Posted inଜାତୀୟ

ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ: ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ମୁମ୍ବାଇ,୯।୧, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଭଣ୍ଡାରା ଜିଲା ଜେନେରାଲ ହସ୍ପିଟାଲରେ ନିଆଁ ଲାଗି ୧୦ ଶିଶୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ମୁଖ୍ୟ ମନ୍ତ୍ରୀ ଠାକରେ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜିଲାର ଜିଲାପାଳ, ପୋଲିସ ଅଧୀକ୍ଷକଙ୍କ ସହ କଥା ହୋଇ ଘଟଣାର ଅନୁସନ୍ଧାନ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପିଲାଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଜେନେରାଲ ହସ୍ପିଟାଲର ଏସ୍‌ଏନ୍‌ସିୟୁରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ୧୦ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ୭ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବରଯାତ୍ରୀ ଗାଡି: ୭ ନିଖୋଜ

ଲକ୍ଷ୍ନୌ, ୨୦।୬: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀ ଦଳକୁ ନେଇ ଯୋଉଥିବା ଏକ ପିକ୍‌ଅପ୍‌ ଗାଡି ନଦୀକୁ ଖସି ପଡିଛି। ଫଳରେ ୭...

ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ତୃତୀୟ ଥର ଲାଗି ଆସନ୍ତା ୧୬ ତାରିଖ ଅର୍ଥାତ୍‌ ରବିବାର ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।...

ହାଜତ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ …

ନୂଆଦିଲ୍ଲୀ,୮।୧୧: ହାଜତ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ଏହି ମାମଲାରେ ଉତ୍ତରପ୍ରଦେଶର...

ବଦ୍ରିନାଥରୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଖସିଲା ପଥର ଖଣ୍ଡ

ଚାମୋଲି,୬।୮: ଉତ୍ତରାଖଣ୍ଡ ଚାମୋଲି ଜିଲାର ଲାମ୍ବାଗଡ଼ରେ ମଙ୍ଗଳବାର ସକାଳେ ଭୂସ୍ଖଳନ ହୋଇଛି। ଫଳରେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡମାନ ଖସି ରାସ୍ତାରେ ପଡ଼ିଥିଲା। ସେହି...

ପ୍ରଥମ ଥର ଲାଗି ମୋଦିଙ୍କ ରାଲି ହେବ ଇକୋ ଫ୍ରେଣ୍ଡଲି

ପାନିପଥ,୫।୯: ପ୍ରଥମ ଥର ଲାଗି ହରିୟାଣାର ରୋହତକରେ ଆସନ୍ତା ୮ ତାରିରେ ମୋଦିଙ୍କ ପାଇଁ ଆୟୋଜିତ ହୋଇଥିବା ରାଲି ଇକୋ ଫ୍ରେଣ୍ଡଲି ହେବ ବୋଲି ଜଣାପଡିଛି।...

ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ କରୋନା

ମୁମ୍ବାଇ, ୪।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଗତ କିଛିଦିନ ତଳେ ହାଇଦ୍ରାବାଦରେ ତମନ୍ନା ଏକ ୱେବ ସିରିଜ ପାଇଁ ସୁଟିଂ...

ଚଳନ୍ତା ବସ୍‌ରେ ସନ୍ତାନ ପ୍ରସବ କଲେ ମହିଳା, ଯାତ୍ରୀମାନେ କଲେ ସାହାଯ୍ୟ

ମୁମ୍ବାଇ,୨୫ା୧୦: କର୍ନାଟକର ଦେବଦୁର୍ଗରୁ ପୁଣେ ଯାଉଥିବା ଜଣେ ମହିଳା ଏକ ଚଳନ୍ତା ବସ୍‌ରେ ସନ୍ତାନ ପ୍ରସବ କରିଛନ୍ତି। ପ୍ରସବ ପରେ ମହିଳା ଏବଂ ତାଙ୍କ ନବଜାତକ...

ବନ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ କାହିଁକି ଚୁପ୍‌ ଅଛନ୍ତି ମୁଖ୍ୟମନ୍ତ୍ରୀ: ବିରୋଧୀ

ହାଇଦ୍ରାବାଦ,୨।୭: ତେଲେଙ୍ଗାନାରେ ବିରୋଧୀ କଂଗ୍ରେସ ଓ ଭାଜପା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଘେରିଛନ୍ତି। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) କର୍ମୀମାନେ ଯେଉଁଭଳି ଭାବେ ଜଣେ...

Advertisement
Archives

Model This Week