Home Left

ମଧ୍ୟାହ୍ନଭୋଜନ ଚାଉଳ ଆଣିବାକୁ ଯିବା ବେଳେ ଦୁର୍ଘଟଣା: ଅଟୋକୁ ପିଟିଲା ଟ୍ରକ୍ ‌- ୩ ମୃତ,୯ଗୁରୁତର

ବାରିପଦା ଅଫିସ/ବାଙ୍ଗିରିପୋଷି,୧୭ା୯(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ା ମଧ୍ୟାହ୍ନଭୋଜନ ଚାଉଳ ଆଣିବାକୁ ଯାଉଥିବା ଅଟୋକୁ ପଛପଟୁ ଏକ ଟ୍ରକ ଧକ୍କା ଦେବାରୁ…

ପୂର୍ବତନ ଆଇଏଏଏଫ୍‌ ମୁଖ୍ୟ ଲାମିନେ ଡିଆକଙ୍କୁ ଜେଲ୍‌

ପ୍ୟାରିସ୍‌,୧୭।୯(ଏପି): ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ ଫେଡେରେଶନ (ଆଇଏଏଏଫ୍‌) ପୂର୍ବତନ ଅଧ୍ୟକ୍ଷ ତଥା ସେନେଗାଲର ଜଣାଶୁଣା ବ୍ୟବସାୟୀ ଲାମିନ୍‌ ଡିଆକଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ବ୍ୟାପକ ଡୋପିଂ ସତ୍ତ୍ୱେ ବହୁ ପରିମାଣରେ ଉତ୍କୋଚ ନେଇ ସେ ରୁଷୀୟ ଆଥଲେଟମାନଙ୍କୁ…

ପାହାଡ଼ିଆ ପନିପରିବା ପାଇ ଗ୍ରାହକ ଖୁସି, ସ୍ବାଭାବିକ ଅବସ୍ଥା ଫେରୁଛି

କେନ୍ଦୁଝର, ୧୭ା୯ (ସ୍ବ.ପ୍ର.)-କରୋନା କଟକଣା କୋହଳ ହେବା ପରେ ଏବଂ ଯାତ୍ରୀବାହୀ ଗାଡି ଚଳାଚଳ କରିବା ଫଳରେ ଜିଲାରେ ସ୍ବାଭାବିକ ଅବସ୍ଥା ଫେରୁଛି। ମଲ, ଦୋକାନବଜାର ଆଦି ଖୋଲିବା ଫଳରେ ଜନଗହଳି ହେଉଛି। ଗ୍ରାମାଞ୍ଚଳର ଚାଷୀ, ମୂଲିଆ ତଥା ଛୋଟଛୋଟ ବ୍ୟବସାୟ…

ଟ୍ରଲିରେ ବୁହା ହେଲା ମୃତଦେହ

ବାରିପଦା ଅଫିସ,୧୭ା୯-ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଟ୍ରଲିରେ ମୃତଦେହକୁ ବୋହି ନେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସରକାରଙ୍କ ପକ୍ଷରୁ ମହାପ୍ରୟାଣ ଯୋଜନା କିପରି ଜିଲାରେ କାର୍ଯ୍ୟକାରୀ…

କୋଭିଡ୍‌- ୧୯ ଭ୍ୟାକ୍ସିନ୍‌: ଆଥଲେଟ୍‌ଙ୍କୁ ଅଗ୍ରାଧିକାର ଦେବାକୁ ସରକାରଙ୍କୁ ଅନୁରୋଧ

ନୂଆଦିଲ୍ଲୀ, ୧୭।୯(ପି.ଟି.): ଆଗମୀ ଦିନରେ କୋଭିଡ୍‌-୧୯ ଭ୍ୟାକ୍ସିନ୍‌ ଉପଲବ୍ଧ ହେବାର ସମ୍ଭାବନା ଦୃଢ ହେବାରେ ଲାଗିଛି। ଏପରିସ୍ଥଳେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବାର ଆଥଲେଟ୍‌ଙ୍କୁ ଏ ନେଇ ଅଗ୍ରାଧିକାର ଦେବାକୁ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ବୁଧବାର ସରକାରଙ୍କୁ ଅନୁରୋଧ…

କେନ୍ଦ୍ରୀୟ ଟିମ୍‌ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଭଦ୍ରକ ଅଫିସ, ୧୭ା୯- ବୁଧବାର କେନ୍ଦ୍ର ସରକାରଙ୍କ ଏକ ଚାରି ଜଣିଆ ଟିମ୍‌ ଭଦ୍ରକ ଜିଲା ଗସ୍ତ କରିଥିଲେ। ଏହି ଟିମ୍‌ ବନ୍ୟା କ୍ଷୟକ୍ଷତିର ଆକଳନ ଓ ଜିଲା ପ୍ରଶାସନ ସହ ଆଲୋଚନା କରି ଯାଜପୁର ଯାଇଥିଲେ। କେନ୍ଦ୍ର ସରକାରଙ୍କ ଗୃହ…

ଟୁର୍‌ ଡି ଫ୍ରାନ୍ସରୁ ଓହରିଲେ ଗତଥରର ଚାମ୍ପିୟନ ଇଗାନ ବେର୍ନାଲ

ଗ୍ରେନୋବଲ(ଫ୍ରାନ୍ସ), ୧୭।୯(ଏପି): ଫ୍ରାନ୍ସରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବହୁ ପର୍ଯ୍ୟାୟ ବିଶିଷ୍ଟ ପୁରୁଷ ସାଇକେଲ ରେସ୍‌ ଟୁର୍‌ ଡି ଫ୍ରାନ୍ସରୁ ଓହରିଯାଇଛନ୍ତି ଗତଥରର ଚାମ୍ପିୟନ ଇଗାନ ବେର୍ନାଲ। ଆଲ୍ପସ୍‌ରେ ଆୟୋଜିତ ହେବାକୁ ଥିବା ରେସ୍‌ର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ପୂର୍ବରୁ ସେ ଓହରିଯାଇଛନ୍ତି…

ଟିକସ ସଂଗ୍ରହ ୨୨.୫% କମିଲା

ନୂଆଦିଲ୍ଲୀ,୧୭।୯: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ମୋଟ ଟିକସ ସଂଗ୍ରହ ୨୨.୫% ହ୍ରାସ ଘଟିଛି। ସେପ୍ଟେମ୍ବର ୧୫ ସୁଦ୍ଧା ସରକାର ୨.୫୩ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ଏହା ମଧ୍ୟରେ…

ମିଶ୍ରଣ ସୁଯୋଗ ଖୋଜୁଛି ପିଏମ୍‌ସି ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୯: ଋଣ ଠକେଇ ଦ୍ୱାରା ପ୍ରଭାବିତ ସ୍ଥିତିରେ ରହିଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍‌ସି) ବ୍ୟାଙ୍କ ଏହାର ପରିଚାଳନାକୁ ଉନ୍ନତ କରିବାକୁ ଯୋଜନା ରଖିଛି। ବ୍ୟାଙ୍କର ସ୍ଥିତି ବିଗିଡ଼ିଯାଇଥିବା ବେଳେ ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ ଲାଗି ଏହା ବର୍ତ୍ତମାନ…

କରୋନା ଆକ୍ରାନ୍ତ ହେଲେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ

ନୂଆଦିଲ୍ଲୀ, ୧୬।୯: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଟୁଇଟ୍‌ ଯୋଗେ ଗଡ଼କରୀ ନିଜେ ଏହି ସୂଚନା ଦେଇଛନ୍ତି। ଗଡ଼କରୀ କହିଛନ୍ତି, ‘କାଲି ମୁଁ ଦୁର୍ବଳ ଅନୁଭବ କରିଥିଲି। ଏହାପରେ ଡାକ୍ତରଙ୍କ ପରାମର୍ଶ ନେଇଥିଲି। ଚେକ୍‌ ଅପ୍‌…

ଜୟା ବଚ୍ଚନଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡାକଡି

ମୁମ୍ବାଇ,୧୬।୯-ସମାଜବାଦୀ ପାର୍ଟି ଏମ୍‌ପି ଜୟା ବଚ୍ଚନ ସଂସଦରେ ଡ୍ରଗ୍ସ ମାମଲାରେ ବୟାନ ଦେବା ପରେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ବୁଧବାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜୁହୁରେ ଥିବା ବଚ୍ଚନଙ୍କ ଆଇକନିକ ବଙ୍ଗଳା ଜଲସା ବାହାରେ ମୁମ୍ବାଇ ପୋଲିସ ସୁରକ୍ଷା ଯୋଗାଇ…

ହାଇଓ୍ବେରେ ପହଞ୍ଚିଲେ ନାଗ-ନାଗୁଣୀ; ଏକ ଘଣ୍ଟା ଧରି ରାସ୍ତା ଜାମ୍‌

ଅମରୋହା, ୧୬।୯: ଉତ୍ତର ପ୍ରଦେଶର ଅମରୋହା ଜିଲା ଜାତୀୟ ରାଜପଥର ଚୌପଲା ଓଭରବ୍ରିଜ ଉପରକୁ ଅଚାନକ ଏକ ନାଗ-ନାଗୁଣୀ ଚାଲି ଆସିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନ ବାହାନ ଯିବା ଆସିବା ବନ୍ଦ ହୋଇଯାଇଥିଲା। ଏହିପରି ଏକ ଘଣ୍ଟା ଧରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri