ପ୍ରାଥମିକ ଶିକ୍ଷକଙ୍କ ନାମରେ ୨ଟି ଦୁଇ ମହଲା କୋଠା, ମାର୍କେଟ କମ୍ପ୍ଲେକ୍ସ

ଅମରପାଲି,୩।୩: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଜଣେ ଶିକ୍ଷକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ସେ ହେଲେ ସେ ବୀରମହାରାଜପୁର ବ୍ଳକ ପଥରଘାଟ ୟୁପି ସ୍କୁଲରେ ସହକାରୀ ଶିକ୍ଷକ ସନ୍ତୋଷ ସାହୁ। ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରିଛି ।

ବୁଧବାର ସମ୍ବଲପୁର ଏବଂ ସୋନପୁର ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାଙ୍କର ପୈତୃକ ଘର କେଞ୍ଜିରିଆପାଲି ସମେତ ରହୁଥିବା ଲାତୁରପେଟ (ବାଘମାରୀ) ଘରେ ଚଢାଉ କରିଥିଲେ। କେଞ୍ଜିରିଆପାଲିରେ ତାଙ୍କର ଏକ ୨ ମହଲା କୋଠା ଓ ଲାତୁରପେଟରେ ଅନ୍ୟ ଏକ ୨ ମହଲା କୋଠା ରହିଥିବା ଜଣାଯାଇଛି। ଏହାଛଡା ବୀରମହାରାଜପୁର ଉପଖଣ୍ଡର ଲାତୁରପେଟରେ ୧୦ଟି ଦୋକାନ ଘର ଓ ଗୋଟିଏ ଚାରିଚକିଆ ଗାଡି ଥିବା ତଦନ୍ତରୁ ଜଣାପଡିଛି । ଭିଜିଲାନ୍ସ ପକ୍ଷରୁ ସମ୍ପତ୍ତିର ଆକଳନ ଜାରି ରହିଛି । ଆକଳନ ପରେ ପ୍ରକୃତ ସମ୍ପତ୍ତିର ମୂଲ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥଇଥାନ ପରେ ଉଚ୍ଛେଦ ହେଉ

ପୁରୀ ଅଫିସ,୫।୨: ଶ୍ରୀମନ୍ଦିର ଚତୁଃପାର୍ଶ୍ୱସ୍ଥ ୭୫ମିଟର ସୁରକ୍ଷା ଜୋନ୍‌ରେ ବିକ୍ରିବଟା କରିବାର ଅଧିକାର କାହାରି ନାହିଁ। ଏ ନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆସରିଛି।...

କଥା ରଖିଲେ: ମୋଦିଙ୍କ ବିଜୟ ପରେ ମାଗଣାରେ ଚା’ ବାଣ୍ଟିଲେ ଚିଙ୍ଗୁଡୁ

ମାଲକାନଗିରି, ୨୫ା୫ (ସ୍ବ.ପ୍ର.): ଏମିତି କିଛି ଲୋକଥାନ୍ତି ସେମାନେ ଖିଆଲି ମଣିଷ ରୂପେ ବଞ୍ଚନ୍ତି। ନିଜ ଖିଆଲି ପଣିଆରେ ଥରେ ଯାହା କହିଦେଇଥାନ୍ତି ତାହା ସେମାନେ...

ଜହ୍ନାପଙ୍କ ଅଞ୍ଚଳରେ କୂଆପଥର ବର୍ଷା

ଜହ୍ନାପଙ୍କ,୨୮।୫ (ଡି.ଏନ.ଏ.)-ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଝଡତୋଫାନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟା ଧରି କୂଆପଥର...

‘କରୋନାରୁ ମୁକ୍ତ ପରେ ବି ନିୟମ ମାନନ୍ତୁ’

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):କରୋନାରୁ ମୁକ୍ତ ହେବା ପରେ ମଧ୍ୟ ଆକ୍ରାନ୍ତ ବ୍ୟକ୍ତି ସତର୍କ ରହିବା ଦରକାର। ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା...

ରାଜ୍ୟ ସଭା ନିର୍ବାଚନ: ୩ଟା ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନର ନାମାଙ୍କନ ପତ୍ର ପ୍ରତ୍ୟାହାରର ଶୁକ୍ରବାର ଶେଷ ଦିନ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀ ନାମାଙ୍କନ ପତ୍ର...

ସଂକ୍ରମିତ ଦଳିତଙ୍କ ଏତଲା ରଖୁନି ପୋଲିସ: କାର୍ଯ୍ୟାନୁଷ୍ଠାନ ନେଇ ଡିସିପିଙ୍କ ଦ୍ୱାରସ୍ଥ

ପୁରୁଣା ଭୁବନେଶ୍ୱର, ୧ା୧୨ (ଡି.ଏନ.ଏ.) ଏଚଆଇଭି ସଂକ୍ରମିତଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କ ପ୍ରତି ଅବିଚାର ନ ହେବା ନେଇ ଅନେକ ସରକାରୀ...

ପଶ୍ଚିମ ଓଡ଼ିଶାରେ ନୂଆଁଖାଇ: ମା’ ସମଲେଇ, ଶିଖରବାସିନୀଙ୍କ ପାଖେ ନବାନ୍ନ ଲାଗି

ସୁନ୍ଦରଗଡ଼,୩।୯(ଡି.ଏନ୍‌.ଏ): ସୁନ୍ଦରଗଡ଼ର ପୁରପଲ୍ଲୀରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି । ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ଓ ରାଜପରିବାରର...

ଭାଇ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବାରିପଦା ଅଫିସ,୧୩।୧୧: ମୟୂରଭଞ୍ଜ ଜିଲା ବାରିପଦା ଅତିରିକ୍ତ ଜିଲା ଦୌରା ଜଜ୍‌(୧)କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ଚୌଧୁରୀ ପ୍ରବୀର...

Advertisement
Archives

Model This Week