ଭାରତୀୟଙ୍କ ଲାଗି ସୁଯୋଗ

ନୂଆଦିଲ୍ଲୀ: ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ହେବା ପରେ ସେଠାକୁ ଯାଇ କାମ କରିବା ଏବଂ ନାଗରିକତା ଗ୍ରହଣ କରିବାକୁ ଚାହୁଁଥିବା ଭାରତୀୟଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି। ବାଇଡେନ୍‌ ଏକ ଇମିଗ୍ରେସନ ବିଧେୟକ ଆଣିବାକୁ ଯାଉଛନ୍ତି। ଉକ୍ତ ବିଧେୟକକୁ ଯଦି ସେଠାକାର କଂଗ୍ରେସ ଅନୁମୋଦନ ଦିଏ ତେବେ ଗ୍ରୀନ୍‌ କାର୍ଡ ପ୍ରକ୍ରିୟା ଆହୁରି ସରଳ ହୋଇଯିବ। ଆମେରିକାରେ ନାଗରିକତା ନେବା ଲାଗି କମ୍‌ ସମୟ ମଧ୍ୟ ଲାଗିବ। ଏହାଦ୍ୱାରା ଭାରତୀୟ ମାନେ ବୃହତ୍‌ ସଂଖ୍ୟାରେ ଲାଭବାନ୍‌ ହେବେ ବୋଲି ଆଶା କରାଯାଉଛି।
ଏଚ୍‌-୧ ବି ଭିଜାଧାରୀଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ଆମେରିକାରେ ରହି କାମ କରିବା ଅନୁମତିକୁ ପ୍ରତ୍ୟାହାର କରିବା ଲାଗି ପୂର୍ବର ଟ୍ରମ୍ପ ପ୍ରଶାସନ ପ୍ରସ୍ତାବ ରଖିଛି। ଏହି ପ୍ରସ୍ତାବକୁ ମଧ୍ୟ ବାଇଡେନ୍‌ ପ୍ରତ୍ୟାହାର କରିପାରନ୍ତି। ଏମ୍ପ୍ଲୟମେଣ୍ଟ ଇମିଗ୍ରେଶନ ବ୍ୟାକଲଗ୍‌କୁ କମାଇବା ଦିଗରେ ମଧ୍ୟ ନିଷ୍ପତ୍ତି ଆସିପାରେ। ବଜାର ବିଶେଷଜ୍ଞଙ୍କ କହିବା ମୁତାବକ, ଭାରତ ଏବଂ ଚାଇନା ଭଳି ବ୍ୟାକ୍‌ଲଗ ଦେଶଗୁଡିକ ଲାଗି ଗ୍ରୀନ୍‌ କାର୍ଡର ପ୍ରତୀକ୍ଷା ଅବଧି କମିବ। ଓ୍ବାଶିଂଟନ ପୋଷ୍ଟର ଏକ ରିପୋର୍ଟ ମୁତାବକ, ଜୋ ବାଇଡେନ୍‌ଙ୍କ ଶପଥ ପରେ ତୁରନ୍ତ ଏଭଳି ବିଧେୟକ ଆସିପାରେ। ଏହାକୁ ଶୀଘ୍ର କଂଗ୍ରେସକୁ ପଠାଇ ଦିଆଯିବ। ସିନେଟ ଏବଂ ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭରେ ଏହା ଯଦି ପାସ୍‌ ହୋଇଯାଏ ତେବେ ଏହାକୁ ଶୀଘ୍ର ମଞ୍ଜୁରୀ ମଧ୍ୟ ଦିଆଯିବ। ପରେ ଏହା ଆଇନରେ ମଧ୍ୟ ରୂପାନ୍ତରିତ ହେବ।
ଗ୍ରୀନ୍‌ କାର୍ଡ ଆବେଦନ କରିଥିବା ଦେଶଗୁଡିକ ଲାଗି ବର୍ତ୍ତମାନ ସୀମା ଧାର୍ଯ୍ୟ ହୋଇଛି। ଫଳରେ ଭାରତୀୟଙ୍କୁ ଗ୍ରୀନ୍‌ କାର୍ଡ ପାଇବା ଲାଗି ଏକ ଦଶନ୍ଧିରୁ ଅଧିକ ସମୟ ଲାଗିଯାଉଛି। ରୋଜଗାର ସମ୍ପର୍କିତ ଇମିଗ୍ରେଶନ ମାମଲାରେ ୨୦୨୦ରେ ଗ୍ରୀନ୍‌ କାର୍ଡର ପ୍ରତୀକ୍ଷା ସୂଚୀ ୧୨ ଲକ୍ଷ ଟପିଯାଇଛି। ପ୍ରଥମ ଥର ଲାଗି ପ୍ରତୀକ୍ଷା ସୂଚୀ ଏତେ ଲମ୍ବା ହୋଇଛି। ୟୁଏସ୍‌ର ସିଟିଜେନଶିପ ଆଣ୍ଡ ଇମିଗ୍ରେଶନ ସର୍ଭିସେସ୍‌ (ୟୁଏସ୍‌ସିଆଇଏସ୍‌) ମୁତାବକ, ଏହି ସୂଚୀର ପ୍ରାୟ ୬୮% ବା ୮ ଲକ୍ଷ ଭାରତରୁ ବୋଲି ଜଣାପଡିଛି।
ଏଚ୍‌-୪ ଏମ୍ପୟମେଣ୍ଟ ଅଥରାଇଜେଶନ ଡକ୍ୟୁମେଣ୍ଟ(ଏଚ୍‌-ଇଏଡି) ଭିଜା କ୍ଷେତ୍ରରେ ସବୁଠାରୁ ଅଧିକ ଲାଭ ଭାରତୀୟମାନେ ଉଠାଉଛନ୍ତି। ଏହା ମଧ୍ୟରେ ଅଧିକାଂଶ ମହିଳା ଭିଜାଧାରୀ ରହିଛନ୍ତି। ୨୦୧୫ ପରେ ୧.୨ ଲକ୍ଷ ଏହି ବର୍ଗରେ ଭିଜା ଜାରି ହୋଇଛି। ଏହାର ୯୦%ରୁ ଊର୍ଦ୍ଧ୍ୱ ଭିଜା ଭାରତକୁ ମିଳିଛି।
ପ୍ରସ୍ତାବିତ ବିଧେୟକ ମୁତାବକ ସ୍ବାମୀ, ସ୍ତ୍ରୀ ଏବଂ ଶିଶୁଙ୍କ ଉପରେ କୋଟା ଲାଗୁ ହେବ ନାହିଁ। ସେହିଭଳି ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ କିମ୍ବା ମ୍ୟାଥମେଟିକ୍ସ ବିଷୟରେ ପିଏଚ୍‌.ଡି. ଡିଗ୍ରୀ ରଖିଥିବା ବ୍ୟକ୍ତିବିଶେଷଙ୍କ ଉପରେ ଭିଜା ସୀମା ଲାଗୁ ହେବନାହିଁି। କେତେଜଣ ବିଶେଷଜ୍ଞ କହିଛନ୍ତି, ନିୟମ ପରିବର୍ତ୍ତନରେ ସମୟ ଲାଗିପାରେ। ଏହା କିଛି ମାସ ମଧ୍ୟରେ ହୁଏତ ହୋଇପାରେ। କଂଗ୍ରେସକୁ ବିଧେୟକ ପଠାଇବା ଲାଗି ବାଇଡେନ୍‌ ଏବେ ପ୍ରସ୍ତୁତି ଆରମ୍ଭ କରିଥିବା ଶୁଣାଯାଉଛି। ପରିବର୍ତ୍ତନ ଲାଗି କିଛି ନିୟମକୁ ହଟାଇବାକୁ ପଡିପାରେ। କରୋନା ଭାଇରସ୍‌ ଏବଂ ଆର୍ଥତ୍କ ଅନିଶ୍ଚିତତା ମଧ୍ୟରେ ଟ୍ରମ୍ପ ଏପ୍ରିଲ ୨୦୨୦ରୁ ଡିସେମ୍ବର ମଧ୍ୟରେ ଗ୍ରୀନ୍‌ କାର୍ଡ ଏବଂ ଏଚ୍‌-୧ ବି ଭିଜା ଜାରି କରିବା ଉପରେ ରୋକ୍‌ ଲଗାଇଥିଲେ। ପରେ ଏହାକୁ ୨୦୨୧ ମାର୍ଚ୍ଚ ଯାଏ ବଢ଼ାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?