ଭାଇରାଲ ହେଉଛି ଅଙ୍କିତାଙ୍କ ରୋମାଣ୍ଟିକ୍ ଫଟୋ

ମୁମ୍ବାଇ: ଅଙ୍କିତା କୋୱର ଓ ମିଲିନ୍ଦ ସୋନମ ଲୋକଙ୍କ ମନପସନ୍ଦ କପୁଲଙ୍କ ମଧ୍ୟରେ ଗୋଟିଏ । ଉଭୟ ନିଜ ଭିତରେ ଥିବା ଭଲପାଇବାକୁ କେବେ କମ୍ ହେବକୁ ଦିଅନ୍ତି ନାହିଁ । ବୟସର ଯଥେଷ୍ଟ ତାରତମ୍ୟ ଥିଲେ ବି ଉଭୟଙ୍କ ପ୍ରେମ ସମ୍ପର୍କ ଖୁବ୍ ନିବିଡ । ସମୟ ସମୟରେ ଏହିଭଳି କିଛି ଫଟୋ ଏମାନେ ସୋସିଆଲ ମିଡିଆରେ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ ଅଙ୍କିତା ନିଜ ସ୍ୱାମୀଙ୍କ ସହ ଏମିତି ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ଅଙ୍କିତା ମିଲିନ୍ଦଙ୍କୁ କିସ୍ କରୁଥିବା ନଜର ଆସିଛି । ଏହି ଫଟୋ ଶେୟାର କରିବା ସହ ଅଙ୍କିତା ଏକ ସ୍ପେଶାଲ ପୋଷ୍ଟ ବି ଲେଖିଛନ୍ତି । ସେ ଲେଖିଛନ୍ତି କେବେକେବେ ପାହାଡ ବି ଆପଣଙ୍କୁ ଭଲପାଇବା ଓ ଶକ୍ତି ଯୋଗାଇଥାଏ । ସୈଡକଫୁରେ ବିତାଇଥିବା ସେ ସୁନ୍ଦର ମୁହୂର୍ତ୍ତକୁ ମନେପକାଉଛି । ଆପଣମାନେ ବି ଏମିତି ଅନୁଭୁତି ନିଶ୍ଚୟ ସାଉଁଟନ୍ତୁ । ଏହି ଫଟୋରେ ଉଭୟ ଅଙ୍କିତା ଓ ମିଲିନ୍ଦଙ୍କ ଫ୍ୟାଶନ ସେନ୍ସ ବି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୁର୍ଜ ଖଲିଫାରେ ‘ଭେଡିୟା’ ଟ୍ରେଲର

ମୁମ୍ବାଇ: ବରୁଣ ଧୱନ ଓ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଭେଡିୟା’ ଏବେ ଖୁବ ଚର୍ଚ୍ଚାରେ । ଏବେ ଲଗାତାର ଏହି ଫିଲ୍ମକୁ ନେଇ କିଛି...

ସୁଶାନ୍ତଙ୍କ ପାଇଁ ପ୍ରେମିକାଙ୍କ ଭାବପ୍ରବଣ ପୋଷ୍ଟ: ତୁମକୁ ହରାଇବାର ୩୦ ଦିନ ହେଲା, ସାରା ଜୀବନ ଭଲ ପାଇବି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏକ ମାସ ବିତିଗଲାଣି। ମାସେ ପରେ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ତାଙ୍କ ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି।...

ଫଶିଗଲେ ଶ୍ୱେତା

ଟେଲିଭିଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିୱାରୀ ବିବାଦୀୟ ମନ୍ତବ୍ୟ ଦେଇ ଫଶିଯାଇଛନ୍ତି। ତାଙ୍କ ଅନ୍ତଃବସ୍ତ୍ର ସାଇଜ୍‌ ଭଗବାନ ନେଉଛନ୍ତି ବୋଲି ନିକଟରେ ସେ କହିଛନ୍ତି।...

ବଡିଗାର୍ଡଙ୍କ ଉପରେ ପ୍ରବଳ ରାଗିଲେ ଶେହନାଜ

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ଲୋକମାନେ ଅଧିକ ପସନ୍ଦ କରନ୍ତି। କାରଣ ସେ ବହୁତ ଖୋଲା ହୃଦୟର ମଣିଷ। ସବୁଠାରୁ ବଡ଼ କଥା ହେଉଛି ପ୍ରଶଂସକମାନଙ୍କୁ...

ମାତ୍ର ୫୧ ଟଙ୍କା

ବଲିଉଡ୍‌ର ହି-ମ୍ୟାନ୍‌ ଭାବରେ କିଏ ପରିଚିତ ତାହା କହିବା ବାହୁଲ୍ୟ। ସେ ହେଲେ ଧର୍ମେନ୍ଦ୍ର। ତାଙ୍କର ‘କୁତେ କମିନେ’ ଡାଏଲଗ୍‌ ଏବେ ମଧ୍ୟ ସିନେପ୍ରେମୀଙ୍କ ମଧ୍ୟରେ...

ଆଜ୍‌ ପୁରାନି ରାହୋ ସେ କୋଇ ମୁଝେ ଆଓ୍ବାଜ ନା ଦେ…

ମୁମ୍ବାଇ: ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍‌ ଭାବେ ପରିଚିତି ହାସଲ କରିଥିବା ପ୍ରଥମ ସୁପରଷ୍ଟାର୍‌ ଦିଲ୍ଲୀପ୍‌ କୁମାରଙ୍କ ପରଲୋକ ଘଟିଛି। ତେବେ ତାଙ୍କର ଦୀର୍ଘ ୬୫ ବର୍ଷର...

କଳସ ପୂଜା କଲେ ଅମିର

ବଲିଉଡ୍‌ର ମିଷ୍ଟର ପଫେକ୍ଟନିଷ୍ଟ ଅମିର ଖାନ୍‌ ‘ଲାଲ ସିଂ ଚଢା’ ଫ୍ଲପ୍‌ ହେବା ପରେ ଫିଲ୍ମରୁ କିଛି ଦିନ ବିରତି ନେଇଛନ୍ତି। ନିକଟରେ ସେ ପୂର୍ବତନ...

ପ୍ରିନ୍ସ ଚାର୍ଲସଙ୍କୁ ସ୍ବାଗତ କରିବା ପାଇଁ ଏହି ଅଭିନେତ୍ରୀ କରିଥିଲେ ଏମିତି କିଛି, ଯାହାକୁ ନେଇ ଭାରତରୁ ବ୍ରିଟେନ୍‌ ଯାଏ ହୋଇଥିଲା ଚର୍ଚ୍ଚା

୮୦ ଦଶକର ସୁପରହିଟ୍‌ ହିରୋଇନ ପଦ୍ମିନୀ କୋହ୍ଲାପୁରୀ ଶିଶୁ କଳାକାର ଭାବରେ କାମ କରିବା ଆରମ୍ଭ କରିଥିଲେ। ସେ ଜଣେ ଗାୟକ ହେବାକୁ ଇଚ୍ଛା କରିଥିଲେ...

Advertisement
Archives

Model This Week