ୟୁଏସ୍‌ ଶେୟାର ବଜାରରେ ବାଇଡେନ୍‌ ଲହରି

ନୂଆଦିଲ୍ଲୀ: ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରଠାରୁ ଶପଥ ଗ୍ରହଣ କରିବା ପୂର୍ବ ସମୟ ଯାଏ ଆମେରିକା ଶେୟାର ବଜାର ରେକର୍ଡ ସ୍ତରରେ ରହିଥିଲା। ବିଶ୍ୱ ସ୍ତରର ରିସର୍ଚ୍ଚ ସଂସ୍ଥା ସିଏଫ୍‌ଆର୍‌ଏ ମୁତାବକ ଏହି ସମୟରେ ଏସ୍‌ ଆଣ୍ଡ ପି ଇଣ୍ଡେକ୍ସ ୧୩% ବଢିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ପରେ ଶପଥ ଗ୍ରହଣ ହେବା ଯାଏ ସେଠାକାର ଶେୟାର ବଜାରର ହୋଇଥିବା ଅଭିବୃଦ୍ଧି ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଊର୍ଦ୍ଧ୍ୱରେ ରହିଛି। ଏହା ପୂର୍ବରୁ ପୁରୁଣା ରେକର୍ଡ ଜନ୍‌ ଏଫ୍‌.କେନେଡିଙ୍କ ନାମରେ ରହିଥିଲା। ୨୦ ଜାନୁୟାରୀ ୧୯୬୧ରେ କେନେଡି ଶପଥ ନେଇଥିଲେ। ସେହି ସମୟରେ ତାଙ୍କ ଜିତିବା ଏବଂ ଶପଥ ନେବା ସମୟର ୭୩ ଦିନ ମଧ୍ୟରେ ଏସ୍‌ ଆଣ୍ଡ ପି ୫୦୦ ସୂଚକାଙ୍କ ୮.୮% ବଢିଥିଲା। ତାଙ୍କ ଶପଥ ନେବାର ପରବର୍ତ୍ତୀ ୧୦୦ ଦିନରେ ବଜାର ୮.୯% ଊର୍ଦ୍ଧ୍ୱରେ ରହିଥିଲା।
୨୦୧୬ରେ ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିର୍ବାଚନରେ ହିଲାରୀ କ୍ଲିଣ୍ଟନଙ୍କୁ ହରାଇଥିଲେ ତାଙ୍କ ଶପଥ ନେବା ସମୟ ଯାଏ ଶେୟାର ବଜାରରେ ୬% ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନରେ ବଜାର ଆଉ ୫% ବଢିଥିଲା। ଟ୍ରମ୍ପ୍‌ ଏବଂ ବାଇଡେନ୍‌ଙ୍କ କ୍ଷେତ୍ରରେ ଏକ ପାର୍ଥକ୍ୟ ଦେଖାଯାଇଥାଏ। ଟ୍ରମ୍ପ୍‌ଙ୍କୁ ଏକ ମଜଭୁତ ଅର୍ଥ ବ୍ୟବସ୍ଥା ମିଳିଥିଲା। ମାତ୍ର ବାଇଡେନ୍‌ ଏଭଳି ଏକ ସମୟରେ ରାଷ୍ଟ୍ରପତି ଭାର ସମ୍ଭାଳିଛନ୍ତି ଯେତେବେଳେ କି କରୋନା ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ସଙ୍କଟ ସ୍ଥିତିକୁ ଠେଲିଦେଇଛି।
୨୦୦୦ ନଭେମ୍ବରରେ ଯେତେବେଳ ଜର୍ଜ ଡବ୍ଲ୍ୟୁ. ବୁଶ୍‌ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ତାଙ୍କ ଶପଥ ନେବା ଯାଏ ସେଠାକାର ଶେୟାର ବଜାର ୬% ହ୍ରାସ ହୋଇଥିଲା। ୨୦୦୮ ନଭେମ୍ବରରେ ବାରାକ ଓବାମା ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ଶପଥ ନେଇଥିଲେ। ସେହି ସମୟରେ ବଜାର ୨୦% ହ୍ରାସ ହୋଇଥିଲା। ଲେହମ୍ୟାନ ବ୍ରଦର୍ସ ଘଟଣା କାରଣରୁ ସେହି ସମୟରେ ନିବେଶକ ଆଶଙ୍କାରେ ରହିଥିଲେ।

ଟ୍ରମ୍ପ୍‌ଙ୍କ ପୂର୍ବରୁ ବାରାକ ଓବାମା, ଜର୍ଜ ବୁଶ ଏବଂ ବିଲ୍‌ କ୍ଲିଣ୍ଟନ ୮ ବର୍ଷ ଲେଖାଏ କ୍ଷମତାରେ ରହିଛନ୍ତି। କ୍ଲିଣ୍ଟନଙ୍କୁ ପୂର୍ବରୁ ଜର୍ଜ ଏଚ୍‌.ବ୍ଲ୍ୟୁ. ବୁଶ୍‌ ୪ ବର୍ଷ ଯାଏ ରାଷ୍ଟ୍ରପତି ଥିଲେ। ବୁଶ ସିନିୟରଙ୍କଠାରୁ ଟ୍ରମ୍ପଙ୍କ ଯାଏ ବିଚାର କଲେ ସବୁଠାରୁ ଭଲ ସମୟ କ୍ଲିଣ୍ଟନଙ୍କର ରହିଥିଲା। ତାଙ୍କର ୮ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଏସ୍‌ ଆଣ୍ଡ ପି ୫୦୦ ଇଣ୍ଡେକ୍ସ ୨୧୧% ବଢିଛି। ଜର୍ଜ ବୁଶ ସିନିୟରଙ୍କ ସମୟରେ ସୂଚକାଙ୍କ ୩୯.୫% ହ୍ରାସ ପାଇଥିଲା। ସେଠାକାର ଅନ୍ୟ କୌଣସି ରାଷ୍ଟ୍ରପତିଙ୍କ ତୁଳନାରେ କ୍ଲିଣ୍ଟନଙ୍କ ସମୟରେ ଶେୟାର ବଜାର ଅଧିକ ରିଟର୍ନ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?