Posted inଖେଳ

ହିନ୍ଦୀରେ ଟୁଇଟ୍‌ କରି ଭାରତକୁ ସତର୍କ କରାଇଲେ ପିଟରସନ

ନୂଆଦିଲ୍ଲୀ,୨୧।୧(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ସିରିଜ ବିଜୟ ପାଇଁ ଉତ୍ସବ ମନାଇବାକୁ ଭାରତୀୟ କ୍ରିକେଟ ଦଳକୁ ପରାମର୍ଶ ଦେଇଛନ୍ତି ଇଂଲଣ୍ଡ ପୂର୍ବତନ ଷ୍ଟାର କ୍ରିକେଟର ତଥା ଅଧିନାୟକ କେଭିନ୍‌ ପିଟରସନ। କିନ୍ତୁ ଏଥିସହ ସତର୍କ ରହିବାକୁ ମଧ୍ୟ ଚେତାଇ ଦେଇଛନ୍ତି। ଏବେ ପ୍ରକୃତ ଦଳ ଭାରତ ଆସିବ। ଘରୋଇ ପରିବେଶରେ ଭାରତ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ଭେଟିବ। ତେଣୁ ଭାରତକୁ ସତର୍କ ରହିବାକୁ ହେବ ବୋଲି ସେ ହିନ୍ଦୀରେ ଟୁଇଟ୍‌ କରି ଜଣାଇଛନ୍ତି।
ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ନିୟମିତ ଅଧିନାୟକ ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିବେ। ପିତୃତ୍ୱ ଛୁଟିରେ ଯାଇଥିବାରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ୩ଟି ଟେଷ୍ଟ ଖେଳିପାରି ନ ଥିଲେ। ଫେବୃୟାରୀ ୫ ତାରିଖରୁ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହି ମ୍ୟାଚ୍‌ଗୁଡିକ ଚେନ୍ନାଇ ଓ ଅହମ୍ମଦାବାଦ୍‌ରେ ଜୈବ ସୁରକ୍ଷିତ ପରିବେଶ ଅର୍ଥାତ୍‌ ବାୟୋ ବବଲ୍‌ରେ ଖେଳାଯିବ। ତେଣୁ ଏହି ଦୁଇ ସପ୍ତାହରେ ଅଧିକ ଉତ୍ସବ ପାଳନ ନ କରି ସତର୍କ ରହିବାକୁ ପିଟରସନ ଭାରତକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ଗସ୍ତରେ ଝାଳ ବ୍ୟବହାର ନ କରିବାକୁ ଅଷ୍ଟ୍ରେଲିଆର ନିଷ୍ପତ୍ତି

ସାଉଥାମ୍ପଟନ,୨୮।୮ (ପି.ଟି.) : କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବଲରେ ଲାଳ ବ୍ୟବହାର କରିବା ନେଇ ବାରଣ କରିଥିଲା।...

ବିରାଟ କୋହଲିଙ୍କ ଘରେ ନାହାନ୍ତି ଚାକର, ଅତିଥି ଚର୍ଚ୍ଚା ହୁଏ ଏପରି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ତାଙ୍କର ଆକ୍ରମଣାତ୍ମକ ମନୋଭାବ ଦେଖାଇଥାନ୍ତି। ତେବେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଜାତୀୟ ଚୟନକର୍ତ୍ତା ସରନଦୀପ...

ଡିସୁଜାଙ୍କ ସହ ଚୁକ୍ତିକଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୪।୬(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ)ର ୭ମ ସିଜନ ପୂର୍ବରୁ ଓଡ଼ିଶା ଏଫସି ଲେଫ୍ଟ ବ୍ୟାକ୍‌ ଜର୍ଜ ଡିସୁଜାଙ୍କ ସହ ଚୁକ୍ତି କରିଛି। ଗୋଆର ଡିସୁଜା...

୭.୧ ଓଭର ଭିତରେ ଭାରତକୁ ଜିତିବା ଦରକାର

ଦୁବାଇ,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ୮୫ ରନ୍‌ରେ ରୋକି ଦେଇଛି ଭାରତୀୟ ଦଳ। ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି...

ପିତା ହେବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌

ଅଜିଙ୍କେ ରାହାଣେଙ୍କ ପରେ ଆଉ ଜଣେ କ୍ରିକେଟର୍‌ ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଦ୍ରୁତ ବୋଲର୍‌ ଧବଳ କୁଲକର୍ଣ୍ଣି। ସେ ନିଜ ଟୁଇଟର...

୨୦୨୧ ଆଇପିଏଲ୍‌ ସିଏସ୍‌କେର ଏହି ୪ ଧୁରନ୍ଧରଙ୍କ ପାଇଁ ହୋଇପାରେ ଶେଷ ସିଜିନ୍‌

ନୂଆଦିଲ୍ଲୀ,୮।୪: ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍କୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏହାକୁ ନେଇ ପ୍ରଶଂସକଙ୍କ ସହ ଖେଳାଳିଙ୍କ ଉତ୍କଣ୍ଠା ବଢ଼ିବାରେ...

ଖାଲି ହାତରେ ସ୍ବଦେଶ ଫେରିଲା ଇଂଲଣ୍ଡ

ପୁଣେ,୨୮।୩ : ଏଥର ଖାଲି ହାତରେ ଫେରିଛି ଇଂଲଣ୍ଡ। କୌଣସି ଫର୍ମାଟରେ ଜିତିପାରିଲା ନାହିଁ ସିରିଜ୍‌। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଫିଲ୍ଡିଂ ବର୍ତ୍ତମାନ...

ବାତିଲ ହେଲା କ୍ରିକେଟ ମହାକୁମ୍ଭ

କଲମ୍ବୋ,୧୯।୫: ଶ୍ରୀଲଙ୍କାରେ ଆସନ୍ତା ଜୁନରେ ହେବାକୁ ଥିବା ଏସିଆ କପ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟକୁ ବାତିଲ କରି ଦିଆଯାଇଛି। ଏହି ଦେଶରେ ମହାମାରୀର ସ୍ଥିତି ଅତ୍ୟନ୍ତ...

Advertisement


Archives

Model This Week