ଭୁଲରେ ବି ଏହି ୫ ଜଣଙ୍କୁ କରନ୍ତୁ ନାହିଁ ବିଶ୍ୱାସ: କୁହନ୍ତୁ ନାହିଁ ଏହି କଥା

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ବ୍ୟବସାୟ ସହ ଜଡିତ ଅଧିକାଂଶ କଥା ଅନ୍ୟକୁ କହିବା ଉଚିତ ନୁହେଁ। କାରଣ ଏହା କରିବା ଦ୍ୱାରା ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଥାଏ। ବିଶେଷକରି ସେ ପାଞ୍ଚ ଜଣଙ୍କୁ ବ୍ୟବସାୟ କଥା ବାଣ୍ଟିବାକୁ ବାରଣ କରିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ …

୧. ଚାଣକ୍ୟ କହିଛନ୍ତି ଯେ, ଆପଣଙ୍କର ବ୍ୟବସାୟ ବିଷୟରେ ସମାନ ବ୍ୟବସାୟୀଙ୍କୁ କୁହନ୍ତୁ ନାହିଁ। କାରଣ ଭବିଷ୍ୟତରେ ଏପରି ବ୍ୟକ୍ତି କ୍ଷତିକାରକ ହୋଇଥାନ୍ତି। ସେ କହିଛନ୍ତି, ଏହିପରି ଲୋକ କେବଳ ନାମ ପାଇଁ ସମ୍ପର୍କ ଗଠନ କରନ୍ତି।

୨. ଚାଣକ୍ୟ କହିଛନ୍ତି ଯେ, ଲୋଭୀ ମହିଳାଙ୍କୁ ନିଜ ବ୍ୟବସାୟ ବିଷୟରେ କଦାପି କହିବା ଉଚିତ ନୁହେଁ। କୁହାଯାଏ ଯେ ମହିଳାମାନେ ନିଜ କଥା ଅନ୍ୟମାନଙ୍କୁ କହିବାକୁ ଭଲ ପାଆନ୍ତି। ତେଣୁ ସେମାନଙ୍କୁ କହିବା ଉଚିତ ନୁହେଁ।

୩. ଏଥି ସହିତ,ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଘରେ କିମ୍ବା ଅଫିସରେ ଏକ ଛୋଟ ପୋଷ୍ଟରେ କାମ କରୁଛନ୍ତି, ସେମାନଙ୍କୁ ମଧ୍ୟ ବ୍ୟବସାୟ ବିଷୟରେ ଜଣାନ୍ତୁ ନାହିଁ।

୪. ସେ କହିଛନ୍ତି ଯେ, ବିଶ୍ୱାସୀ ବନ୍ଧଙ୍କୁ ମଧ୍ୟ ବ୍ୟବସାୟ ବିଷୟରେ କହିବା ଉଚିତ୍‌ ନୁହେଁ। କାରଣ ଜଣେ ନିରୀହ ବ୍ୟକ୍ତିଙ୍କଠାରୁ ବ୍ୟବସାୟ ସହ ଜଡିତ ସମସ୍ତ ତଥ୍ୟ ସହଜରେ କେହି ନେଇ ପାରିବ।

୫. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଯେଉଁମାନଙ୍କର ଈର୍ଷା କରିବାର ଅଭ୍ୟାସ ଅଛି, ସେମାନଙ୍କୁ ମଧ୍ୟ ବ୍ୟବସାୟ ସହ ଜଡିତ କଥା କହିବା ଉଚିତ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri