ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ରଙ୍ଗୀନ ପକ୍ଷୀକୁ ଦେଖିବାକୁ ମିଳୁଛି। ପକ୍ଷୀଟି ଝରଣାର ପାଣିରେ ବୁଡୁଛି। ପରେ ସେ ଡେଣାଛାଡି ଦେଉଛି। କ୍ରମାଗତ ଭାବେ ଏପରି ସେ କରି ଚାଲିଛି। ପକ୍ଷୀଟି ପାଣିରେ ଖୁବ୍ ସୁନ୍ଦର ଦେଖାଯାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Happiness💕
That’s the tweet.
🎥 @Michelleoiseaux pic.twitter.com/TRnLMVOeuo— Susanta Nanda IFS (@susantananda3) August 10, 2021