ଢ଼ାବା ମାଲିକାଣୀଙ୍କୁ ହତ୍ୟା ପାଇଁ ଶୁଟରଙ୍କୁ ଡକାଇଥିଲେ ଜ୍ୱାଇଁ

ଖଡିଆଳ,୧୧।୮(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଅଧୀନ ଡୁଆଝରସ୍ଥିତ ଆପନା ଢ଼ାବା ମାଲିକାଣୀ ବାସନ୍ତୀ ମେହେର ହତ୍ୟା ଘଟଣାର ପୋଲିସ ବୁଧବାର ପର୍ଦ୍ଦାଫାସ କରିଛି। ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି।

ପୋଲିସ ଅଭିଯୁକ୍ତଠାରୁ ନଗଦ ୯୦ ହଜାର ଟଙ୍କା, ୪ଟି ମୋବାଇଲ ଫୋନ, ୨ଟି ବାଇକ୍‌ ଜବତ କରିଛି। ହତ୍ୟାକାଣ୍ଡରେ ବାସନ୍ତୀଙ୍କ ଜ୍ୱାଇଁ ଏବଂ ତାଙ୍କବଡଭାଇ ସାମିଲ ଥିବା ବୁଧବାର ଖଡିଆଳ ଥାନା କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକର ଏହି ସୂଚନା ଦେଇଛନ୍ତି।

ଏହି ଘଟଣାରେ ଆଉ କେତେକଙ୍କ ସମ୍ପୃକ୍ତି ରହିଛି ଏବଂ ତଦନ୍ତରେ ବାଧା ଉପୁଜିବା ଆଶଙ୍କା ଥିବାରୁ ଗିରଫ ଅଭିଯୁକ୍ତଙ୍କ ନାମ ପ୍ରକାଶ କରାଯାଇ ନାହିଁ। ଏ ନେଇ ଖଡିଆଳ ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୨୭୧/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ବାସନ୍ତୀଙ୍କୁ ହତ୍ୟା କରିବା ନେଇ ଜ୍ୱାଇଁ ଏବଂ ତାଙ୍କର ବଡଭାଇ ଯୋଜନା କରିଥିଲେ। ଯୋଜନା ମୁତାବକ, ସେମାନେ ବୁର୍ଲା ଅଞ୍ଚଳରୁ ୨ ସାର୍ପ ଶୁୁଟରଙ୍କୁ ନିଯୁକ୍ତି କରିଥିଲେ। ଉଭୟଙ୍କ ମଧ୍ୟରେ ୬ ଲକ୍ଷ ଟଙ୍କା ଡିଲ ହୋଇଥିଲା। ଆଗୁଆ ୨ ଲକ୍ଷ ଟଙ୍କା ଦେଇଥିଲେ। ହତ୍ୟା ପରେ ୪ ଲକ୍ଷ ଟଙ୍କା ଦେବା ନେଇ ସ୍ଥିର ହୋଇଥିଲେ। ଯୋଜନା ମୁତାବକ ୨ ସୁଟର ଦେଶୀ ବନ୍ଧୁକ ଧରି ଢାବରେ ପହଞ୍ଚିଥିଲେ। ସେମାନେ ଖାଦ୍ୟ ମାଗିବାକୁ କାଉଣ୍ଟର ନିକଟକୁ ଯାଇ ବାସନ୍ତୀଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖଡିଆଳ ପୋଲିସ ଏସ୍‌ଡିପିଓ ସନ୍ତକ ଜେନା ଓ କୈଳାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ୨ଟି ଟିମ୍‌ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ସୂଚନାଯାଗ୍ୟ, ଜୁଲାଇ ୩୧ ତାରିଖ ରାତିରେ ବାସନ୍ତୀ ମେହେର(୪୭)ଙ୍କ ଉପରକୁ କେହି ଦୁର୍ବୃତ୍ତ ଗୁଳିଚଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବୋଝେଇ ପିକ୍‌ଅଫ ଭ୍ୟାନ୍‌ ଜବତ

ଢେଙ୍କାନାଳ ଅଫିସ,୨୧।୯: ଢେଙ୍କାନାଳ ଜିଲା ସଦର ଥାନା କଙ୍କଡାହାଡ ଗ୍ରାମ ଛକରେ ବୁଧବାର ସକାଳେ ଏକ ଗୋରୁ ବୋଝେଇ ପିକ୍‌ଅଫ ଭ୍ୟାନ୍‌ ଜବତ କରାଯାଇଛି। ଭ୍ୟାନ୍‌ରେ...

ପୋଖରୀକୁ ଗାଧୋଇବାକୁ ଯାଇ ଫେରିଲେନି ବାପା-ଝିଅ

ନୂଆପଡ଼ା ଅଫିସ, ୭।୯: ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିଲେନି ବାପା ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ସଦର ଥାନା ନୂଆପଡା ଏନଏସିର...

ଗଞ୍ଜାମ ଜିଲାକୁ ବନ୍ଦ ହେଲା ଟ୍ରେନ୍‌ ସେବା

ଭୁବନେଶ୍ୱର, ୮ା୭(ବ୍ୟୁରୋ)-ଗଞ୍ଜାମରେ କୋଭିଡ-୧୯ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜିଲାରେ ଟ୍ରେନ୍‌ ସେବାକୁ ବନ୍ଦ କରାଯାଇଛି। ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାର ସମସ୍ତ ଷ୍ଟେସନ...

ଲଘୁଖଣିଜ ପଦାର୍ଥ ପାଇଁ ଆସିବ ନୂଆ ନିୟମ: ୪ ରାଜ୍ୟ ଅନୁଧ୍ୟାନ କଲେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ୱର, ୨।୨(ବ୍ୟୁରୋ): ରାଜ୍ୟର ବାଲି, ମୋରମ, ମାଟି, ଚିପ୍‌ସ ଭଳି ଲଘୁଖଣିଜ ସମ୍ପଦ ଆଉ ମନଇଚ୍ଛା ନିଲାମ ହେବ ନାହିଁ। ଏଥିପାଇଁ ରାଜ୍ୟ ସରକାର ଏକ...

ଶିକ୍ଷକଙ୍କୁ କୋଭିଡ୍‌ ଦାୟିତ୍ୱ ନ ଦେବାକୁ ଓଷ୍ଟାର ଦାବି

ଭଞ୍ଜନଗର,୬।୭(ଡି.ଏନ.ଏ.)- କୋଭିଡ୍‌-୧୯ ପରିଚାଳନା ଦାୟିତ୍ୱରେ ଥିବା ଗଞ୍ଜାମ ଜିଲାର ୨ ଶିକ୍ଷକଙ୍କର କରୋନାରେ ମୃତ୍ୟୁ ଘଟିଛି। ତେଣୁ ଶିକ୍ଷକମାନଙ୍କୁ ସିଧାସଳଖ କୋଭିଡ୍‌ ଦାୟିତ୍ୱ ଅଗଷ୍ଟ ୩୧...

୨୦ ଜଣଙ୍କ ପାଇଁ ନେଇଥିଲେ ଅନୁମତି, ଡକାଇଥିଲେ ୨ ହଜାର ଲୋକ

ଦାରିଙ୍ଗବାଡ଼ି,୨୭।୫: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବଡ଼ିପଦର ଗାହାଡାଡି ସାହିରେ ଏକ ବିବାହ ଭୋଜିକୁ ପ୍ରଶାସନ ପକ୍ଷରୁ ଗୁରୁବାର ବନ୍ଦ କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ...

ବିଭାଗୀୟ ଆଲୋଚନା ବେଳେ ଗୃହରେ ଉପସ୍ଥିତ ରହିବେ ଅଫିସର

ଭୁବନେଶ୍ୱର, ୧୬ା୨ (ବ୍ୟୁରୋ):ବିଧାନସଭାରେ ରାଜ୍ୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥାଏ। ହେଲେ ବିଭିନ୍ନ ବିଭାଗ ସମ୍ବନ୍ଧରେ ଆଲୋଚନା ହେଉଥିବା ସମୟରେ ସମ୍ପୃକ୍ତ ବିଭାଗର ଅଫିସର ରହୁ...

ମାନ୍ୟତା ସତ୍ତ୍ୱେ ବିକାଶ ହୋଇପାରିନି

ଖୋର୍ଦ୍ଧା ଅଫିସ,୧ା୪: ଖୋର୍ଦ୍ଧା ଜିଲା ଗଠନ ହେବାର ଇତି ମଧ୍ୟରେ ୨୯ବର୍ଷ ପୂର୍ତ୍ତିହେଲାଣି। ଏହାର ଭୌଗୋଳିକ, ଐତିହାସିକ, ରାଜନୈତିକ ଏବଂ ସାଂସ୍କୃତିକ ପୃଷ୍ଠଭୂମିକୁ ପର୍ଯ୍ୟାଲୋଚନା କଲେ...

Advertisement
Archives

Model This Week