ସ୍କୁଟିରେ ଚାଲାଣ ହେଉଥିଲା ୨୬ ଲକ୍ଷ ଟଙ୍କାର ଧଳାଜହର

ଭଦ୍ରକ ଅଫିସ, ୩।୩: ଭଦ୍ରକ ଜିଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଧୂଷୁରୀ ପୋଲିସ ସହାୟତାରେ ବୁଧବାର ୨୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ବାଇକ୍‌ରେ ଚାଲାଣ ହେଉଥିବା ବେଳେ ପୂର୍ବରୁ ଛକିଥିବା ପୋଲିସ ଟିମ୍‌ ଆରଡ଼ି ରାସ୍ତାର ଉଚ୍ଚପଦା ଛକଠାରେ ସ୍କୁଟିକୁ ଅଟକାଇଥିଲେ ହେଁ ଅସୁରାଳି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ନିକଟରେ ୩ ବ୍ୟବସାୟୀଙ୍କୁ ପୋଲିିସ କାବୁ କରି ସେମାନଙ୍କଠାରୁ ୨୬୫ ଗ୍ରାମର ଓଜନର ବ୍ରାଉନସୁଗାର ଜବତ କରିଥିଲା। ପୋଲିସ ୩ ଜଣଙ୍କୁ ଗିରଫ କରିଛି।
ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ ପ୍ରଥମେ ଧୂଷୁରୀ ପୋଲିସ ଖବର ପାଇଥିଲା। ପୋଲିସ ଟିମ୍‌ ପୂର୍ବାହ୍ନ ୧୧ଟାରୁ ଭଦ୍ରକ ଆରଡ଼ି ରାସ୍ତାର ଉଚ୍ଚପଦା ଛକ ନିକଟରେ ଜଗି ରହିଥିଲା। ୩ ଅଭିଯୁକ୍ତ ଏକ ସ୍କୁଟରରେ ବ୍ରାଉନସୁଗାର ନେଇ ଧୂଷୁରୀ ଅଭିମୁଖେ ଯାଉଥିଲେ। ପୋଲିସ ଟିମ୍‌ ସେମାନଙ୍କୁ ଧରି ଯାଞ୍ଚ କରିବାରୁ ଏକ ପଲିଥିନରେ ବ୍ରାଉନସୁଗାର ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷରୁ ଅଧିକ ହେବ ବୋଲି ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ଟାଉନ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ୩ ବ୍ୟବସାୟୀ ହେଲେ ଧୂଷୁରୀ ଥାନା ଖପରପଦା ଅଞ୍ଚଳର ମଣିଭଦ୍ର ସାହୁ, ଗ୍ରାମାଞ୍ଚଳ ଥାନା ଚୁନିଦା ଅଞ୍ଚଳର ନିରାକାର ଜେନା ଓ ତ୍ରିଲୋଚନ ଦାସ। ମଣିଭଦ୍ର ନିକଟରୁ ୨୨,୮୦୦ ଟଙ୍କା, ୧୦ ମୋବାଇଲ ଫୋନ ଓ ଗୋଟିଏ ସ୍କୁଟି, ନିରାକାରଠାରୁ ୭୬୦୦ ଟଙ୍କା, ମୋବାଇଲ, ବ୍ଲେଡ୍‌, କଇଁଚି, କାଗଜ ଏବଂ ତ୍ରିଲୋଚନ ନିକଟରୁ ମୋବାଇଲ, ୧୪ ଶହ ଟଙ୍କା, କଇଁଚି ଓ ବ୍ରାଉନସୁଗାର ପ୍ୟାକେଟ ପାଇଁ ଥିବା କାଗଜ ଜବତ ହୋଇଛି। ଏ ନେଇ ଧୂଷୁରୀ ଥାନାରେ ଏକ ମାମଲା (ନଂ. ୩୭/୨୧) ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ ଧୁରନ୍ଧର ଖେଳାଳିଙ୍କ ଏହା ଶେଷ IPL ସିଜିନ, ତାଲିକାରେ ଅଛନ୍ତି ଏମାନେ…

ନୂଆଦିଲ୍ଲୀ, ୧୮।୫: IPL ୨୦୨୬ ଅନେକ ପ୍ରମୁଖ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ। ପାଞ୍ଚଟି ଟ୍ରଫି ଜିତିଥିବା ପୂର୍ବତନ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଏମଏସ…

ଜମିକୁ ପହଞ୍ଚି ପାରୁନି ଡ୍ୟାମ୍‌ ପାଣି: ବିଧାୟକଙ୍କୁ ଦାବିପତ୍ର ଦେଲେ ୪ ଗାଁର ଚାଷୀ

ଖଡ଼ିଆଳ,୧୮ା୫ (ସୁଜିତ କୁମାର ପ୍ରଧାନ): ଦୀପ ତଳ ଅନ୍ଧାର ଭଳି ତିଖାଲି ଡ୍ୟାମ୍‌ର ନାକ ତଳେ ଥିବା ଖଡ଼ିଆଳ ବ୍ଲକର ୪ ଗ୍ରାମର ଜମିକୁ ପାଣି ନ…

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୫୪ଟି ବ୍ୟାଙ୍କ ଆକାଉଣ୍ଟ, ନଗଦ ୨୮ ଲକ୍ଷ, ଟଙ୍କା ବିପୁଳ ପରିମାଣର ଅଳଙ୍କାର ଜବତ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

ନିଆରା ଢଙ୍ଗରେ କଳାକାର କଲେ ପ୍ରତିବାଦ: ମୃଦଙ୍ଗ, ଝାଞ୍ଜରେ କମ୍ପିଉଠିଲା ବ୍ଲକ ପରିସର

ହାଟଡିହୀ/ଛେନାପଦୀ, ୧୮।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଦେଇଥିବା ଧାରଣା ସୋମବାର ପ୍ରତ୍ୟାହୃତ ହୋଇଛି। ଉପଯୁକ୍ତ ପଦକ୍ଷେପ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

SBIରେ ବାହାରିଲା ୮୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି: ଦରମା ୮୦,୦୦୦ ପର୍ଯ୍ୟନ୍ତ, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୧୮।୫: ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଏକ ପ୍ରମୁଖ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। SBI ୮୨୧ଟି ଖାଲି…

ଭାରସାମ୍ୟ ହରାଇ ରାସ୍ତା କଡ ରେଲିଂରେ ଘୋଷାଡିହେଲା ସ୍କୁଟି , ଜୀବନ ଶଙ୍କଟରେ

ନନ୍ଦପୁର, ୧୮।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାର ସେମିଳିଗୁଡା–ହାଣ୍ଡିପୁଟ ସଂଯୋଗୀ ଏମଡିଆର–୫୫ ରାସ୍ତାର ମାରଡ଼ା ବ୍ରିଜ୍ ନିକଟରେ ଥିବା ମୋଡ଼ରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ…

ପ୍ରେମାନନ୍ଦ ମହାରାଜଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଦଯାତ୍ରା ସ୍ଥଗିତ, ଖେଳିଗଲା…

ଲକ୍ଷ୍ନୌ,୧୮।୫: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଯୋଗୁ ତାଙ୍କର ରାତ୍ରିକାଳୀନ ପଦଯାତ୍ରା (ପଦଯାତ୍ରା) ଅନିର୍ଦ୍ଦିଷ୍ଟ କାଳ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri