ଲକ୍ଡାଉନର ପ୍ରଭାବ: ବିକ୍ରି ନ ହେବାରୁ ରାଜରାସ୍ତାରେ ଢ଼ାଳିଲେ କ୍ଷୀର
ବାଉଁଶୁଣୀ,୬।୫: ଲକ୍ଡାଉନ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ଏକ ଘରୋଇ ସଂସ୍ଥା ବୌଦ୍ଧ ବ୍ଲକ ଜହ୍ନାପଙ୍କ ଚାରିଶମ୍ଭୁ ଦୁଗ୍ଧ ସମିତିରୁ କ୍ଷୀର ନେବା ପାଇଁ ମନା କରିଦେବାରୁ ଅଭାବନୀୟ ଘଟଣା ଘଟିଛି । ଏହାର ପ୍ରତିବାଦରେ ଗୁରୁବାର କ୍ଷୀର ବିକ୍ରି…
ଆଇପିଏଲ ଆୟୋଜନ ପାଇଁ ଆସିଲା ପ୍ରସ୍ତାବ
ଲଣ୍ଡନ, ୬ା୫ : ବିଭିନ୍ନ ଫ୍ରାଞ୍ଚାଇଜର କିଛି ଖେଳାଳି ଓ ମ୍ୟାନେଜମେଣ୍ଟ ଷ୍ଟାଫ କୋଭିଡ୍ ଆକ୍ରାନ୍ତ ହେବାରୁ ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୪ତମ ସଂସ୍କରଣ ସ୍ଥଗିତ କରି ଦିଆଯାଇଛି। ଲିଗ୍ର ଅବଶିଷ୍ଟ ୩୧ ମ୍ୟାଚ୍ ଆୟୋଜନ କରିବା ପାଇଁ ଇଚ୍ଛା ପ୍ରକଟ…
ଗୁରୁତର ରାଜ୍ୟ ଭାଜପା ନେତାଙ୍କ ପରିବାର ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଦୀପ୍ତଙ୍କ ସ୍ତ୍ରୀ କମଳା ନାୟକଙ୍କ ସହ ଫୋନରେ କଥା ହୋଇଥିଲେ। ଏପରି କି ମୋଦି ରାଜ୍ୟସଭା ସଦସ୍ୟ ରଘୁନାଥ ମହାପାତ୍ରଙ୍କ ମଧ୍ୟ…
ପଶୁ, ପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା
ଭୁବନେଶ୍ୱର,୬।୫: ସଂକ୍ରମିତ ବ୍ୟକ୍ତିଙ୍କଠାରୁ ପଶୁ, ପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା କରି କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ବନ୍ୟ ସଂରକ୍ଷକ(ପିସିସିଏଫ୍)ଙ୍କୁ ଚିଠି କରାଯାଇଛି। ଚିଠିରେ ବନ୍ୟଯନ୍ତୁଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ପର୍ଯ୍ୟଟକମାନଙ୍କ…
ଅକ୍ସିଜେନ ଅଭାବରୁ କାହାକୁ ମରିବାକୁ ଦେବୁ ନାହିଁ – କେଜରିଓ୍ବାଲ
ନୂଆଦିଲ୍ଲୀ, ୬ା୫ : ଯଦି କେନ୍ଦ୍ର ସରକାର ଆମକୁ ଆବଶ୍ୟକ ପରିମାଣର (ପ୍ରତ୍ୟେକ ଦିନ ୭୦୦ ଟନ) ଅକ୍ସିଜେନ ଯୋଗାନ୍ତି, ତେବେ ଦିଲ୍ଲୀରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୁଅନ୍ତା ନାହଁି। ଆମେ ୯ରୁ ସାଢ଼େ ୯ ହଜାର ଅକ୍ସିଜେନ ବେଡ୍…
କରୋନାରେ ମା’ଙ୍କ ପରେ ଭଉଣୀଙ୍କୁ ହରାଇଲେ ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ, ୬ା୫ : କୋଭିଡ୍-୧୯ ମହାମାରୀରେ ଦୁଇ ସପ୍ତାହ ତଳେ ମା’ଙ୍କୁ ହରାଇଥିବା ଭାରତୀୟ ମହିଳା କ୍ରିକେଟର ବେଦ କ୍ରିଷ୍ଣମୂର୍ତ୍ତୀ ବୁଧବାର ରାତିରେ ହରାଇଛନ୍ତି ଭଉଣୀଙ୍କୁ। ଚିକାମାଗାଲୁରୁସ୍ଥିତ ଏକ ବେସରକାରୀ ହସ୍ପିଟାଲରେ ୪୫ ବର୍ଷୀୟା ଭାତ୍ସାଲା ଶିବକୁମାରଙ୍କ ମୃତ୍ୟୁ ଘଟିଛି। ସୋସିଆଲ…
‘ଲକ୍ଡାଉନରେ ଥାନାକୁ ଆସନ୍ତୁ ନାହିଁ’
ଭୁବନେଶ୍ୱର,୬।୫: ଲକ୍ଡାଉନ ସମୟରେ ଥାନାକୁ ଆସିବା ଦରକାର ନାହିଁ। କାହାର କୌଣସି ଅଭିଯୋଗ ଥିଲେ ଫୋନ ଯୋଗେ ଥାନାରେ ରିପୋର୍ଟ କରନ୍ତୁ। ଗୁରୁବାର ଜନସାଧାରଣଙ୍କୁ ଏଭଳି ଅନୁରୋଧ କରିଛନ୍ତି ପୋଲିସ ଡିଜି ଅଭୟ। ଜନସାଧାରଣ କଟକଣା ମାନୁଛନ୍ତି। ହେଲେ କିଛି ଲୋକ…
ନିର୍ବାଚନୀ ରାଲିରେ ଭାଲୁ ଆଣିଲେ ପ୍ରାର୍ଥୀ
କାଲିଫର୍ନିଆ, ୬ା୫ : ଆମେରିକାର କାଲିଫର୍ନିଆ ଗଭର୍ନର ନିର୍ବାଚନୀ ରାଲିରେ ରିପବ୍ଲିକାନ ପ୍ରାର୍ଥୀ ସାଥିରେ ଆଣିଥିଲେ ଏକ ଭାଲୁ। ଜନ କକ୍ସ ‘ବ୍ୟୁଟି ଆଣ୍ଡ୍ ଦି ବିଷ୍ଟ’ ଥିମରେ ପ୍ରଚାର କରିଛନ୍ତି। ବର୍ତ୍ତମାନ ଡେମୋକ୍ରାଟିକ୍ ଗଭର୍ନର କାଭିନ ନ୍ୟୁସମଙ୍କ ପାଇଁ ବ୍ୟୁଟି…
ପ୍ରଦୀପ୍ତ ନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୬।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିରୋଧୀ ଦଳ ନେତା ତଥା ଭାଜପା ନେତା ପ୍ରଦୀପ୍ତ କୁମାର ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, କୋଭିଡ୍ ସଂକ୍ରମିତ ଜଣାପଡ଼ିବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା…
ରାଇକିଆରେ ଟିକା ନାହିଁ, ବରିଷ୍ଠ ନାଗରିକ ନିରାଶ
ରାଇକିଆ,୬।୫(ଡି.ଏନ୍.ଏ.): ପ୍ରଥମ ଡୋଜ୍ ଟିକା ନେବା ପରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ହନ୍ତସନ୍ତ ହେଉଛନ୍ତି ଲୋକେ। ପ୍ରଥମ ଡୋଜ୍ ଟିକା ନେବାର ପ୍ରାୟ ଦୁଇ ମାସ ବିତିଲାଣି l ଦିତୀୟ ଡୋଜ୍ ପାଇଁ ମେଡିକାଲ ଦୌଡ଼ି ନୟାନ୍ତ ହେଲେଣି ବରିଷ୍ଠ…
କନ୍ୟାଙ୍କ ହାତରୁ ମଙ୍ଗଳସୂତ୍ର ପିନ୍ଧିଲେ ବର, କାରଣ ଜାଣିଲେ…
ସାଧାରଣତଃ ବିବାହ ସମୟରେ ବର କନ୍ୟାଙ୍କୁ ମଙ୍ଗଳସୂତ୍ର ପିନ୍ଧାଇବାର ପରମ୍ପରା ରହିଛି। ମାତ୍ର ଜଣେ କନ୍ୟା ବରଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଏହା ସତ। ଶାର୍ଦ୍ଦୁଳ ନାମକ ବର ବିବାହ ପୂର୍ବରୁ କହିଥିଲେ, ବିବାହ ଦିନ…
ଏହି ଗାୟକଙ୍କ ମା’ ହସ୍ପିଟାଲରେ ଭର୍ତ୍ତି: ମାଗିଲେ ରକ୍ତଦାତାଙ୍କ ସହାୟତା
ମୁମ୍ବାଇ: ‘ଦିଲ୍ ବେଚେରା’ର ଅଭିନେତ୍ରୀ ସ୍ବସ୍ତିକା ମୁଖାର୍ଜୀ ଗୁରୁବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ସହାୟତା ଲୋଡ଼ିଛନ୍ତି। ସେ ଲେଖିଛନ୍ତି, ‘A’ nagative ରକ୍ତଦାତା ଆବଶ୍ୟକ। କାରଣ ଗାୟକ ଅରିଜିତ୍ ସିଂଙ୍କ ମା’ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିସହିତ ସ୍ବସ୍ତିକା…
Archives


