ଭାରତୀୟଙ୍କ ଲାଗି ସୁଯୋଗ

ନୂଆଦିଲ୍ଲୀ: ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ହେବା ପରେ ସେଠାକୁ ଯାଇ କାମ କରିବା ଏବଂ ନାଗରିକତା ଗ୍ରହଣ କରିବାକୁ ଚାହୁଁଥିବା ଭାରତୀୟଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି। ବାଇଡେନ୍‌ ଏକ ଇମିଗ୍ରେସନ ବିଧେୟକ ଆଣିବାକୁ ଯାଉଛନ୍ତି। ଉକ୍ତ ବିଧେୟକକୁ ଯଦି ସେଠାକାର କଂଗ୍ରେସ ଅନୁମୋଦନ ଦିଏ ତେବେ ଗ୍ରୀନ୍‌ କାର୍ଡ ପ୍ରକ୍ରିୟା ଆହୁରି ସରଳ ହୋଇଯିବ। ଆମେରିକାରେ ନାଗରିକତା ନେବା ଲାଗି କମ୍‌ ସମୟ ମଧ୍ୟ ଲାଗିବ। ଏହାଦ୍ୱାରା ଭାରତୀୟ ମାନେ ବୃହତ୍‌ ସଂଖ୍ୟାରେ ଲାଭବାନ୍‌ ହେବେ ବୋଲି ଆଶା କରାଯାଉଛି।
ଏଚ୍‌-୧ ବି ଭିଜାଧାରୀଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ଆମେରିକାରେ ରହି କାମ କରିବା ଅନୁମତିକୁ ପ୍ରତ୍ୟାହାର କରିବା ଲାଗି ପୂର୍ବର ଟ୍ରମ୍ପ ପ୍ରଶାସନ ପ୍ରସ୍ତାବ ରଖିଛି। ଏହି ପ୍ରସ୍ତାବକୁ ମଧ୍ୟ ବାଇଡେନ୍‌ ପ୍ରତ୍ୟାହାର କରିପାରନ୍ତି। ଏମ୍ପ୍ଲୟମେଣ୍ଟ ଇମିଗ୍ରେଶନ ବ୍ୟାକଲଗ୍‌କୁ କମାଇବା ଦିଗରେ ମଧ୍ୟ ନିଷ୍ପତ୍ତି ଆସିପାରେ। ବଜାର ବିଶେଷଜ୍ଞଙ୍କ କହିବା ମୁତାବକ, ଭାରତ ଏବଂ ଚାଇନା ଭଳି ବ୍ୟାକ୍‌ଲଗ ଦେଶଗୁଡିକ ଲାଗି ଗ୍ରୀନ୍‌ କାର୍ଡର ପ୍ରତୀକ୍ଷା ଅବଧି କମିବ। ଓ୍ବାଶିଂଟନ ପୋଷ୍ଟର ଏକ ରିପୋର୍ଟ ମୁତାବକ, ଜୋ ବାଇଡେନ୍‌ଙ୍କ ଶପଥ ପରେ ତୁରନ୍ତ ଏଭଳି ବିଧେୟକ ଆସିପାରେ। ଏହାକୁ ଶୀଘ୍ର କଂଗ୍ରେସକୁ ପଠାଇ ଦିଆଯିବ। ସିନେଟ ଏବଂ ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭରେ ଏହା ଯଦି ପାସ୍‌ ହୋଇଯାଏ ତେବେ ଏହାକୁ ଶୀଘ୍ର ମଞ୍ଜୁରୀ ମଧ୍ୟ ଦିଆଯିବ। ପରେ ଏହା ଆଇନରେ ମଧ୍ୟ ରୂପାନ୍ତରିତ ହେବ।
ଗ୍ରୀନ୍‌ କାର୍ଡ ଆବେଦନ କରିଥିବା ଦେଶଗୁଡିକ ଲାଗି ବର୍ତ୍ତମାନ ସୀମା ଧାର୍ଯ୍ୟ ହୋଇଛି। ଫଳରେ ଭାରତୀୟଙ୍କୁ ଗ୍ରୀନ୍‌ କାର୍ଡ ପାଇବା ଲାଗି ଏକ ଦଶନ୍ଧିରୁ ଅଧିକ ସମୟ ଲାଗିଯାଉଛି। ରୋଜଗାର ସମ୍ପର୍କିତ ଇମିଗ୍ରେଶନ ମାମଲାରେ ୨୦୨୦ରେ ଗ୍ରୀନ୍‌ କାର୍ଡର ପ୍ରତୀକ୍ଷା ସୂଚୀ ୧୨ ଲକ୍ଷ ଟପିଯାଇଛି। ପ୍ରଥମ ଥର ଲାଗି ପ୍ରତୀକ୍ଷା ସୂଚୀ ଏତେ ଲମ୍ବା ହୋଇଛି। ୟୁଏସ୍‌ର ସିଟିଜେନଶିପ ଆଣ୍ଡ ଇମିଗ୍ରେଶନ ସର୍ଭିସେସ୍‌ (ୟୁଏସ୍‌ସିଆଇଏସ୍‌) ମୁତାବକ, ଏହି ସୂଚୀର ପ୍ରାୟ ୬୮% ବା ୮ ଲକ୍ଷ ଭାରତରୁ ବୋଲି ଜଣାପଡିଛି।
ଏଚ୍‌-୪ ଏମ୍ପୟମେଣ୍ଟ ଅଥରାଇଜେଶନ ଡକ୍ୟୁମେଣ୍ଟ(ଏଚ୍‌-ଇଏଡି) ଭିଜା କ୍ଷେତ୍ରରେ ସବୁଠାରୁ ଅଧିକ ଲାଭ ଭାରତୀୟମାନେ ଉଠାଉଛନ୍ତି। ଏହା ମଧ୍ୟରେ ଅଧିକାଂଶ ମହିଳା ଭିଜାଧାରୀ ରହିଛନ୍ତି। ୨୦୧୫ ପରେ ୧.୨ ଲକ୍ଷ ଏହି ବର୍ଗରେ ଭିଜା ଜାରି ହୋଇଛି। ଏହାର ୯୦%ରୁ ଊର୍ଦ୍ଧ୍ୱ ଭିଜା ଭାରତକୁ ମିଳିଛି।
ପ୍ରସ୍ତାବିତ ବିଧେୟକ ମୁତାବକ ସ୍ବାମୀ, ସ୍ତ୍ରୀ ଏବଂ ଶିଶୁଙ୍କ ଉପରେ କୋଟା ଲାଗୁ ହେବ ନାହିଁ। ସେହିଭଳି ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ କିମ୍ବା ମ୍ୟାଥମେଟିକ୍ସ ବିଷୟରେ ପିଏଚ୍‌.ଡି. ଡିଗ୍ରୀ ରଖିଥିବା ବ୍ୟକ୍ତିବିଶେଷଙ୍କ ଉପରେ ଭିଜା ସୀମା ଲାଗୁ ହେବନାହିଁି। କେତେଜଣ ବିଶେଷଜ୍ଞ କହିଛନ୍ତି, ନିୟମ ପରିବର୍ତ୍ତନରେ ସମୟ ଲାଗିପାରେ। ଏହା କିଛି ମାସ ମଧ୍ୟରେ ହୁଏତ ହୋଇପାରେ। କଂଗ୍ରେସକୁ ବିଧେୟକ ପଠାଇବା ଲାଗି ବାଇଡେନ୍‌ ଏବେ ପ୍ରସ୍ତୁତି ଆରମ୍ଭ କରିଥିବା ଶୁଣାଯାଉଛି। ପରିବର୍ତ୍ତନ ଲାଗି କିଛି ନିୟମକୁ ହଟାଇବାକୁ ପଡିପାରେ। କରୋନା ଭାଇରସ୍‌ ଏବଂ ଆର୍ଥତ୍କ ଅନିଶ୍ଚିତତା ମଧ୍ୟରେ ଟ୍ରମ୍ପ ଏପ୍ରିଲ ୨୦୨୦ରୁ ଡିସେମ୍ବର ମଧ୍ୟରେ ଗ୍ରୀନ୍‌ କାର୍ଡ ଏବଂ ଏଚ୍‌-୧ ବି ଭିଜା ଜାରି କରିବା ଉପରେ ରୋକ୍‌ ଲଗାଇଥିଲେ। ପରେ ଏହାକୁ ୨୦୨୧ ମାର୍ଚ୍ଚ ଯାଏ ବଢ଼ାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୩୦ ଯାଏ ବିଦେଶ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୧।୯: ସରକାର ସେପ୍ଟେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲଗାଇଛନ୍ତି। ଏହି ସମୟ ମଧ୍ୟରେ ବିଦେଶକୁ ବିମାନ ସେବା ଉପଲବ୍ଧ ହେବ...

୨.୨ ବିଲିୟନ ସହାୟତା ଦେବ ଏଡିବି

ନୂଆଦିଲ୍ଲୀ,୧୧।୪: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ଭାରତକୁ ୨.୨ (ପ୍ରାୟ ୧୬ ହଜାର କୋଟି) ବିଲିୟନ ଡଲାରର ଋଣ ସହାୟତା ପ୍ରଦାନ କରିବ। କୋଭିଡ୍‌-୧୯ ବିରୋଧୀ ଲଢ଼େଇ...

୧ ହଜାର କୋଟିର କଳାଧନ ଠାବ କଲା ଆଇଟି

ନୂଆଦିଲ୍ଲୀ: ଆୟକର ବିଭାଗ (ଆଇଟି) ପକ୍ଷରୁ ୧ ହଜାର କୋଟି ଟଙ୍କାର ଅଘୋଷିତ ଆୟ ଠାବ କରିବାକୁ ସକ୍ଷମ ହୋଇଛି। ଦକ୍ଷିଣ ଭାରତର ଜଣେ ପ୍ରମୁଖ...

ଭାରତୀୟ ଛାତ୍ରୀଛାତ୍ରଙ୍କୁ ଫାଇଦା; ବ୍ରିଟେନରେ ପଢ଼ିବା ପରେ ମିଳିବ ଓ୍ବାର୍କ ଭିଜା

ନୂଆଦିଲ୍ଲୀ,୧୨-୯: ବ୍ରିଟେନରେ ପାଠପଢ଼ୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ମୁଣ୍ଡବ୍ୟଥା କମାଇ ଦେଇଛି ସେଠା ସରକାର। ଏଣିକି ବ୍ରିଟେନରେ ଅଧ୍ୟୟନରତ ବିଦେଶୀ ଛାତ୍ରୀଛାତ୍ରଙ୍କୁ ପାଠପଢ଼ିବା ପରେ ୨ ବର୍ଷ...

ପର୍ଯ୍ୟାୟ ଭିତ୍ତିରେ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ,୧।୭: ଅନ୍‌ଲକ-୨ ଅବଧି ମଧ୍ୟରେ ଖୁବ୍‌ଶୀଘ୍ର ଦେଶରେ ପର୍ଯ୍ୟାୟକ୍ରମେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ଏ ସମ୍ପର୍କରେ ସୂଚନା...

ଆର୍‌କମ୍‌ ବିରୋଧରେ ଚାଲିବ ଦେବାଳିଆ ପ୍ରକ୍ରିୟା

ନୂଆଦିଲ୍ଲୀ,୧-୫: ନିଜର ବକେୟା ଫେରସ୍ତ ପାଇଁ ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ବିରୋଧରେ ଦୀର୍ଘ ଦିନ ଧରି ମାମଲା ଚଳାଇ ଆସିଥିବା ଏରିକସନକୁ ମଙ୍ଗଳବାର ଜୋରଦାର ଝଟ୍‌କା ଲାଗିଛି।...

ଅକ୍ଟୋବରରେ ୧.୫୧ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨ା୧୧: ଚଳିତ ବର୍ଷ ଅକ୍ଟୋବରରେ ରେକର୍ଡ ପରିମାଣର ଟିକସ ଆଦାୟ ହୋଇଥିବା ଜଣାପଡ଼ିଛି। ଏପରିକି ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ୧.୫୧...

ଜୟପୁରରେ ସୁପ୍ରିମ୍‌ର ଏକ୍ସକ୍ଲୁସିଭ ଫର୍ନିଚର ଶୋ’ରୁମ୍‌

ଜୟପୁର,୨୫ା୮(ନିପ୍ର): ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦକ ‘ସୁପ୍ରିମ୍‌ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଏସ୍‌ଆଇଏଲ୍‌) ଫର୍ନିଚର ଡିଭିଜନ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି।...

Advertisement
Archives

Model This Week