Home Left

ଓଟିଏମ୍‌ ବଞ୍ଚାଓ ଶ୍ରମିକ ଆନ୍ଦୋଳନକୁ ୧୫ବର୍ଷ

ଚୌଦ୍ୱାର,୨।୯(ଡି.ଏନ୍‌.ଏ.): ୨୦୦୧ରୁ ବନ୍ଦ ହୋଇଯାଇଥିବା ସର୍ବବୃହତ୍‌ କମ୍ପୋଜିଟ ଲୁଗାକଳ ଓଡ଼ିଶା ଟେକ୍ସଟାଇଲ ମିଲ୍‌ (ଓଟିଏମ୍‌)ର ଶ୍ରମିକମାନେ ଚଳାଇଥିବା ଆନ୍ଦୋଳନ ୧୫ବର୍ଷ ପୂରଣ କରି ମଙ୍ଗଳବାରଠାରୁ ୧୬ବର୍ଷରେ ପଦାର୍ପଣ କରିଛି। ମିଲ୍‌ ବନ୍ଦ ହେବା ପରେ ଏଥିରେ କାର୍ଯ୍ୟରତ ୨୨୦୦ରୁ ଊର୍ଦ୍ଧ ଶ୍ରମିକ…

ଶର୍ଟସର୍କିଟ ଅଗ୍ନିକାଣ୍ଡ ମୃତ୍ୟୁରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୨ା୯(ବ୍ୟୁରୋ): ବିଦ୍ୟୁତ୍‌ ଶର୍ଟ ସର୍କିଟ ଅଗ୍ନିକାଣ୍ଡରେ ଓଡ଼ିଶାରେ ସବୁଠୁ ଅଧିକ ଜୀବନ ଯାଇଛି। ମୋଟ ୨୭୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିମଧ୍ୟରୁ ୨୬୫ଜଣ ପୁରୁଷ ଓ ୧୪ଜଣ ମହିଳା ରହିଛନ୍ତି। ତେବେ ପୂର୍ବ ଦୁଇବର୍ଷଠାରୁ ଏହା ୨୩ଗୁଣ ଅଧିକ। ଅର୍ଥାତ୍‌ ୨୦୧୭ରେ ୧୧ଜଣ…

ଆପୋସ ସମାଧାନ କରି ଅଦାଲତଙ୍କୁ ଜଣାଅ

କଟକ ଅଫିସ,୨।୯: ରାଜ୍ୟରେ ବେସରକାରୀ ସ୍କୁଲ ଫି’ ବୃଦ୍ଧି ପ୍ରସଙ୍ଗରେ ଆଗତ ମାମଲାର ମଙ୍ଗଳବାର ଶୁଣାଣି କରି ଆପୋସ ସମାଧାନ ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ହାଇକୋର୍ଟ କହିଛନ୍ତି। ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅଭିଭାବକ ମହାସଂଘ, ଶିକ୍ଷକ ଓ ବେସରକାରୀ ସ୍କୁଲ…

ଅଭିନେତା ଅଜିତ ଦାସଙ୍କୁ କରୋନା

ଭୁବନେଶ୍ୱର(ବ୍ୟୁରୋ),୨ା୯: ବରିଷ୍ଠ ଓଡ଼ିଆ ସିନେ ଅଭିନେତା ତଥା ନାଟ୍ୟକାର ଅଜିତ ଦାସ କରୋନାରେ ଆକ୍ରାନ୍ତ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି। ସୋମବାର ଦାସ କରୋନା ପରୀକ୍ଷା ପାଇଁ ସ୍ବାବ୍‌ ନମୁନା ଦେଇଥିଲେ। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା…

୨ ବିଧାୟକଙ୍କୁ କରୋନା

ଭୁବନେଶ୍ୱର, ୨।୯(ବ୍ୟୁରୋ): ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଦୁଇଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱର ବିଜେଡି ଜିଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ଟୁଇଟ୍‌…

୬ କୋଟି ଟଙ୍କାର ଗହମ-ବୁଟ ଗଜା ହେଲା

ଭୋପାଳ, ୨।୯: ଲଗାତାର ବର୍ଷା ଯୋଗୁ ଦେଶର ବହୁ ରାଜ୍ୟରେ ବନ୍ୟା ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶରେ ବାଲାଘାଟର ଗୁଗଲେଠାରେ ଥିବା ଏକ ଗୋଦାମ ଘରେ ବନ୍ୟା ପାଣି ପଶିଯିବାରୁ ଏଠାରେ ଥିବା ୧୦ ହଜାରରୁ ଅଧିକ ବସ୍ତା ଗହମ ଏବଂ ବୁଟ…

ଜେଇଇ ମେନ୍‌ ଆରମ୍ଭ

ଭୁବନେଶ୍ୱର, ୨।୯(ବ୍ୟୁରୋ)- କରୋନା କଟକଣା ମଧ୍ୟରେ ମଙ୍ଗଳବାରଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌ ଆରମ୍ଭ ହୋଇଛି। ଦେଶରେ ୯ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବାବେଳେ ଓଡ଼ିଶାର ୭ ସହରରେ ହୋଇଥିବା ୨୬ଟି ପରୀକ୍ଷା କେନ୍ଦ୍ରରେ ୩୮ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି।…

୬ ମାସ ପରେ ଖୋଲିଲା ସୂର୍ଯ୍ୟମନ୍ଦିର

କୋଣାର୍କ,୨।୯(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଦୀର୍ଘ ୬ମାସ ଧରି ବନ୍ଦ ରହିଥିବା ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ମଙ୍ଗଳବାର ଖୋଲିଛି। ଏହା କେନ୍ଦ୍ର ସରକାରଙ୍କ ଅନଲକ ୪.୦ ଗାଇଡ୍‌ଲାଇନ ଅନୁଯାୟୀ ପର୍ଯ୍ୟଟକ ପରିଦର୍ଶନ ପାଇଁ ଖୋଲାଯାଇଛି। ସୂଚନା ଥାଉ କି, ଦେଶ…

ପାଣି ଖସୁନି, ଦୁର୍ଦ୍ଦଶା ବଢୁଛି

ଭୁବନେଶ୍ୱର,୨ା୯(ବ୍ୟୁରୋ): ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ନଦୀରେ ଆଉ ବନ୍ୟା ବିପଦ ନାହିଁ। ତେବେ ବନ୍ୟା ଛାଡିବା ପରେ ମଧ୍ୟ ଦୁର୍ଦ୍ଦଶା କମିନାହିଁ। ଧାନଜମିରେ ପାଣି ବୁଡି ରହିଥିବା ବେଳେ ଏବେ…

ଜମି ଗଲେ ଓୟୁଏଟି କରିବ କ’ଣ

ଭୁବନେଶ୍ୱର,୨ା୯(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ୨୧୩.୮୧ ଏକର ମୂଲ୍ୟବାନ ଜମିକୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସାଧାରଣ ପ୍ରଶାସନ (ଜି.ଏ.) ବିଭାଗକୁ ହସ୍ତାନ୍ତର କରିଛି। ପାଠପଢ଼ା, ଗବେଷଣା, ନୂଆ ବିହନ ସୃଷ୍ଟି ପାଇଁ ବ୍ୟବହାର…

ପରିବାରରେ ୩୨ ଜଣଙ୍କୁ କରୋନା

ଲକ୍ଷ୍ନୌ,୨।୯: ଉତ୍ତରପ୍ରଦେଶର ବାନ୍ଦା ସହର ଫୁଟାକୂଆଁ ଅଞ୍ଚଳରେ ଗୋଟିଏ ପରିବାରର ୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସିଏମ୍‌ଓ ଏନ୍‌.ଡି. ଶର୍ମା କହିଛନ୍ତି, ଜିଲାରେ ୪୪ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଏକ ଯୌଥ ପରିବାରରେ ୩୨ ଆକ୍ରାନ୍ତ ବାହାରିଛନ୍ତି। ଏବେ…

‘ବିମୁଦ୍ରୀକରଣରୁ ଆର୍ଥିକ ଦୁର୍ଗତି ଆରମ୍ଭ ହୋଇଛି’

ନୂଆଦିଲ୍ଲୀ,୨।୯: ଦେଶର ଅଭିବୃଦ୍ଧି ହାର ଦୟନୀୟ ସ୍ଥିତିରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ବିମୁଦ୍ରୀକରଣ ପରଠାରୁ ଦେଶରେ ଆର୍ଥିକ ଦୁର୍ଗତି ଆରମ୍ଭ ହୋଇଛି। ସ୍ଥିତି ସୁଧାରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri