ପାର୍କିଂ ବ୍ୟବସ୍ଥା ଭୁଲିଛି ପୌରପାଳିକା

ଅନୁଗୋଳ ଅଫିସ, ୨୧।୧: ବଢ଼ୁଛି ଅନୁଗୋଳ ସହର, ବଜାର। ଲୋକ ସଂଖ୍ୟାରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ତଦନୁଯାୟୀ ସହରରେ ବାଇକ୍‌ ଓ ଚାରି ଚକିଆ ଗାଡ଼ି ବୃଦ୍ଧି ପାଉଥିଲେ ମଧ୍ୟ ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ ନାହିଁ। ବିଶେଷକରି ଅନୁଗୋଳ ବଜାରରେ ପାର୍କିଂ ସମସ୍ୟା ଲୋକଙ୍କ ସହ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ଗାଡ଼ି ରଖିବାକୁ ନିର୍ଦ୍ଧାରିତ ସ୍ଥାନ ନ ଥିବାରୁ ବଜାର ଆସୁଥିବା ଲୋକେ ରାସ୍ତା ମଝିରେ ପାର୍କିଂ କରି ଦୋକାନ ଭିତରକୁ ଯାଉଛନ୍ତି। ଫଳରେ ବଜାର ରାସ୍ତା ଦିନକୁ ଦିନ ସଂକୀର୍ଣ୍ଣ ହୋଇପଡ଼ୁଛି। ଏଥିଯୋଗୁ ଅନେକ ସମୟରେ ଆମ୍ବୁଲାନ୍ସକୁ ଅଟକି ରହିବାକୁ ପଡ଼ୁଛି। ପର୍ବପର୍ବାଣୀ ଓ ପୂଜାଋତୁରେ ଲୋକେ ଅଧିକ ଅସୁବିଧା ଭୋଗୁଛନ୍ତି। କିନ୍ତୁ ଟିକସ ଆଦାୟରେ ବ୍ୟସ୍ତ ପୌର କର୍ତ୍ତୃପକ୍ଷ ପାର୍କିଂ ବ୍ୟବସ୍ଥା କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିବା ସହରବାସୀ ଅଭିଯୋଗ କରିଛନ୍ତି।
ଅନୁଗୋଳ ମେଡିକାଲ ଛକ ଠାରୁ ବଜାର ଛକ, ବଜାର ଛକରୁ ଗାନ୍ଧୀମାର୍ଗ ଏବଂ ପୁରୁଣା ଲାଇବ୍ରେରି ଛକ ମଧ୍ୟରେ ଗାଡ଼ି ପାର୍କିଂ ପାଇଁ ସ୍ଥାନ ଚିହ୍ନଟ କରାଯାଇ ନାହିଁ। ତେଣୁ ସୁବିଧା ଅନୁସାରେ ଚାଳକମାନେ ନିଜ ନିଜ ଗାଡ଼ି ପାର୍କିଂ କରୁଛନ୍ତି। ବାଇକ୍‌ଗୁଡ଼ିକୁ ରାସ୍ତା ମଝିରେ ରଖାଯାଉଥିବା ବେଳେ ଗ୍ରାହକଙ୍କୁ ଦେଖାଗଲା ଭଳି ବ୍ୟବସାୟୀମାନେ ବିଭିନ୍ନ ବିକ୍ରି ସାମଗ୍ରୀକୁ ରାସ୍ତା ଉପରେ ରଖୁଛନ୍ତି। ତେଣୁ ଦୈନିକ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ସନ୍ଧ୍ୟା ସମୟରେ ଗହଳି ଅଧିକ ହେଉଥିବାରୁ ବଜାର ରାସ୍ତାରେ ଯାତାୟାତ କଷ୍ଟକର ହୋଇପଡ଼ୁଛି। ମେଡିକାଲ ମୁହଁା ଆମ୍ବୁଲାନ୍ସଗୁଡ଼ିକୁ ମଧ୍ୟ ଅଟକିବାକୁ ପଡ଼ୁଛି। ରାସ୍ତାର ଉଭୟ ପାର୍ଶ୍ୱରେ ପୌରପାଳିକା ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ କରାଯାଇଛି। ଏହି ନିର୍ମାଣ ସମୟରେ କିଛି କିଛି ସ୍ଥାନରେ ପାର୍କିଂ ନିମନ୍ତେ ଜାଗା ଛଡ଼ାଯାଇଥିଲା। କିନ୍ତୁ କେତେଜଣ ଅସାଧୁ କର୍ମଚାରୀଙ୍କୁ ହାତକରି ବ୍ୟବସାୟୀମାନେ ଉକ୍ତ ପାର୍କିଂ ସ୍ଥାନକୁ ହାତେଇ ନେଇ ଦୋକାନ ଖୋଲି ବସିପଡ଼ିଛନ୍ତି। ପାର୍କିଂ ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୌର କର୍ତ୍ତୃପକ୍ଷ ଆନ୍ତରିକତା ଦେଖାଉ ନାହାନ୍ତି। ବିଭିନ୍ନ ସମୟରେ ବୈଠକ ବସିଲେ ଏ ନେଇ ଆଲୋଚନା କରାଯାଉଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। କେବଳ ରାସ୍ତା ଉପରେ ସାମଗ୍ରୀ ରଖିଥିବା ବ୍ୟବସାୟୀଙ୍କ ଉପରେ ବେଳେ ବେଳେ ଚଢ଼ାଉ ଓ ଜରିମାନା ଆଦାୟ କରି କର୍ତ୍ତୃପକ୍ଷ ଚୁପ୍‌ ବସିଯାଉଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଲାଣି।

ପାର୍କିଂ ସ୍ଥାନ ଗଲା କୁଆଡ଼େ
ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବା ପରେ ନିକଟରେ ଛୋଟ ଛୋଟ ପାର୍କିଂ ସ୍ଥାନ ଥିଲା। କିନ୍ତୁ ଏବେ ସେଠାରେ ବେଆଇନ୍‌ ଭାବେ ଦୋକାନ ଘର ନିର୍ମାଣ ହୋଇଛି। ଏହାକୁ ଚିହ୍ନଟ କଲେ ପାର୍କିଂ ସମସ୍ୟା କିଛି ମାତ୍ରାରେ ଦୂର ହେବ। କିନ୍ତୁ ସମସ୍ୟାର ସମାଧାନ ପାଇଁ ପୌରପାଳିକା ବ୍ୟବସ୍ଥା କରୁ।
-ରଶ୍ମିରଞ୍ଜନ ସାହୁ, ଅନୁଗୋଳବାସୀ

ସମାଧାନ ଉପରେ ଗୁରୁତ୍ୱ ଦିଆଯାଉ
ବଜାରରେ ପାର୍କିଂ ବ୍ୟବସ୍ଥା ନାହିଁ। ଲୋକମାନେ ରାସ୍ତା ମଝିରେ ଗାଡ଼ି ରଖିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଧୀରେ ଧୀରେ ସମସ୍ୟା ଜଟିଳ ହେବାରେ ଲାଗିଛି। ଏଥିଯୋଗୁ ବ୍ୟବସାୟୀଙ୍କୁ ମଧ୍ୟ ଅସୁବିଧା ଭୋଗିବାକୁ ପଡ଼ୁଛି। ଜିଲା ପ୍ରଶାସନ ପାର୍କିଂ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
ପ୍ରତାପ ମାଝି, ସଞ୍ଜୀବନୀ ମାର୍କେଟ ସଭାପତି

ଭିଡ଼ ଯୋଗୁ ଆମ୍ବୁଲାନ୍ସ ଅଟକି ଯାଉଛି
ବଜାରରେ ବିଭିନ୍ନ ସମୟରେ ଭିଡ଼ ପରିଲକ୍ଷିତ ହେଉଛି। ଫଳରେ ବେଳେ ବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଅଟକିବାକୁ ପଡ଼ୁଛି। ସହର ସୌନ୍ଦର୍ଯ୍ୟକରଣ ହେଉଥିବା ଜାଣି ଖୁସି ଲାଗୁଛି। କିନ୍ତୁ ଏହି ପ୍ରମୁଖ ସମସ୍ୟାର ସମାଧାନ କରାଗଲେ ଅଧିକ ଆନନ୍ଦ ଲାଗିବ।
-ସୂର୍ଯ୍ୟନାରାୟଣ ନାଥ, ଅନୁଗୋଳବାସୀ

ମିଳିତ ଉଦ୍ୟମ ଆବଶ୍ୟକ
ପୋଲିସ ଓ ପୌରପାଳିକାର ମିଳିତ ଉଦ୍ୟମ ରହିଲେ ସମସ୍ୟାର ସମାଧାନ ହୋଇପାରିବ। ରାସ୍ତା ମଝିରେ ବ୍ୟବସାୟୀମାନେ ଗାଡ଼ି ରଖିଲେ ୱାନ ୱେ ଭଳି କାର୍ଯ୍ୟ କରିବ। କିନ୍ତୁ ବ୍ୟବସାୟୀମାନେ ସେମାନଙ୍କ ପସରା ରାସ୍ତା ଉପରେ ମେଲାଉଛନ୍ତି। ଏହାକୁ ବନ୍ଦ କରାଗଲେ ଅସୁବିଧା ଅପେ ଦୂର ହେବ।
-ଅକ୍ଷୟ କୁମାର ସାମନ୍ତ, ପୂର୍ବତନ ନଗରପାଳ

ସମାଧାନ ପାଇଁ ପଦକ୍ଷେପ ନିଆଯିବ
ବଜାର ମଧ୍ୟରେ ପାର୍କିଂକୁ ନେଇ ଏପରି ସମସ୍ୟା ହେଉଥିବା ସମ୍ପର୍କରେ ଅବଗତ ନ ଥିଲି। ଏ ନେଇ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯିବ। ଯେତେଶୀଘ୍ର ସମ୍ଭବ ପାର୍କିଂ ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ରୋଗୀମାନଙ୍କୁ ନେଇ ଆମ୍ବୁଲାନ୍ସ ଉକ୍ତ ରାସ୍ତାରେ ଯାତାୟାତ କରୁଥିବାରୁ ଯେପରି କେଉଁଠି ନ ଅଟକିବ ତାହା ଉପରେ ଗୁରୁତ୍ୱ ଦିଆଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri