Home Left

ବିମାନ ଉଡ଼ୁଥିବାବେଳେ ଏମରଜେନ୍ସି ଗେଟ୍‌ ଖୋଲିବାକୁ ଉଦ୍ୟମ କଲେ ଯାତ୍ରୀ

ବାରଣାସୀ,୨୮।୩: ସ୍ପେସଜେଟ୍‌ ଫ୍ଲାଇଟ୍‌ ଉଡୁଥିବାବେଳେ ଜଣେ ଯାତ୍ରୀ ବିମାର ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ। ଉକ୍ତ ଯାତ୍ରୀଙ୍କ ନାମ ଗୌରବ। ବାରଣାସୀ ଏୟାରପୋର୍ଟରେ ବିମାନର ସଫଳ ଅବତାରଣ ପରେ ତାଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲେ ସେଣ୍ଟ୍ରାଲ ଇଣ୍ଡଷ୍ଟିଆଲ ସିକୁରିଟି…

କାଲି ବନ୍ଦ ରହିବ ମୋ ବସ୍‌ ସେବା, ହେଲେ…

ଭୁବନେଶ୍ୱର,୨୮।୩(ବ୍ୟୁରୋ): ସୋମବାର ରଙ୍ଗର ପର୍ବ ହୋଲି। ଏଥିନିମନ୍ତେ ପ୍ରଥମାର୍ଦ୍ଧରେ ମୋ ବସ ସେବା ବନ୍ଦ ରହିବ । ହେଲେ ଅପରାହ୍ନ ୩ଟାରୁ ପୁଣି ଏହି ସେବା ଆରମ୍ଭ ହେବ। ମାଷ୍ଟର କ୍ୟାଣ୍ଟିନରେ ଥିବା ପାସ କାଉଣ୍ଟର ମଧ୍ୟ ସୋମବାର ବନ୍ଦ ରହିବ।…

ଆଲେନ୍‌ ଇନ୍‌ଷ୍ଟିଚ୍ୟୁଟରେ ୨୦ରୁ ଊର୍ଦ୍ଧ୍ୱ ଛାତ୍ର କରୋନା ପଜିଟିଭ୍‌: ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଭୁବନେଶ୍ୱର ମୈତ୍ରୀବିହାରସ୍ଥିତ ଆଲେନ ଇନ୍‌ଷ୍ଟିଚ୍ୟୁଟକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ) ପକ୍ଷରୁ ସିଲ୍‌ କରାଯାଇଛି। ସେଠାରେ ୨୦ରୁ ଅଧିକ ଛାତ୍ରୀଛାତ୍ର କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମ୍‌ସି ଏଭଳି ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଇନ୍‌ଷ୍ଟିଚ୍ୟୁଟକୁ…

ଆଇଆଇଟି କ୍ୟାମ୍ପସରେ ପୁଣି କରୋନା ପଜିଟିଭ, ଆଜି ୮ ଚିହ୍ନଟ

ଖୋର୍ଦ୍ଧା ଅଫିସ,୨୮।୩: ଆଇଆଇଟି ଅରୁଗୁଳ, ଭୁବନେଶ୍ବର କ୍ୟାମ୍ପସରେ କରୋନା ଚିନ୍ତାର ବିଷୟ ସାଜିଛି। ପୂର୍ବରୁ ୨ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪୦ରୁ ଊଦ୍ଧର୍‌ବ ଛାତ୍ରଙ୍କ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା। ଆରଟିପିସିଆର ରିପୋର୍ଟରେ ରବିବାର…

ରାଜଧାନୀରେ ୨ ଛୁଆଙ୍କୁ ହତ୍ୟା ପରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୨୮।୩: ଚନ୍ଦକା ଥାନା ଅଧୀନ ମେଣ୍ଢାଶାଳ ବିଞ୍ଝଗିରିରେ ରବିବାର ଏକ ଅଭାବନୀୟ ଘଟଣା ଘଟିିଛି। ୩ ଛୁଆଙ୍କୁ ବିଷ ପିଆଇ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ ରାଜଧାନୀବାସୀଙ୍କୁ ସ୍ତବ୍ଧ କରିଦେଇଛି। ବିଷ କ୍ରିୟାରେ ୨ କୁନି ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା’-ଝିଅ…

ଉମରକୋଟ ହୀରାପୁର ଅଞ୍ଚଳରେ ହେଟାବାଘ ଆତଙ୍କ

ଉମରକୋଟ, ୨୮।୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ହୀରାପୁର ପଞ୍ଚାୟତ ନୂଆଗୁଡ଼ା ଗ୍ରାମରେ ହେଟାବାଘ ଆତଙ୍କ ଦେଖାଯାଇଛି। ଗାଁର ଶୁକୁ କଲାରଙ୍କ ଗୋଟିଏ ବଳଦକୁ ହେଟାବାଘ ମାରି ଦେଇଥିବା ସୂଚନା ମିଳିଛି। ଏହାକୁ ଦେଖି ଗ୍ରାମବାସୀଙ୍କ ମନରେ ଭୟ ଓ ଆତଙ୍କ…

କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି, ୨୮।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ମାଓବାଦୀମାନେ ଜଣେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି। ସେ ହେଲେ ଛତିଶଗଡ ରାଜ୍ୟ ବିଜାପୁର ଜିଲା ମିରତୁର ଅଞ୍ଚଳର ଜିଲା ପଞ୍ଚାୟତ ସଦସ୍ୟ ବୁଦ୍ଧରାମ କଶ୍ୟପ। ତେବେ ଏହି…

ନବୀନ ନିବାସରୁ ରୁଦ୍ରପ୍ରତାପ ମହାରଥୀ ଟିକେଟ ଆଣିବା ପରେ ମୁହଁ ଖୋଲିଲେ ମା’

ପୁରୀ ଅଫିସ,୨୮।୩: ପିପିଲି ଉପନିର୍ବାଚନ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ରବିବାର ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି। ଏହି ସମୟରେ ତାଙ୍କ ସହ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ମଧ୍ୟ ଉପସ୍ଥିତ…

ଚାକିରି ଦେବାକୁ କହି ଘରକୁ ଡାକି କରୁଥିଲେ ଦୁଷ୍କର୍ମ…

ରାଞ୍ଚି,୨୮।୩: ଝାଡ଼ଖଣ୍ଡର ସେମଡ଼େଗା ସଦର ହସ୍ପିଟାଲର ଜିଲା ପ୍ରୋଗ୍ରାମ୍‌ ମ୍ୟାନେଜର ରାଜୀବ କୁମାରଙ୍କୁ ଏକାଧିକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଚାକିରି ଦେବାକୁ କହି ରାଜୀବ ମହିଳାଙ୍କୁ କଥାବାର୍ତ୍ତା ହେବା ପାଇଁ ଘରକୁ ଡାକୁଥିଲେ। ଏହାପରେ ସେମାନଙ୍କ…

କୋଭିଡ୍‌ ନିୟମ କଡ଼ାକଡ଼ି: ମଲ୍‌ ବୁଲି ଲୋକଙ୍କୁ ବୁଝାଇଲେ ତହସିଲ୍‌ଦାର

ରାୟଗଡ଼ା ଅଫିସ,୨୮।୩: ସାରା ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦେଖାଦେଇଛି। ଏନେଇ କଟକଣା କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାୟଗଡା ଜିଲାରେ ମଧ୍ୟ ନିୟମ କଡ଼ାକଡ଼ି ହୋଇଛି। ଏହି ପରିପ୍ରେକ୍ଷୀରେ ରବିବାର ସକାଳୁ ତହସିଲ୍‌ଦାର…

କମ୍ପ୍ୟୁଟର ସେଣ୍ଟରରେ ଲାଗିଲା ନିଆଁ : ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ରାୟଗଡା ଅଫିସ,୨୮।୩: ରାୟଗଡ଼ା ଜିଲା ଏଚ୍‌ପି ଗ୍ୟାସ ଅଫିସ ପୁରୁଣା ହାତୀ ପଥର ରୋଡ଼ ଲାଇନରେ ଥିବା ଏକ କମ୍ପ୍ୟୁଟର ସେଣ୍ଟରରେ ଶନିବାର ବିଳମ୍ବିିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଶର୍ଟସର୍କିଟ ଘଟି ନିଆଁ ଲାଗି କମ୍ପ୍ୟୁଟର ଜେରକ୍ସ ମେଶିନ ନଷ୍ଟ ହୋଇଯାଇଛି।…

ମାର୍ଚ୍ଚ ୩୦ରେ ଜୟଶଙ୍କର-କୁରେଶି ସାକ୍ଷାତ୍‌ ସମ୍ଭାବନା

ନୂଆଦିଲ୍ଲୀ,୨୮।୩: ତଜାକିସ୍ତାନର ଦୁଶାନବେରେ ମାର୍ଚ୍ଚ ୩୦ରେ ହାର୍ଟ ଅଫ୍‌ ଏସିଆ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର ଯୋଗଦେବେ। ସେହିପରି ଏହି ସମ୍ମିଳନୀରେ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହା ମହମୁଦ୍‌ କୁରେଶି ଯୋଗଦେବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri