବରୁ ତାଙ୍କ ହ୍ବାଟ୍‌ସଆପ୍‌ ଷ୍ଟାଟସ୍‌ରେ ନିଜର ସେଲ୍‌ଫି ଫଟୋ ଛାଡିଥିଲେ। ତାଙ୍କ ବିବାହ ଆସନ୍ତା ଫେବୃୟାରୀ ୧୬ରେ ସ୍ଥିର ହୋଇଥିଲା। ସେ ରାଉରକେଲାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?