ରାଜନୀତି ଛାଡ଼ିଲେ ଶଶିକଳା
ଚେନ୍ନାଇ,୩।୩ : ତାମିଲନାଡୁ ସରକାରରେ ଥିବା ଏଆଇଏଡିଏମ୍କେ ମୁଖ୍ୟ ପଦରୁ ବିଦା ହୋଇଥିବା ଭି.କେ. ଶଶିକଳା ବୁଧବାର ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଏଭଳି ପଦକ୍ଷେପ ପଛର କାରଣ ସ୍ପଷ୍ଟ କରାଯାନାହିଁ। ଲିଖିତ ଆକାରରେ ପ୍ରକାଶ…
ପ୍ରାଥମିକ ଶିକ୍ଷକଙ୍କ ନାମରେ ୨ଟି ଦୁଇ ମହଲା କୋଠା, ମାର୍କେଟ କମ୍ପ୍ଲେକ୍ସ
ଅମରପାଲି,୩।୩: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଜଣେ ଶିକ୍ଷକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ସେ ହେଲେ ସେ ବୀରମହାରାଜପୁର ବ୍ଳକ ପଥରଘାଟ ୟୁପି ସ୍କୁଲରେ ସହକାରୀ ଶିକ୍ଷକ ସନ୍ତୋଷ ସାହୁ। ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ…
ସୁସ୍ଥ ହେଲେ ୬୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩।୩ : ଓଡ଼ିଶାରେ ବୁଧବାର ୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୩,୩୪,୭୬୭ରେ ପହଞ୍ଚିଛି। ସମ୍ବଲପୁରରୁ ସର୍ବାଧିକ ୧୨, ସୁନ୍ଦରଗଡ଼ରୁ ୧୧, ବରଗଡ଼ ଓ ବଲାଙ୍ଗୀରରୁ ୬, ବୌଦ୍ଧ, ଦେଓଗଡ଼,…
ପୋଷ୍ଟମର୍ଟମ ଟେବୁଲରେ ଜୀବନ୍ତ ହୋଇ ଉଠିଲେ ଯୁବକ
ନୂଆଦିଲ୍ଲୀ,୩।୩ : ମୋଟର ସାଇକେଲ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ମାତ୍ର ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ସେ ବଞ୍ଚିଥିବା ଦେଖିବାକୁ ପାଇଥିଲେ ପାଥାଲୋଜିଷ୍ଟ। କର୍ନାଟକରେ ଏଭଳି ଆଶ୍ଚର୍ଯ୍ୟଜନକ…
ଅପହୃତା ଓଡ଼ିଆ ଯୁବକ ପଶ୍ଚିମବଙ୍ଗରୁ ଉଦ୍ଧାର: ୮ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ
ସୋର, ୩ା୩: ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସାଜନପୁର ଅଞ୍ଚଳର ଜଣେ ଯୁବକଙ୍କୁ କେହି ଦୁର୍ବୃତ୍ତ ବନ୍ଧୁକ ମୂନରେ ପଣବନ୍ଦୀ କରି ୮ ଲକ୍ଷ ଟଙ୍କା ଦାବି କରୁଥିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି…
ସ୍କୁଟିରେ ଚାଲାଣ ହେଉଥିଲା ୨୬ ଲକ୍ଷ ଟଙ୍କାର ଧଳାଜହର
ଭଦ୍ରକ ଅଫିସ, ୩।୩: ଭଦ୍ରକ ଜିଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଧୂଷୁରୀ ପୋଲିସ ସହାୟତାରେ ବୁଧବାର ୨୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ବାଇକ୍ରେ ଚାଲାଣ ହେଉଥିବା ବେଳେ ପୂର୍ବରୁ ଛକିଥିବା ପୋଲିସ ଟିମ୍ ଆରଡ଼ି ରାସ୍ତାର ଉଚ୍ଚପଦା…
ବଲିଉଡ୍ ଅଭିନେତ୍ରୀଙ୍କ ଘରେ ଆଇଟି ଚଢ଼ାଉ
ନୂଆଦିଲ୍ଲୀ,୩।୩ : ବଲିଉଡ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ସମାଲୋଚକ ଭାବେ ଜଣାଶୁଣା ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସି ପନ୍ନୁଙ୍କ ଘରେ ବୁଧବାର ଆୟକର ବିଭାଗ (ଆଇଟି) ଚଢ଼ାଉ କରିଛି। ଟିକସ ଫାଙ୍କି ଅଭିଯୋଗରେ ଦୁଇ ଜଣଙ୍କୁ…
୧୨ ଦିନ ପରେ ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
ସମ୍ବଲପୁର,୩ା୩: ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଡୁମେରଚୁଆଁ ଜଙ୍ଗଲରୁ ବୁଧବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଯୁଯୁମୁରା ଥାନା ଭବାନିପାଲି ଗ୍ରାମ ମିର୍ଦ୍ଧାପଡାର ଦ୍ରୋଣ ମିର୍ଦ୍ଦା(୨୮) ବୋଲି ଜଣାପଡିଛି। ନିକଟ ଗ୍ରାମବାସୀଙ୍କଠାରୁ ଖବରପାଇ ପୋଲିସ, ସାଇଣ୍ଟିଫିକ୍ ଟିମ୍…
ପାରିବାରିକ ଶତ୍ରୁତାକୁ ନେଇ କନଷ୍ଟେବଳଙ୍କୁ ଜାଳିଦେଇଥିଲେ ୨ ଭାଇ
ବାଉଁଶୁଣୀ,୩ା୩: ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ମଲ୍ଲିକପଡ଼ା ଗ୍ରାମରେ ପାରିବାରିକ ଶତ୍ରୁତା ଯୋଗୁ ସାନଭାଇ କନଷ୍ଟେବଳଙ୍କୁ ନିଆଁରେ ପୋଡି ହତ୍ୟା କରିବା ଘଟଣାରେ ପୋଲିସ ଅଭିଯୁକ୍ତ ୨ ବଡଭାଇଙ୍କୁ ବୁଧବାର ଗିରଫ କରିଛି ା ସୂଚନା ଯୋଗ୍ୟ, ଗତ ରବିବାର…
ସନ୍ଦେହର ପରିଣାମ: ପତ୍ନୀ, ଦୁଇ ଝିଅଙ୍କୁ ହାତୁଡ଼ିରେ ଛେଚି ଛେଚି ହତ୍ୟା
ବୁଲନ୍ଦଶାହର,୩।୩ : ସନ୍ଦେହର ପରିଣାମ କେତେ ଯେ, ଭୟଙ୍କର ତାହାର ଆକଳନ କରିବା କଷ୍ଟକର। ଉତ୍ତର ପ୍ରଦେଶର ବୁଲନ୍ଦଶାହରରେ ଏକ ଘଟଣା ସାମ୍ନାକୁ ଆସିଛି। ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ପତ୍ନୀ ଓ ଦୁଇ ଝିଅଙ୍କୁ…
ଟିକା ନେଲେ ବରିଷ୍ଠ ନାଗରିକ, କାହାଠାରେ ଦେଖାଯାଇନି ପାର୍ଶ୍ୱ ପ୍ରତିକ୍ରିୟା
ହିଞ୍ଜିଳିକାଟୁ,୩।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବରିଷ୍ଠ ନାଗରିକଙ୍କୁ ବୁଧବାରଠାରୁ ଆର୍ଏମ୍ସି ପରିସର ନୂତନ ଉପଖଣ୍ଡ ଚିକିତ୍ସାଳୟରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପୌରାଞ୍ଚଳକୁ ୪ଟି ଭାଗରେ ବିଭକ୍ତ କରାଯାଇ ଟିକାକରଣ ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି। ବୁଧବାର ପୌରାଞ୍ଚଳର ୧…
ଓଲଟି ପଡ଼ିଛି ପିଆଜ ଟ୍ରକ, ପାଖରେ ଶୋଇ ଫୋନ୍ରେ ଗପୁଛନ୍ତି ଡ୍ରାଇଭର; ଫଟୋ ଶେୟାର କଲେ ଅରୁଣ ବୋଥ୍ରା
ବେଳେବେଳେ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଅନେକ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସେମିତି ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ। ଭାଇରାଲ…

