Posted inଖେଳ

ଶୋଏବ ନୁହନ୍ତି, ଏହି କ୍ରିକେଟର କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲର; ବୋଲିଂ ଯୋଗୁ ଭାଙ୍ଗୁଥିଲା ଆଙ୍ଗୁଠି

ନୂଆଦିଲ୍ଲୀ,୯।୧: ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ଶୋଏବ ଅଖତରଙ୍କୁ ବିଶ୍ୱର ସବୁଠାରୁ ଦ୍ରୁତ ବୋଲର ଭାବେ ଗଣାଯାଏ। ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ସେ ୧୬୧.୩ କିମି ବେଗରେ ବଲ୍‌ ଫିଙ୍ଗିଥିଲେ। ଏହାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା। ଆଧିକାରିକ ଭାବେ ଉକ୍ତ ବଲ୍‌କୁ କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବଲ୍‌ ଭାବେ ଗଣାଯାଉଛି। ହେଲେ ଏଭଳି ଏକ ସମୟ ଥିଲା ଯେତେବେଳେ ‘ସ୍ପିଡ୍‌ ଗନ୍‌’ ନଥିଲା। ଫଳରେ ବଲ୍‌ର ଗତି ରେକର୍ଡ କରାଯାଇପାରୁ ନ ଥିଲା। ଏହି ସମୟରେ ଏଭଳି ଏକ ବୋଲର ଥିଲେ ଯାହାଙ୍କ ବୋଲିଂର ସ୍ମୃତି ଆଜିବି ଅନେକଙ୍କ ମନରେ ରହିଛି। ସେ ହେଲେ ଚାଲର୍‌ସ କୋର୍ଟରାଇଟ୍‌। ଶନିବାର ତାଙ୍କ ଜନ୍ମଦିନ ଉପଲକ୍ଷେ ଆସନ୍ତୁ ତାଙ୍କ ବିଷୟରେ ଜାଣିବା କିଛି ସ୍ମରଣୀୟ କଥା।

୧୮୭୧ ଆଜିର ଦିନରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ ଚାଲର୍‌ସ। ତାଙ୍କ ସମୟରେ ଇସେକ୍ସ, ଫ୍ରି ଫୋରଷ୍ଟେର ପାଇଁ ସେ ଖେଳୁଥିଲେ। ସେତେବେଳେ ସବୁଠାରୁ ଦ୍ରୁତ ବୋଲର ଭାବେ ବିବେଚନା କରାଯାଉଥିଲା। ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିବାରେ ଖୁସି ଅନୁଭବ କରୁଥିଲେ ସେ। ଅଧିକାଂଶ ଥର ତାହାହିଁ ହୋଇଥିଲା। ୧୮୮୫ରୁ ୧୮୯୮ ପର୍ଯ୍ୟନ୍ତ ଖେଳା ଯାଇଥିବା ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ମୋଟ ୨୯୭ ଉଇକେଟ ନେଇଥିବା ବେଳେ ୨୦୧ଜଣଙ୍କୁ କେବଳ ବୋଲ୍ଡ କରିଥିଲେ। ଏହାପରେ ୧୯୦୭ ପର୍ଯ୍ୟନ୍ତ ୧୭୦ ମ୍ୟାଚ୍‌ ଖେଳି ୪୮୯ଟି ଉଇକେଟ ନେଇଥିଲେ। ଗୋଟିଏ ପାଳିରେ ୫୭ ରନ୍‌ ଦେଇ ୮ ଉଇକେଟ ନେବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।

ଏକଦା ସେନାର ଏକ ଟିମ୍‌ ସହ ଖେଳୁଥିବା ବେଳେ ବାରମ୍ବାର ଜଣେ ବ୍ୟାଟ୍ସମ୍ୟାନ୍‌ ବାମ ଗୋଡ଼ର ଆଙ୍ଗୁଠି ଆଗକୁ ବଢ଼ାଇ ଖେଳୁଥିଲେ। ଏହା କୋର୍ଟରାଇଟ୍‌ଙ୍କୁ ଅଡୁଆରେ ପକାଉଥିଲା। ଏହାପରେ ସେ ନିଜର ସମସ୍ତ ଶକ୍ତି ସହ ୟର୍କର ଫିଙ୍ଗିଥିଲେ। ଫଳରେ ବ୍ୟାଟ୍ସମ୍ୟାନ୍‌ଜଣଙ୍କ ବୋଲ୍ଡ ହୋଇଯାଇଥିଲେ। ଏପରିକି ତାଙ୍କର ଗୋଡର ଏକ ଆଙ୍ଗୁଠି ଭାଙ୍ଗି ଯାଇଥିଲା।

ମୃତ୍ୟୁ ପୂର୍ବରୁ ସେ ଦେଇଥିବା ଏକ ସାକ୍ଷାତକାରରେ ଏକ ମଜାଦାର କଥା କହିଥିଲେ। ତାଙ୍କର ଏକ ଦ୍ରୁତ ବଲ୍‌ ପଡ଼ିଆରେ ବାଉନ୍ସ ହେବା ପରେ ଉଇକେଟକିପରଙ୍କ ଉପର ଦେଇ ବାଉଣ୍ଡ୍ରି ବାହାରକୁ ଯାଇଥିଲା। କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବଲ୍‌ରେ(ବାଏ) ପାଇଁ ୬ ରନ୍‌ ମିଳିଥିଲା। ବିନା ବ୍ୟାଟ୍‌ରେ ପଡ଼ିଆ ବାହାରକୁ ଯିବା ଦୃଶ୍ୟ ପ୍ରଥମ ଆଉ ଶେଷ ହୋଇ ରହିଛି।
ତେବେ ଚାଲର୍‌ସଙ୍କ କ୍ୟାରିୟର ଦୁର୍ଭାଗ୍ୟପୂର୍ଣ୍ଣ ମଧ୍ୟ ଥିଲା। ତାଙ୍କର ବଲ୍‌ର ଗତି ରେକର୍ଡ ହୋଇ ନ ଥିବା ବେଳେ କେବେ ହେଲେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିପାରିନାହାନ୍ତି ସେ। ଏହା ଆଜିବି ବଡ଼ ପ୍ରଶ୍ନ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଚରଙ୍କ କହୁଣିରେ ହେବ ଅସ୍ତ୍ରୋପଚାର

ଲଣ୍ଡନ, ୨୧ା୫ (ପି.ଟି.)- ଇଂଲଣ୍ଡ ପେସ୍‌ ବୋଲର ଜୋଫ୍ରା ଆର୍ଚରଙ୍କର ଡାହାଣ କହୁଣିରେ ଶୁକ୍ରବାର ଅସ୍ତ୍ରୋପଚାର ହେବ। ଫଳତଃ ଅଗଷ୍ଟ ୪ରୁ ଭ୍ରମଣକାରୀ ଭାରତ ବିପକ୍ଷରେ...

କ୍ରିକେଟ ମ୍ୟାଚ୍‌ ଦେଖିବା ଆଶା ହରାଇ ନାହାନ୍ତି ଏହି ଯୁବକ, ଦୀର୍ଘ ୮ ମାସ ହେଲା ଶ୍ରୀଲଙ୍କାରେ ଅଟକି ରହିଛନ୍ତି

କେବଳ ଭାରତ ନୁହେଁ, ଇଂଲଣ୍ଡରେ ମଧ୍ୟ କ୍ରିକେଟର କ୍ରେଜ୍‌ ଭରପୂର ହୋଇ ରହିଛି। ୩୭ ବର୍ଷୀୟ ରବ୍‌ ଲୁଇସ୍‌ ହେଉଛନ୍ତି ଏମିତି ଜଣେ ବ୍ୟକ୍ତି ଯିଏ...

ତାଲିବାନ୍‌ ଆଗରେ ସର୍ତ୍ତ ରଖିଲା କ୍ରିକେଟ ଅଷ୍ଟ୍ରେଲିଆ

କାବୁଲ,୯।୯: ଯଦି ଆଫଗାନିସ୍ତାନରେ ମହିଳାଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ନ ମିଳେ, ତେବେ ଆମେ ଐତିହାସିକ ଟେଷ୍ଟ ମ୍ୟାଚ୍‌କୁ ବାତିଲ କରିଦେବୁ। ଏଭଳି ସ୍ବରରେ ତାଲିବାନ୍‌ର...

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, ସମୀର, ପ୍ରଣୟ ଆଉଟ୍‌

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, ସମୀର, ପ୍ରଣୟ ଆଉଟ୍‌ ବ୍ୟାଙ୍ଗକକ୍‌,୨୨।୧- କିଡାମ୍ବି ଶ୍ରୀକାନ୍ତ, ସମୀର ବର୍ମା ଓ ଏଚ୍‌.ଏସ୍‌. ପ୍ରଣୟ ଥାଇଲାଣ୍ଡ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ...

ଆଇପିଏଲ ପ୍ରଥମ ପର୍ଯ୍ୟାୟରେ ଖେଳି ନ ପାରନ୍ତି ଈଶାନ୍ତ

ଖ୍ରୀଷ୍ଟଚର୍ଚ୍ଚ,୧ା୩- ଈଶାନ୍ତ ଶର୍ମା ଏବେ ଗୋଇଠି ଜନିତ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଶେଷ ହେବା ପରେ ତାଙ୍କ...

ସ୍ପ୍ରିଣ୍ଟ କୁଇନ୍‌ ଦୂତୀଙ୍କୁ ପଦୋନ୍ନତି

ଭୁବନେଶ୍ୱର: ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ କରୋନା ମହାମାରୀ ପାଇଁ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ପାରି ନାହାନ୍ତି। ତେବେ ଅର୍ଜୁନ ପୁରସ୍କାର ପାଇଥିବାରୁ...

କ୍ରିକେଟ୍‌ରେ ଅଜବ କ୍ୟାଚ୍‌ ଧରିଲେ ଏହି କ୍ରିକେଟର୍‌

ସେଣ୍ଟ ଲୁସିଆ,୧୩।୭: ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ କାରିବିଆନ ଦଳ ଜିତିଛି। ୱେଷ୍ଟଇଣ୍ଡିଜ ତୃତୀୟ ମ୍ୟାଚକୁ ୬ ଉଇକେଟ ଜିତି...

ରୋହିତ୍‌ଙ୍କ ବିଶ୍ୱରେକର୍ଡ

ଲିଡ୍ସ, ୭।୭ (ପି.ଟି.)- ଶ୍ରେଷ୍ଠ ଫର୍ମରେ ଥିବା ତାରକା ଓପନର୍‌ ରୋହିତ୍‌ ଶର୍ମା ଏବଂ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଭାରତ ଚଳିତ ଆଇସିସି ବିଶ୍ୱକପର...

Advertisement
Archives

Model This Week