ପାର୍କିଂ ବ୍ୟବସ୍ଥା ଭୁଲିଛି ପୌରପାଳିକା

ଅନୁଗୋଳ ଅଫିସ, ୨୧।୧: ବଢ଼ୁଛି ଅନୁଗୋଳ ସହର, ବଜାର। ଲୋକ ସଂଖ୍ୟାରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ତଦନୁଯାୟୀ ସହରରେ ବାଇକ୍‌ ଓ ଚାରି ଚକିଆ ଗାଡ଼ି ବୃଦ୍ଧି ପାଉଥିଲେ ମଧ୍ୟ ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ ନାହିଁ। ବିଶେଷକରି ଅନୁଗୋଳ ବଜାରରେ ପାର୍କିଂ ସମସ୍ୟା ଲୋକଙ୍କ ସହ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ଗାଡ଼ି ରଖିବାକୁ ନିର୍ଦ୍ଧାରିତ ସ୍ଥାନ ନ ଥିବାରୁ ବଜାର ଆସୁଥିବା ଲୋକେ ରାସ୍ତା ମଝିରେ ପାର୍କିଂ କରି ଦୋକାନ ଭିତରକୁ ଯାଉଛନ୍ତି। ଫଳରେ ବଜାର ରାସ୍ତା ଦିନକୁ ଦିନ ସଂକୀର୍ଣ୍ଣ ହୋଇପଡ଼ୁଛି। ଏଥିଯୋଗୁ ଅନେକ ସମୟରେ ଆମ୍ବୁଲାନ୍ସକୁ ଅଟକି ରହିବାକୁ ପଡ଼ୁଛି। ପର୍ବପର୍ବାଣୀ ଓ ପୂଜାଋତୁରେ ଲୋକେ ଅଧିକ ଅସୁବିଧା ଭୋଗୁଛନ୍ତି। କିନ୍ତୁ ଟିକସ ଆଦାୟରେ ବ୍ୟସ୍ତ ପୌର କର୍ତ୍ତୃପକ୍ଷ ପାର୍କିଂ ବ୍ୟବସ୍ଥା କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିବା ସହରବାସୀ ଅଭିଯୋଗ କରିଛନ୍ତି।
ଅନୁଗୋଳ ମେଡିକାଲ ଛକ ଠାରୁ ବଜାର ଛକ, ବଜାର ଛକରୁ ଗାନ୍ଧୀମାର୍ଗ ଏବଂ ପୁରୁଣା ଲାଇବ୍ରେରି ଛକ ମଧ୍ୟରେ ଗାଡ଼ି ପାର୍କିଂ ପାଇଁ ସ୍ଥାନ ଚିହ୍ନଟ କରାଯାଇ ନାହିଁ। ତେଣୁ ସୁବିଧା ଅନୁସାରେ ଚାଳକମାନେ ନିଜ ନିଜ ଗାଡ଼ି ପାର୍କିଂ କରୁଛନ୍ତି। ବାଇକ୍‌ଗୁଡ଼ିକୁ ରାସ୍ତା ମଝିରେ ରଖାଯାଉଥିବା ବେଳେ ଗ୍ରାହକଙ୍କୁ ଦେଖାଗଲା ଭଳି ବ୍ୟବସାୟୀମାନେ ବିଭିନ୍ନ ବିକ୍ରି ସାମଗ୍ରୀକୁ ରାସ୍ତା ଉପରେ ରଖୁଛନ୍ତି। ତେଣୁ ଦୈନିକ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ସନ୍ଧ୍ୟା ସମୟରେ ଗହଳି ଅଧିକ ହେଉଥିବାରୁ ବଜାର ରାସ୍ତାରେ ଯାତାୟାତ କଷ୍ଟକର ହୋଇପଡ଼ୁଛି। ମେଡିକାଲ ମୁହଁା ଆମ୍ବୁଲାନ୍ସଗୁଡ଼ିକୁ ମଧ୍ୟ ଅଟକିବାକୁ ପଡ଼ୁଛି। ରାସ୍ତାର ଉଭୟ ପାର୍ଶ୍ୱରେ ପୌରପାଳିକା ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ କରାଯାଇଛି। ଏହି ନିର୍ମାଣ ସମୟରେ କିଛି କିଛି ସ୍ଥାନରେ ପାର୍କିଂ ନିମନ୍ତେ ଜାଗା ଛଡ଼ାଯାଇଥିଲା। କିନ୍ତୁ କେତେଜଣ ଅସାଧୁ କର୍ମଚାରୀଙ୍କୁ ହାତକରି ବ୍ୟବସାୟୀମାନେ ଉକ୍ତ ପାର୍କିଂ ସ୍ଥାନକୁ ହାତେଇ ନେଇ ଦୋକାନ ଖୋଲି ବସିପଡ଼ିଛନ୍ତି। ପାର୍କିଂ ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୌର କର୍ତ୍ତୃପକ୍ଷ ଆନ୍ତରିକତା ଦେଖାଉ ନାହାନ୍ତି। ବିଭିନ୍ନ ସମୟରେ ବୈଠକ ବସିଲେ ଏ ନେଇ ଆଲୋଚନା କରାଯାଉଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। କେବଳ ରାସ୍ତା ଉପରେ ସାମଗ୍ରୀ ରଖିଥିବା ବ୍ୟବସାୟୀଙ୍କ ଉପରେ ବେଳେ ବେଳେ ଚଢ଼ାଉ ଓ ଜରିମାନା ଆଦାୟ କରି କର୍ତ୍ତୃପକ୍ଷ ଚୁପ୍‌ ବସିଯାଉଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଲାଣି।

ପାର୍କିଂ ସ୍ଥାନ ଗଲା କୁଆଡ଼େ
ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବା ପରେ ନିକଟରେ ଛୋଟ ଛୋଟ ପାର୍କିଂ ସ୍ଥାନ ଥିଲା। କିନ୍ତୁ ଏବେ ସେଠାରେ ବେଆଇନ୍‌ ଭାବେ ଦୋକାନ ଘର ନିର୍ମାଣ ହୋଇଛି। ଏହାକୁ ଚିହ୍ନଟ କଲେ ପାର୍କିଂ ସମସ୍ୟା କିଛି ମାତ୍ରାରେ ଦୂର ହେବ। କିନ୍ତୁ ସମସ୍ୟାର ସମାଧାନ ପାଇଁ ପୌରପାଳିକା ବ୍ୟବସ୍ଥା କରୁ।
-ରଶ୍ମିରଞ୍ଜନ ସାହୁ, ଅନୁଗୋଳବାସୀ

ସମାଧାନ ଉପରେ ଗୁରୁତ୍ୱ ଦିଆଯାଉ
ବଜାରରେ ପାର୍କିଂ ବ୍ୟବସ୍ଥା ନାହିଁ। ଲୋକମାନେ ରାସ୍ତା ମଝିରେ ଗାଡ଼ି ରଖିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଧୀରେ ଧୀରେ ସମସ୍ୟା ଜଟିଳ ହେବାରେ ଲାଗିଛି। ଏଥିଯୋଗୁ ବ୍ୟବସାୟୀଙ୍କୁ ମଧ୍ୟ ଅସୁବିଧା ଭୋଗିବାକୁ ପଡ଼ୁଛି। ଜିଲା ପ୍ରଶାସନ ପାର୍କିଂ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
–ପ୍ରତାପ ମାଝି, ସଞ୍ଜୀବନୀ ମାର୍କେଟ ସଭାପତି

ଭିଡ଼ ଯୋଗୁ ଆମ୍ବୁଲାନ୍ସ ଅଟକି ଯାଉଛି
ବଜାରରେ ବିଭିନ୍ନ ସମୟରେ ଭିଡ଼ ପରିଲକ୍ଷିତ ହେଉଛି। ଫଳରେ ବେଳେ ବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଅଟକିବାକୁ ପଡ଼ୁଛି। ସହର ସୌନ୍ଦର୍ଯ୍ୟକରଣ ହେଉଥିବା ଜାଣି ଖୁସି ଲାଗୁଛି। କିନ୍ତୁ ଏହି ପ୍ରମୁଖ ସମସ୍ୟାର ସମାଧାନ କରାଗଲେ ଅଧିକ ଆନନ୍ଦ ଲାଗିବ।
-ସୂର୍ଯ୍ୟନାରାୟଣ ନାଥ, ଅନୁଗୋଳବାସୀ

ମିଳିତ ଉଦ୍ୟମ ଆବଶ୍ୟକ
ପୋଲିସ ଓ ପୌରପାଳିକାର ମିଳିତ ଉଦ୍ୟମ ରହିଲେ ସମସ୍ୟାର ସମାଧାନ ହୋଇପାରିବ। ରାସ୍ତା ମଝିରେ ବ୍ୟବସାୟୀମାନେ ଗାଡ଼ି ରଖିଲେ ୱାନ ୱେ ଭଳି କାର୍ଯ୍ୟ କରିବ। କିନ୍ତୁ ବ୍ୟବସାୟୀମାନେ ସେମାନଙ୍କ ପସରା ରାସ୍ତା ଉପରେ ମେଲାଉଛନ୍ତି। ଏହାକୁ ବନ୍ଦ କରାଗଲେ ଅସୁବିଧା ଅପେ ଦୂର ହେବ।
-ଅକ୍ଷୟ କୁମାର ସାମନ୍ତ, ପୂର୍ବତନ ନଗରପାଳ

ସମାଧାନ ପାଇଁ ପଦକ୍ଷେପ ନିଆଯିବ
ବଜାର ମଧ୍ୟରେ ପାର୍କିଂକୁ ନେଇ ଏପରି ସମସ୍ୟା ହେଉଥିବା ସମ୍ପର୍କରେ ଅବଗତ ନ ଥିଲି। ଏ ନେଇ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯିବ। ଯେତେଶୀଘ୍ର ସମ୍ଭବ ପାର୍କିଂ ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ରୋଗୀମାନଙ୍କୁ ନେଇ ଆମ୍ବୁଲାନ୍ସ ଉକ୍ତ ରାସ୍ତାରେ ଯାତାୟାତ କରୁଥିବାରୁ ଯେପରି କେଉଁଠି ନ ଅଟକିବ ତାହା ଉପରେ ଗୁରୁତ୍ୱ ଦିଆଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ବି ବଦଳିନି ଭାଗ୍ୟ: ଗୁଡ଼ାରିରେ ପୋଲ ନଥିବାରୁ ନାଳରେ ବୁହାହେଲେ ରୋଗୀ

ଗୁଡ଼ାରି, ୨୭।୧୦ (ପ୍ରମୋଦ କୁମାର ପତି): ଆଜିର ଆଧୁନିକ ଯୁଗରେ ବି ଗାଁକୁ ରାସ୍ତା ଓ ପୋଲ ନଥିବାରୁ ଜରୁରୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ରାୟଗଡ଼ା…

ନଭେମ୍ୱରରେ ଏହି ୪ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ; ମିଳିବ ପ୍ରଚୁର ଧନ, ନୂଆ ଚାକିରିର ଅଫର୍‌

ନଭେମ୍ୱର ମାସର ଆରମ୍ଭରେ ବୃହସ୍ପତି ସିଂହ ରାଶିରେ ବିରାଜମାନ ରହିବେ। ଏହା ସହିତ ଶୁକ୍ର ବକ୍ରୀ ହୋଇ କନ୍ୟା ରାଶିକୁ ଗୋଚର କରିବା ଏବଂ ବୁଧ ତୁଳା…

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ଉଦ୍ଧାର ହୋଇ ଆସିଲେ

ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡ଼ା ଧରାଳି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ହୁକିଟୋଲା ଅନତୀ ଦୂରରେ ଥିବା…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

Featured Video Play Icon

ଅର୍ଣ୍ଣବ ପ୍ରକୋପ: ଭୟଙ୍କର ଦେଖାଗଲା ସମୁଦ୍ର! ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ଅର୍ଣ୍ଣବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?