ସ୍କୁଟିରେ ଚାଲାଣ ହେଉଥିଲା ୨୬ ଲକ୍ଷ ଟଙ୍କାର ଧଳାଜହର

ଭଦ୍ରକ ଅଫିସ, ୩।୩: ଭଦ୍ରକ ଜିଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଧୂଷୁରୀ ପୋଲିସ ସହାୟତାରେ ବୁଧବାର ୨୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ବାଇକ୍‌ରେ ଚାଲାଣ ହେଉଥିବା ବେଳେ ପୂର୍ବରୁ ଛକିଥିବା ପୋଲିସ ଟିମ୍‌ ଆରଡ଼ି ରାସ୍ତାର ଉଚ୍ଚପଦା ଛକଠାରେ ସ୍କୁଟିକୁ ଅଟକାଇଥିଲେ ହେଁ ଅସୁରାଳି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ନିକଟରେ ୩ ବ୍ୟବସାୟୀଙ୍କୁ ପୋଲିିସ କାବୁ କରି ସେମାନଙ୍କଠାରୁ ୨୬୫ ଗ୍ରାମର ଓଜନର ବ୍ରାଉନସୁଗାର ଜବତ କରିଥିଲା। ପୋଲିସ ୩ ଜଣଙ୍କୁ ଗିରଫ କରିଛି।
ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ ପ୍ରଥମେ ଧୂଷୁରୀ ପୋଲିସ ଖବର ପାଇଥିଲା। ପୋଲିସ ଟିମ୍‌ ପୂର୍ବାହ୍ନ ୧୧ଟାରୁ ଭଦ୍ରକ ଆରଡ଼ି ରାସ୍ତାର ଉଚ୍ଚପଦା ଛକ ନିକଟରେ ଜଗି ରହିଥିଲା। ୩ ଅଭିଯୁକ୍ତ ଏକ ସ୍କୁଟରରେ ବ୍ରାଉନସୁଗାର ନେଇ ଧୂଷୁରୀ ଅଭିମୁଖେ ଯାଉଥିଲେ। ପୋଲିସ ଟିମ୍‌ ସେମାନଙ୍କୁ ଧରି ଯାଞ୍ଚ କରିବାରୁ ଏକ ପଲିଥିନରେ ବ୍ରାଉନସୁଗାର ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷରୁ ଅଧିକ ହେବ ବୋଲି ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ଟାଉନ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ୩ ବ୍ୟବସାୟୀ ହେଲେ ଧୂଷୁରୀ ଥାନା ଖପରପଦା ଅଞ୍ଚଳର ମଣିଭଦ୍ର ସାହୁ, ଗ୍ରାମାଞ୍ଚଳ ଥାନା ଚୁନିଦା ଅଞ୍ଚଳର ନିରାକାର ଜେନା ଓ ତ୍ରିଲୋଚନ ଦାସ। ମଣିଭଦ୍ର ନିକଟରୁ ୨୨,୮୦୦ ଟଙ୍କା, ୧୦ ମୋବାଇଲ ଫୋନ ଓ ଗୋଟିଏ ସ୍କୁଟି, ନିରାକାରଠାରୁ ୭୬୦୦ ଟଙ୍କା, ମୋବାଇଲ, ବ୍ଲେଡ୍‌, କଇଁଚି, କାଗଜ ଏବଂ ତ୍ରିଲୋଚନ ନିକଟରୁ ମୋବାଇଲ, ୧୪ ଶହ ଟଙ୍କା, କଇଁଚି ଓ ବ୍ରାଉନସୁଗାର ପ୍ୟାକେଟ ପାଇଁ ଥିବା କାଗଜ ଜବତ ହୋଇଛି। ଏ ନେଇ ଧୂଷୁରୀ ଥାନାରେ ଏକ ମାମଲା (ନଂ. ୩୭/୨୧) ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ୪୫ ଡିଗ୍ରୀ ଟପିଗଲା ତାତି

ଭୁବନେଶ୍ୱର,୨୦।୪: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ତାପମାତ୍ରା। ଶନିବାର ବୌଦ୍ଧରେ ସର୍ବୋଚ୍ଚ ଦିନ...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri