ଭଙ୍ଗା ଦଦରା ସାମଗ୍ରୀରୁ ‘ରାଫେଲ’ ତିଆରି କଲେ ରେଳ କର୍ମଚାରୀ

ପାଟଣା,୧୦।୩: ରେଳ କର୍ମଚାରୀମାନେ ଦେଶରେ ଅଗ୍ରଣୀ ଭୂମିକା ତୁଲାଉଛନ୍ତି। ସମସ୍ତିପୁରର ରେଳକର୍ମଚାରୀ ଏମିତି ଏକ କମାଲ କରି ଦେଖାଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ଏହି କର୍ମଚାରୀମାନେ ଭଙ୍ଗା ଦଦରା ସାମଗ୍ରୀରୁ ‘ରାଫେଲ’ ଏବଂ ପୃଥ୍ବୀ ମିସାଇଲ ତିଆରି କରିଛନ୍ତି।

ସମସ୍ତପୁରସ୍ଥିତ ରେଳ ଯନ୍ତ୍ରପାତି ତିଆରି କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କଠୋର ପରିଶ୍ରମ କରି ଏହି ରାଫେଲ ତିଆରି କରିଛନ୍ତି। ଏହି କଳାକୃତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି।

ସମସ୍ତିପୁରର ମୁଖ୍ୟ କାରଖାନା ପ୍ରବନ୍ଧକଙ୍କ ମାର୍ଗଦର୍ଶନରେ ପୁରୁଣା ସାମଗ୍ରୀ(ସ୍କ୍ରାପ୍‌)ରୁ ରେଳକର୍ମଚାରୀମାନେ ରାଫେଲ ପରି ଲଢୁଆ ବିମାନ ତିଆରି କରିଛନ୍ତି। ପୃଥ୍ବୀ କ୍ଷେପଣାସ୍ତ୍ରର ମଡେଲ ମଧ୍ୟ ତିଆରି କରିଛନ୍ତି। ପ୍ରାୟ ୫ ଫୁଟ ଲମ୍ବ ଏବଂ ୨୦ କିଲୋଗ୍ରାମ ଓଜର ଏହି ରାଫେଲ ବିମାନ ତିଆରି କରିବାକୁ କର୍ମଚାରୀଙ୍କୁ ୭ ଦିନ ସମୟ ଲାଗିଥିଲା।

କାରଖାନାର ମୁଖ୍ୟ ପ୍ରବନ୍ଧକ ପ୍ରକାଶ କୁହନ୍ତି, କୌଶଳ ବିକାଶ ପରି ରେଳ କର୍ମଚାରୀମାନେ ବେକାର ହୋଇ ପଡ଼ିଥିବା ସାମଗ୍ରୀରେ ଦେଶଭକ୍ତି ସହ ଜଡ଼ିତ କଳାକୃତି ତିଆରି କରିବାରେ ମାହିର ଅଟନ୍ତି। କର୍ମଚାରୀମାନେ ଡ୍ୟୁଟି ସରିବା ପରେ ଏହି କାମରେ ନିଜକୁ ନିୟୋଜିତ କରି ରାଫେଲ ତିଆରି କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ବିନା ପୋଷାକରେ ପହଞ୍ଚିଲେ ଭିଡ଼ିଓ କନଫରେନ୍ସିଂ ବୈଠକରେ, ତାପରେ….

ଓଟଓ୍ବା,୧୫।୪: ଦେଶ ପାଇଁ ନିୟମ ପ୍ରସ୍ତୁତ କରୁଥିବା ନେତା ପାର୍ଲାମେଣ୍ଟ ବୈଠକରେ ବିନା ପୋଷାକରେ ପହଞ୍ଚିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା...

୨୪ ବର୍ଷ ପରେ ସୋସିଆଲ ମିଡିଆରେ ଦେଖାହୋଇ ଠକିଦେଲେ ପିଲାଦିନର ବନ୍ଧୁ

ନୋଏଡା,୧।୭: ସୋସିଆଲ ନେଟଓ୍ବାର୍କିଂ ସାଇଟରେ ପିଲାଦିନର ସାଙ୍ଗକୁ ୨୪ ବର୍ଷ ପରେ ଦେଖାହୋଇ ଠକେଇର ଶୀକାର ହେଲେ ମହିଳା। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ନୋଏଡାରେ।...

ଭାଜପା ଏମ୍‌ପି, ବିଧାୟକଙ୍କ ଘର ଆଗରେ ବସିବେ ଚାଷୀ

ଗାଜିଆବାଦ,୪।୬: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀ ସଂଗଠନ ପକ୍ଷରୁ ଶନିବାର ଦେଶବ୍ୟାପୀ ଭାଜପା ଏମ୍‌ପି ଏବଂ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ...

ପ୍ରକୃତି ପର୍ଯ୍ୟଟନର ଗନ୍ତାଘର ଭିତରକନିକା

ପ୍ରାକ୍ତନ କନିକା ରାଜ୍ୟର ଭିତିରିଆ ଅଞ୍ଚଳ ହୋଇଥିବାରୁ ନଁା ତା’ର ଭିତରକନିକା। ଅନାବିଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଘଞ୍ଚ ହେନ୍ତାଳବନ ପରିବେଷ୍ଟିତ ଏହି ଇଲାକା ପ୍ରକୃତି...

ତୁଷାର ଝଡ଼: ୩ ଯବାନ ଶହୀଦ୍‌; ୫ ସାଧାରଣ ଲୋକଙ୍କ ମୃତ୍ୟୁ

ଶ୍ରୀନଗର,୧୪।୧: ଉତ୍ତର କଶ୍ମୀରରେ ଦୀର୍ଘ ୪୮ ଘଣ୍ଟା ଧରି ଜାରି ରହିଥିବା ତୁଷାର ଝଡ଼ରେ ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇ ଯାଇଛି। ତୁଷାର ଝଡ଼...

ଟ୍ରେନିଂ ବେଳେ ଚାଲିଗଲା ଯବାନଙ୍କ ଜୀବନ

ନୂଆଦିଲ୍ଲୀ,୨୧।୮ : ପଞ୍ଜାବର ପଠାନକୋଟସ୍ଥିତ ମାମୁନ ସେନା ଷ୍ଟେଶନଠାରେ ଶନିବାର ଟ୍ରେନିଂ ବେଳେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଯବାନଙ୍କୁ ଗୁରୁତର ହୋଇପଡ଼ିଛନ୍ତି।...

ମୋଦିଙ୍କ ଆତ୍ମନିର୍ଭର ଅଭିଯାନ: ସିଏପିଏଫ୍‌ କ୍ୟାଣ୍ଟିନ୍‌ରେ ଜୁନ୍‌ ୧ରୁ ବିକ୍ରି ହେବ ସ୍ବଦେଶୀ ଉତ୍ପାଦ

ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଲକ୍‌ଡାଉନ୍‌ ଯୋଗୁ ଦେଶର ଅର୍ଥନୀତି ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଜନ୍ମପରେ ଶିଶୁର ଏହି ଅଙ୍ଗକୁ ରଖାଯାଏ ବାସ୍କରେ

ଶିଶୁଟିଏ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରୀ ଖେଳିଯାଏ। ତେବେ ଶିଶୁ ଜନ୍ମକୁ ନେଇ ପ୍ରାୟ ସବୁ ସ୍ଥାନରେ ଭିନ୍ନ ଭିନ୍ନ ନିୟମ ପାଳନ କରାଯାଏ।...

Advertisement
Archives

Model This Week