ସମୁଦ୍ରରେ ଚାଲିଛି ବେଆଇନ ମାଛଧରା: ଅଲିଭ ରିଡଲେଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ

ଛତ୍ରପୁର,୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସମୁଦ୍ରରୁ ବେଆଇନ ଭାବରେ ମାଛଧରାକୁ ବନ୍ଦ କରିବା ନେଇ ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମା’ ଗଙ୍ଗା ଦେବୀ ସାମୁଦ୍ରିକ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ବଡ଼ନୋଳିଆନୂଆଗାଁ, ସାନନୋଳିଆନୂଆଗାଁ, ଗୋଖରକୁଦା, ପୋଡମପେଟା, ନୂଆଁପୋଡମପେଟା, କଲରାବାଡି, ପ୍ରୟାଗୀ ଓ ରାମଲେଙ୍କା ଗ୍ରାମର ସାମୁଦ୍ରିକ ମତ୍ସ୍ୟଜୀବୀମାନେ ରିଙ୍ଗଜାଲ, ଘାଘରାଜାଲ, ଟେଙ୍କଜାଲକୁ ସମୁଦ୍ରରେ ଚାଲିଥିବା ଏହି ବେଆଇନ ମାଛଧରାକୁ ବନ୍ଦ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ନେଇ ଦୀର୍ଘ ୧୫ ବର୍ଷ ହେଲା ସେମାନେ ବେଆଇନ ଭାବେ ମାଛ ଧରିବା ବନ୍ଦ କରିବା ପାଇଁ ଦାବି କରି ଆସୁଛନ୍ତି। ସମୁଦ୍ରରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାର ବହୁ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। କିନ୍ତୁ ଏହି ଜାଲ ଦ୍ବାରା ମାଛ ଧରିଲେ କଇଁଛ ମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ମୃତ୍ୟୁ ଘଟୁଛି। ଏହି ଜାଲ ମାଧ୍ୟମରେ ମାଛ ଧରିବାକୁ ରାଜ୍ୟ ସରକାର ନିଷେଧାଦେଶ ଜାରି କରିଛନ୍ତି। ସାନଆର୍ଯ୍ୟପଲ୍ଲି ଓ ବଡଆର୍ଯ୍ୟପଲ୍ଲି ଗ୍ରାମର ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଉକ୍ତ ଜାଲ ବ୍ୟବହାର କରୁଛନ୍ତି ବୋଲି ଦର୍ଶାଇଛନ୍ତି। ଯାହା ସରକାରଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରୁଛନ୍ତି। ଏହି ୮ ଖଣ୍ଡ ଗ୍ରାମର ମତ୍ସ୍ୟଜୀବୀମାନେ ସେମାନଙ୍କ ଜୀବନଜୀବିକା ଉପରେ ଘୋର ପ୍ରଭାବ ପଡୁଛି ବୋଲି ଅଭିଯୋଗ କରିଛନ୍ତି। ଦାବି ପତ୍ର ପ୍ରଦାନ ବେଳେ ସଂଘ ସଭାପତି ଏ. ବାଲମେୟା, ସମ୍ପାଦକ ବି. ବାବାଜୀ, ଉପସଭାପତି ସିମାଦ୍ରି, କୋଷାଧ୍ୟକ୍ଷ କେ. ରାମଚନ୍ଦ୍ର ବେହେରା, ବି. ଗୋରେୟା, ବି. କେଦାର, ଡି. କାଲେୟା, ପି. କାମେୟାଙ୍କ ସମେତ ବହୁ ମତ୍ସ୍ୟଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ, ଭଞ୍ଜନଗର ବିଧାୟକ….

ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଅଗଷ୍ଟ ୩୦ରେ ମନ କି ବାତ୍ କାର୍ଯ୍ୟକ୍ରମ, ବୁଥ୍‌ସ୍ତରରେ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାକୁ ଗୁରୁତ୍ୱ

ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ‘ମନ କି ବାତ’ କାର୍ଯ୍ୟକ୍ରମକୁ ନେଇ ଏକ କର୍ମଶାଳା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri