ସମୁଦ୍ରରେ ଚାଲିଛି ବେଆଇନ ମାଛଧରା: ଅଲିଭ ରିଡଲେଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ

ଛତ୍ରପୁର,୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସମୁଦ୍ରରୁ ବେଆଇନ ଭାବରେ ମାଛଧରାକୁ ବନ୍ଦ କରିବା ନେଇ ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମା’ ଗଙ୍ଗା ଦେବୀ ସାମୁଦ୍ରିକ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ବଡ଼ନୋଳିଆନୂଆଗାଁ, ସାନନୋଳିଆନୂଆଗାଁ, ଗୋଖରକୁଦା, ପୋଡମପେଟା, ନୂଆଁପୋଡମପେଟା, କଲରାବାଡି, ପ୍ରୟାଗୀ ଓ ରାମଲେଙ୍କା ଗ୍ରାମର ସାମୁଦ୍ରିକ ମତ୍ସ୍ୟଜୀବୀମାନେ ରିଙ୍ଗଜାଲ, ଘାଘରାଜାଲ, ଟେଙ୍କଜାଲକୁ ସମୁଦ୍ରରେ ଚାଲିଥିବା ଏହି ବେଆଇନ ମାଛଧରାକୁ ବନ୍ଦ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ନେଇ ଦୀର୍ଘ ୧୫ ବର୍ଷ ହେଲା ସେମାନେ ବେଆଇନ ଭାବେ ମାଛ ଧରିବା ବନ୍ଦ କରିବା ପାଇଁ ଦାବି କରି ଆସୁଛନ୍ତି। ସମୁଦ୍ରରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାର ବହୁ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। କିନ୍ତୁ ଏହି ଜାଲ ଦ୍ବାରା ମାଛ ଧରିଲେ କଇଁଛ ମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ମୃତ୍ୟୁ ଘଟୁଛି। ଏହି ଜାଲ ମାଧ୍ୟମରେ ମାଛ ଧରିବାକୁ ରାଜ୍ୟ ସରକାର ନିଷେଧାଦେଶ ଜାରି କରିଛନ୍ତି। ସାନଆର୍ଯ୍ୟପଲ୍ଲି ଓ ବଡଆର୍ଯ୍ୟପଲ୍ଲି ଗ୍ରାମର ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଉକ୍ତ ଜାଲ ବ୍ୟବହାର କରୁଛନ୍ତି ବୋଲି ଦର୍ଶାଇଛନ୍ତି। ଯାହା ସରକାରଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରୁଛନ୍ତି। ଏହି ୮ ଖଣ୍ଡ ଗ୍ରାମର ମତ୍ସ୍ୟଜୀବୀମାନେ ସେମାନଙ୍କ ଜୀବନଜୀବିକା ଉପରେ ଘୋର ପ୍ରଭାବ ପଡୁଛି ବୋଲି ଅଭିଯୋଗ କରିଛନ୍ତି। ଦାବି ପତ୍ର ପ୍ରଦାନ ବେଳେ ସଂଘ ସଭାପତି ଏ. ବାଲମେୟା, ସମ୍ପାଦକ ବି. ବାବାଜୀ, ଉପସଭାପତି ସିମାଦ୍ରି, କୋଷାଧ୍ୟକ୍ଷ କେ. ରାମଚନ୍ଦ୍ର ବେହେରା, ବି. ଗୋରେୟା, ବି. କେଦାର, ଡି. କାଲେୟା, ପି. କାମେୟାଙ୍କ ସମେତ ବହୁ ମତ୍ସ୍ୟଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଉଛୁଳିବା ପରେ ବଢ଼ିଲା ଚିନ୍ତା

ଢେଙ୍କାନାଳ ଅଫିସ,୧୯।୮: ଲଗାଣବର୍ଷା ହେଲେ ଢେଙ୍କାନାଳର ଐତିହାସିକ କୁଞ୍ଜକାନ୍ତ ପୋଖରୀର ଚିତ୍ର ବଦଳିଯାଉଛି। ପାଣି ନିଷ୍କାସନ ହୋଇ ନ ପାରି ୩ନଂ. ଓ୍ବାର୍ଡରେ ପ୍ରବାହିତ ହେଉଛି।...

ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲହଡି ଭାଙ୍ଗୁଛି ବର୍ଷା ଜଳ

ଭଦ୍ରକ ଅଫିସ,୫।୭: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଆଉଟଡୋର ମଧ୍ୟରେ ବର୍ଷାଜଳ ଲହଡି ଭାଙ୍ଗୁଛି । ମଙ୍ଗଳବାର ସକାଳୁ ଲାଗି ରହିଥିବା ବର୍ଷାରେ ପାଣି ନିଷ୍କାସନ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୫୦୦୦ ଟଙ୍କା ପ୍ରଦାନ

ଭଣ୍ଡାରିପୋଖରୀ,୨୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିଜୁ ଯୁବ ଜନତା ଦଳ ପକ୍ଷରୁ ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ପାଇଁ ସ୍ଥାନୀୟ ବିଡିଓ ଉମେଶ ଚନ୍ଦ୍ର...

ଜୟପୁରରେ ଲମ୍ଫି ଚିହ୍ନଟ

ଜୟପୁର,୧୫ା୧୨(ନି.ପ୍ର.): ରାଜସ୍ଥାନରେ ଲାମ୍ଫି ରୋଗ ବ୍ୟାପି ଲକ୍ଷ ଲକ୍ଷ ଗୋରୁଙ୍କ ମୃତ୍ୟୁ ହେଇଛି। ଏବେ କୋରାପୁଟ ଜିଲା ଜୟପୁରରେ ଗାଈଙ୍କଠାରେ ଲମ୍ଫି ରୋଗ ଚିହ୍ନଟ ହୋଇଛି।...

ମୟୂରଭଞ୍ଜ ମହୋତ୍ସବର ସାଂସ୍କୃତିକ ସା ଉଦ୍‌ଘାଟିତ

ବାରିପଦା ଅଫିସ,୨୭ା୧୧- ମୟୂରଭଞ୍ଜ ମହୋତ୍ସବର ପ୍ରଥମ ସାଂସ୍କୃତିକ ସା ମଙ୍ଗଳବାର ଉଦଘାଟିତ ହୋଇଛି। ବାରିପଦା ଛଉ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଏମପି ଇଂ.ବିଶେଶ୍ୱର ଟୁଡୁ...

ଡ୍ରେନ ଉପରୁ ଜବରଦଖଲ ଉଚ୍ଛେଦ

ଗୋପାଳପୁର,୧।୮- ଗୋପାଳପୁର ଏନ୍‌ଏସି ୧୦ ଓ ୧୧ନଂ ୱାର୍ଡର ଡ୍ରେନ ଉପରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଦୀର୍ଘବର୍ଷ ଧରି ଏନଏସିର ବିଭିନ୍ନ ୱାର୍ଡରେ ଡ୍ରେନ...

ଚାଲିଛି ମାନସମନ୍ଥନ

ବ୍ରଜରାଜନଗର,୫।୬(ଡି.ଏନ୍‌.ଏ.): ବ୍ରଜରାଜନଗର ଉପନର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି। ଏବେ ବିଜେଡି, ଭାଜପା ଓ କଂଗ୍ରେସ ନିଜ ସମର୍ଥକଙ୍କୁ ନେଇ ମାନସମନ୍ଥନ ଆରମ୍ଭ କରିଦେଇଛନ୍ତି। ବିଶେଷ କରି...

ଜଗତ୍‌ସିଂହପୁର ଜିଲାରେ ୧୪୪ ଧାରା ଜାରି

ଜଗତ୍‌ସିଂହପୁର ଅଫିସ,୧୮ା୩: ଓଡ଼ିଶାରେ ଜଣେ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ସଚେତନତା ଓ ସତର୍କତା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ...

Advertisement
Archives

Model This Week