Home Left

ଶିବସେନାର କଟାକ୍ଷ: ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରାଇବା, ପରାଜିତ ପହିଲମାନଙ୍କୁ ପଦକ ଦେବା ଭଳି

ମୁମ୍ବାଇ,୧୨।୧୧: ବିହାର ନିର୍ବାଚନ ଫଳାଫଳ ନେଇ ଶିବସେନା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରିଛି। ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି ଯେ, ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଜଣେ ପରାଜିତ ପହିଲମାନଙ୍କୁ ପଦକ ଦେବା ଭଳି। ତେବେ ନୀତିଶଙ୍କ ଦଳ ଜେଡ଼ିୟୁ…

କ୍ଷମତା ଦଖଲ ଷଡ଼ଯନ୍ତ୍ର ରଚୁଛନ୍ତି ଟ୍ରମ୍ପ୍‌ !

ଓ୍ବାଶିଂଟନ,୧୨।୧୧: ଆମେରିକା ନିର୍ବାଚନ ଫଳାଫଳକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସମ୍ପ୍ରତି ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ରେ ଟ୍ରମ୍ପ୍‌ କେତେକ ପରିବର୍ତ୍ତନ କରିଛନ୍ତି। ଏହା କ୍ଷମତା ଦଖଲର ପୂର୍ବ ସୂଚନା ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଟ୍ରମ୍ପ୍‌…

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପରଲୋକ

ଇଂଲଣ୍ଡର କାଉଣ୍ଟି ଦଳ କେଣ୍ଟର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଗ୍ରାହାମ କାଉଡ୍ରେଙ୍କ ପରଲୋକ ଘଟିଛି। ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ। କାଉଡ୍ରେ ଇଂଲଣ୍ଡ ପାଇଁ ଯଦିଓ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନ ଥିଲେ…

କଂଗ୍ରେସରେ ବିଦ୍ରୋହର ସ୍ବର

ନୂଆଦିଲ୍ଲୀ,୧୨।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସରେ ବିଦ୍ରୋହ ସ୍ବର ଉଠିଛି। ମହାମେଣ୍ଟର ପରାଜୟ ପାଇଁ କଂଗ୍ରେସ ଦାୟୀ ବୋଲି ଦଳରେ ଚର୍ଚ୍ଚା ହେଉଛି। ଏନେଇ ଗୁରୁବାର କଂଗ୍ରେସ ମହାସଚିବ ତାରିକ୍‌ ଅନଓ୍ବାର ଦଳ ପରାଜୟର କାରଣ…

ଏନ୍‌ଡିଏ ସରକାର ଗଢିପାରେ ହେଲେ ପ୍ରକୃତ ବିଜୟୀ ହେଉଛନ୍ତି ତେଜସ୍ୱୀ: ଶିବସେନା

ମୁମ୍ବାଇ,୧୨ ।୧୧: ବିହାର ବିଧାନସଭା ନିର୍ବାଚନରେ ଏକ ଷ୍ଟାଟିିସକାଲ ଗେମ୍‌ରେ ନ୍ୟାଶନାଲ ଡେମେକ୍ରାଟିକ ଆଲାଏନ୍ସ(ଏନ୍‌ଡିଏ) ବିଜୟ ଲାଭ କରିଛି ସତ । ହେଲେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ତେଜସ୍ୱୀ ଯାଦବ ପ୍ରମାଣ କରି ଦେଇଛନ୍ତି ରାଜ୍ୟରେ ତାଙ୍କ ଦଳ ହିଁ…

ଦ୍ୱାରଫିଟା ପରେ ଶ୍ରୀମନ୍ଦିରକୁ ବେଶ ବିଜେ

ପୁରୀ ଅଫିସ, ୧୨।୧୧ :ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ଏହି ବେଶ ପଡୁଛି। ତେବେ ଏଥର କରୋନା କଟକଣା ପାଇଁ ଏହି ବେଶ ଦର୍ଶନରୁ ବଞ୍ଚତ୍ତ ହେବେ ଭକ୍ତ। ତଥାପି ବେଶକୁ…

ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍‌ଚରିଂକୁ ପ୍ରୋତ୍ସାହନ

ଭୁବନେଶ୍ୱର,୧୨।୧୧ (ବ୍ୟୁରୋ):ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍ଚରିଂକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‌ ଆଣ୍ଡ୍‌ ମ୍ୟାନୁଫ୍ୟାକ୍ଚରିଂ(ଇଏସ୍‌ଡିଏମ୍‌) ପଲିସି ବା ଇଲେକ୍ଟ୍ରୋନିକ୍ସ ନୀତି ଆଣିବେ। ଏନେଇ ଏକ ଡ୍ରାଫ୍ଟ ପଲିସି ପ୍ରସ୍ତୁତ ହୋଇଛି। ଏହାକୁ ଆସନ୍ତା ମାସେ କିମ୍ବା ଦୁଇମାସ…

ସାତ ନମ୍ବର ସହ କ’ଣ ରହିଛି ନୀତୀଶଙ୍କର ସମ୍ପର୍କ

ପାଟନା,୧୨ ।୧୧: ବିହାରରେ ପୁଣିଥରେ ଏନ୍‌ଡିଏ ସରକାର ଗଢିବାକୁ ଯାଉଛି । ଆଉ ସୁଶାସନ ବାବୁ ଭାବେ ପରିଚିତ ନୀତିଶ କୁମାର ଏଥର ବି ଶାସନ ଡୋରି ହାତରେ ରଖିବେ ବୋଲି ଜଣାପଡିଛି । ମହାମେଣ୍ଟକୁ ହରାଇବା ପରେ ଭାରତୀୟ ଜନତା…

ଦେଶର ଶ୍ରେଷ୍ଠ ୧୦ ସରକାରୀ ସ୍କୁଲ ତାଲିକାରେ ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’

ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ):ଦେଶର ଶ୍ରେଷ୍ଠ ୧୦ ସରକାରୀ ସ୍କୁଲ ତାଲିକାରେ ଓଡ଼ିଶାର ଦୁଇଟି ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ସ୍ଥାନ ପାଇଛି। ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ହାତିଓଟାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୫ମ ସ୍ଥାନରେ ରହିଥିବାବେଳେ ଆବାସିକ ବର୍ଗରେ ବଲାଙ୍ଗୀର…

ଏଫ୍‌ଏସ୍‌ଏସ୍‌ଏମ୍‌ରେ ଭୁବନେଶ୍ୱର ଦେଶରେ ପ୍ରଥମ

ନୂଆଦିଲ୍ଲୀ,୧୨।୧୧ :ଫିକଲ୍‌ ସ୍ଲଗ୍‌ ଆଣ୍ଡ ସେପ୍ଟେଜ୍‌ ମ୍ୟାନେଜମେଣ୍ଟ (ଏଫ୍‌ଏସ୍‌ଏସ୍‌ଏମ୍‌) କ୍ଷେତ୍ରରେ ରାଜଧାନୀ ଭୁବନେଶ୍ୱରକୁ ବଡ଼ ସଫଳତା ମିଳିଛି। ମଳଯୁକ୍ତ ଆବର୍ଜନା ଓ ସେପ୍ଟେଜ୍‌ ପରିଚାଳନାରେ ଭୁବନେଶ୍ୱର ଦେଶର ପ୍ରଥମ ସହର ଭାବେ ଅନ୍ତର୍ଜାତୀୟ ମାନକୀକରଣ ସଙ୍ଗଠନ (ଆଇଏସ୍‌ଓ) ସାର୍ଟିଫିକେଶନ ପାଇଛି। କେବଳ…

ବିପଦ ସୃଷ୍ଟି ନ କରୁ ଶିଳ୍ପ ବର୍ଜ୍ୟ: ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ): ଶିଳ୍ପ ସଂସ୍ଥାଗୁଡ଼ିକରୁ ନିର୍ଗତ କଠିନ ବର୍ଜ୍ୟବସ୍ତୁ ଯେପରି ପୃଥିବୀକୁ ପ୍ରଦୂଷିତ ନ କରିବ ଏହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେଥିପାଇଁ ସମସ୍ତ ଶିଳ୍ପସଂସ୍ଥା ବର୍ଜ୍ୟ ପରିଚାଳନାକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର। ଏଥିପ୍ରତି…

୬୮% ବିଜେତା ଦାଗୀ, ୮୧% କୋଟିପତି

ନୂଆଦିଲ୍ଲୀ,୧୨ା୧୧: ବିହାର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ୨୪୩ ଜଣଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି ୮୧% ବିଜେତା କୋଟିପତି ବୋଲି ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri