ଦ୍ୱିତୀୟ ବିବାହ ପାଇଁ ଜିଦ୍‌: ୬୦ ବର୍ଷ ବୟସ୍କ ବ୍ୟକ୍ତି ୧୧ କେଭି ଖୁଣ୍ଟରେ ଚଢ଼ିଲେ

ଜୟପୁର,୧୦।୩: ରାଜସ୍ଥାନର ଧୋଲପୁର ଜିଲାର ଗନିମତରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସୋବରନ ସିଂ ନାମକ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଦ୍ୱିତୀୟ ବିବାହ ପାଇଁ ଜିଦ୍‌ କରି ପରିବାର ସଦସ୍ୟଙ୍କ ସହିତ ପାଟି ତୁଣ୍ଡ କରିଥିଲେ। ଶେଷରେ ସେ ଫିଲ୍ମ ଷ୍ଟାଇଲରେ ୧୧ କେଭି ଖୁଣ୍ଟରେ ଚଢ଼ି ଆତ୍ମ ହତ୍ୟା କରିବାକୁ ଧମକ ଦେଇଥିଲେ। ତେବେ ଏନେଇ ମଢ଼ା ଭାଉ ବିଦ୍ୟୁତ୍‌ ସବ୍‌ ଷ୍ଟେଶନକୁ ଖବର ଦିଆଯାଇଥିଲା। ଖବର ମିଳିବା ପରେ ୧୧ କେଭି ଲାଇନ୍‌ରୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଥିଲା। ତେଣୁ ସୋବରନ୍‌ ତାରକୁ ଧରିଲେ ମଧ୍ୟ କୌଣସି କ୍ଷତି ହୋଇ ନ ଥିଲା। ପରେ ପୁଅ ଖୁଣ୍ଟରେ ଚଢ଼ି ବୁଝାସୁଝା କରି ତାଙ୍କୁ ତଳକୁ ଆଣିଥିଲେ। ସୋବରନଙ୍କର ୫ ଜଣ ସନ୍ତାନ ଅଛନ୍ତି। ୪ ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ସେ ପୁଣି ବିବାହ କରିବା ଲାଗି ମାର୍ଚ୍ଚ ୭ରେ ପୁଅମାନଙ୍କ ସହିତ ପରିବାରର ଅନ୍ୟ ସଦସ୍ୟଙ୍କୁ ଜଣାଇଥିଲେ। ତେବେ ସେମାନେ ଏଥିରେ ଅମଙ୍ଗ ହୋଇଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ସୋବରନ୍‌ ଏଭଳି କରିଥିବା ସ୍ଥାନୀୟ ମନିୟାଂ ଥାନା ଏସ୍‌ଏଚ୍‌ଓ ସୁୁମନ କୁମାର ସୂଚନା ଦେଇଛନ୍ତି। ଏବେ ସୋବରନ ଖୁଣ୍ଟରେ ଚଢୁଥିବାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ‘ବାବା କି ଢାବା’: କାନ୍ତା ପ୍ରସାଦଙ୍କୁ କ୍ଷମା କରିଦେଲେ ଗୌରବ

ନୂଆଦିଲ୍ଲୀ,୧୫।୬: ‘ବାବା କି ଢାବା’ ପୁଣି ଥରେ ଚର୍ଚ୍ଚାରେ ରହିଛି। ଢାବା ମାଲିକ କାନ୍ତ ପ୍ରସାଦଙ୍କ ଦ୍ୱାରା ହୋଇଥିବା ଚୋରି ଅଭିଯୋଗର ସମ୍ମୁଖୀନ ହେଉଥିବା ୟୁଟ୍ୟୁବର୍‌...

ମହାରାଷ୍ଟ୍ରରେ ଭୂକମ୍ପ: ଲୋକେ ଆତଙ୍କିତ

ମୁମ୍ବାଇ,୨୦।୭: ମହାରାଷ୍ଟ୍ର ପାଲଘରରେ ଶନିବାର ପୂର୍ବାହ୍ନ ୯ଟା ୧୭ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ...

ଦମକଳ ବାହିନୀଙ୍କ ସହାୟତା ପାଇଁ ୩୩୮ ଫୁଟ ଲମ୍ବ ୯୦ କିଲୋ ପିଜା ତିଆରି କଲେ ଭଉଣୀ-ଭାଇ

ସିଡ୍‌ନୀ,୨୫।୧: ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ନିଆଁରେ ଅନେକ କ୍ଷତି ହୋଇଛି। ଜଙ୍ଗଲ ନିଆଁ ଲିଭାଇବା ସମୟରେ ମୃତ୍ୟୁ ଘଟିଥିବା ଦମକଳ ବାହିନୀ କର୍ମଚାରୀଙ୍କ ଲାଗି ଅଷ୍ଟ୍ରେଲିଆରେ...

ଅନୁରାଗ ୭୨, ପର୍‌ଭେଶ ୯୬ ଘଣ୍ଟା ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରଚାର

ନୂଆଦିଲ୍ଲୀ,୩୦।୧: ବିବାଦୀୟ ବୟାନକୁ ନେଇ ନିର୍ବାଚନ ପ୍ରଚାର କରୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ୭୨ ଘଣ୍ଟା ଓ ଭାଜପା...

ଚକୋଲେଟ୍‌ ଦୁର୍ଗାମୂର୍ତ୍ତି

ଶକ୍ତିସ୍ବରୂପିଣୀ ମା’ ଦୁର୍ଗାଙ୍କ ପୂଜାକୁ ସାରା ଦେଶରେ ବେଶ୍‌ ଧୁମଧାମରେ ପାଳନ କରାଯାଇଥାଏ। ପ୍ରତିବର୍ଷ ବିଭିନ୍ନ ପୂଜା କମିଟି ତରଫରୁ ବିଭିନ୍ନ ଥିମ୍‌ ଏବଂ କନ୍ସେପ୍ଟକୁ...

ଅଖିଳେଶଙ୍କ ବଡ଼ ଘୋଷଣା, ଲଢ଼ିବିନି ନିର୍ବାଚନ…

ଲକ୍ଷ୍ନୌ,୧।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ପକ୍ଷରୁ ଅଖିଳେଶ ଯାଦବ ବଡ଼ ଘୋଷଣା କରିଛନ୍ତି। ଅଖିଳେଶ କହିଛନ୍ତି ଯେ, ସେ ଆସନ୍ତା ବିଧାନସଭା...

ଅନନ୍ୟ ଶୈଳନିବାସ ସକଲେଶପୁର

କର୍ନାଟକସ୍ଥିତ ଏକ ଛୋଟ ତଥା ଆକର୍ଷଣୀୟ ଶୈଳନିବାସ ହେଉଛି ସକଲେଶପୁର। ସମୁଦ୍ରପତ୍ତନଠାରୁ ପ୍ରାୟ ୯୫୬ ମିଟର ଉଚ୍ଚତାରେ ଥିବା ଏହି ପାର୍ବତୀୟ ପର୍ଯ୍ୟଟନସ୍ଥଳୀରେ ଆଗନ୍ତୁକ ଅନେକ...

ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ଫଡ୍‌ନବିସ

ମୁମ୍ବାଇ,୨୬।୧୧: ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମଙ୍ଗଳବାର ଘୋଷଣା କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ। ଏହାପରେ ସେ ସନ୍ଧ୍ୟାରେ ରାଜ୍ୟପାଳ...

Advertisement
Archives

Model This Week