ବଲିଉଡ୍ ଅନାରକଲି ମଧୁବାଳାଙ୍କ ରୂପେ ନଜର ଆସିବେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଭାବେ ଯଦି କାହାର ରୂପର ପ୍ରଶଂସା କରାଯାଏ ତେବେ ସେ ହେଉଛନ୍ତି ବଲିଉଡ୍ ଅନାରକଲି ବା ବଲିଉଡ୍‌ର ମର୍ଲିନ ମୁନରୋ କୁହାଯାଉଥିବା ମଧୁବାଳା । ଏବେ ଜଣେ ନବାଗତା ନାୟିକା ମଧୁବାଳାଙ୍କ ଅନ୍ଦାଜରେ ସ୍କ୍ରିନରେ ଦେଖାଦେବାଲାଗି ପ୍ରସ୍ତୁତି ଜାରି ରଖିଛନ୍ତି । ସେ ହେଉଛନ୍ତି ଉର୍ବଶୀ ରୌତେଲା । ଉର୍ବଶୀ କ୍ଲାସିକାଲ ଗୀତ ‘ଏକ ଲଡକି ଭିଗି ଭାଗି ସି’ର ରିକ୍ରିଏଟ ଭର୍ସନ ମ୍ୟୁଜିକ ଭିଡିଓରେ ବଲିଉଡ୍‌ର ସୁନାମଧନ୍ୟା ଅଭିନେତ୍ରୀ ସ୍ୱର୍ଗତା ମଧୁବାଳାଙ୍କ ଏକ ଅପଡେଟ ଅବତାରକୁ ଜୀବନ୍ତ କରିବାକୁ ପ୍ରୟାସ କରିବେ । ଏହି ମ୍ୟୁଜିକ ଭିଡିଓକୁ ନେଇ ଉର୍ବଶୀ କୁହନ୍ତି ଏହା ମୋ ସ୍ୱପ୍ନର ଏକ ଅଂଶ । ମୁଁ ଏହି ଗୀତରେ ଅଭିନୟ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛି । ଏହି ବର୍ଷର ଆରମ୍ଭ ମୋ ପାଇଁ ଧମାକାଦାର ରହିଛି ବୋଲି ସେ କହିଛନ୍ତି । ଉର୍ବଶୀଙ୍କ ମତରେ ମଧୁବାଳା ଜଣେ ଆଇକନ ଥିଲେ ଯିଏ କେବଳ ନିଜ ସୁନ୍ଦରତା ପାଇଁ ନୁହେଁ ବରଂ ସ୍କ୍ରିନ ଉପରେ କିଛି ଗମ୍ଭୀର ଭାବନାକୁ ପ୍ରସ୍ତୁତ ବି କରିଥିଲେ ଯାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସେ ତାଙ୍କର ଏକ ଭିନ୍ନ ଛାପ ଛାଡି ଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ସବୁଠୁ ଅଧିକ ଟଙ୍କା କମାଉଛନ୍ତି ଏହି ସିଙ୍ଗର୍‌

ଆମେରିକାର ପପ୍‌ ଗାୟିକା ଟେଲର୍‌ ସୁଇଫ୍ଟ ବିଶ୍ୱର ସବୁଠାରୁ ଧନୀ ସିଙ୍ଗର୍‌ ହେବାର ସୌଭାଗ୍ୟଲାଭ କରିଛନ୍ତି। ତାଙ୍କର ପ୍ରତିଦିନ ଆୟ ପାଖାପାଖି ୩.୬୨ କୋଟି ଟଙ୍କା...

ଅଙ୍କିତାଙ୍କ ପ୍ରକୃତ ନାଁ କ’ଣ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ସେ ଜଣେ ପପୁଲାର...

ଭିକ୍କିି-କ୍ୟାଟ୍ରିନାଙ୍କ ବିବାହକୁ ମିଳିଲା ସ୍ୱୀକୃତି!

ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟୟିନା କୈଫଙ୍କ ବିବାହକୁ ନେଇ କିଛି ଖବର ସାମ୍ନାକୁ ଆସିଛି । ଏମାନଙ୍କ ବିବାହକୁ ଭିକ୍କିଙ୍କ...

ମୋ ବିରୋଧରେ କୋର୍ଟ ଗଲେ, ମୁଁ ସୁପ୍ରିମକୋର୍ଟ ଯାଇ ହାହାକାର କରିବି: ଜାଣନ୍ତୁ ଏପରି କାହିଁକି କହିଲେ ଅର୍ନବ

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ଦାୟିତ୍ୱ ଏବେ ସିବିଆଇ ହାତରେ। ଦିନକୁ ଦିନ ଘଟଣା ନୂଆ ମୋଡ ନେଉଥିବାରୁ ମିଡିଆଠାରୁ...

ଅନ୍ତର୍ଜାତୀୟ ଯୋଗ ଦିବସ: ଯୋଗରେ ନିମଗ୍ନ ବଲିଉଡ୍‌ର କିଛି ସେଲିବ୍ରିଟି

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସାଧାରଣତଃ ଲୋକେ ସୁସ୍ଥ ରହିବାକୁ ଯୋଗ କରିଥାନ୍ତି। ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ସୁସ୍ଥ ଏବଂ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା...

ପ୍ରିୟଙ୍କା ଚୋପ୍ରାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ୍‌ ପରେ ହଲିଉଡ୍‌ରେ ରାଜ୍‌ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୦ ମସିହାରେ ମିସ ୱାଲର୍‌ଡ ଟାଇଟଲ ଜିତିଥିବା...

କିଆରା@୨୮: ଏମ୍‌ ଏସ୍‌ ଧୋନୀ ନୁହେଁ, ଏହି ଫିଲ୍ମରୁ କରିଥିଲେ ବଲିଉଡ୍‌ରେ ଡେବ୍ୟୁ; ଜାଣନ୍ତୁ….

ବଲିଉଡ୍‌ର ଜଣେ ପରିଚିତ ତଥା ସଫଳ ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ। ନିଜର ସନ୍ଦର୍ଯ୍ୟ ଏବଂ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର...

ହସ୍ପିଟାଲ୍‌ରେ ଏଜାଜ୍‌ ଖାଁ

ବମ୍ବେ: ଟେଲିଭିଜନ ଷ୍ଟାର ତଥା ବିଗ୍‌ବସ୍‌ର ପ୍ରତିଯୋଗୀ ଥିବା ଏଜାଜ୍‌ ଖାଁ ଅସୁସ୍ଥ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଟାଇଫଏଡ୍‌ରେ ପୀଡ଼ିତ ଥିବା ଜଣାପଡ଼ିଛି।...

Advertisement
Archives

Model This Week