Posted inଫୁରସତ

ବିବାହ ଦିନ ଶାଶୁ ଏମିତି କାମ କଲେ, ଭାବି ବୋହୂ ରାଗରେ ହୋଇଗଲେ ନିଆଁବାଣ

ସାଧାରଣତଃ ବିବାହ ପରେ ବୋହୂମାନେ ଶାଶୁମାନଙ୍କ ବିରୋଧରେ ଅଭିଯୋଗ ଆଣନ୍ତି। କିନ୍ତୁ ବିବାହ ଦିନ ବୋହୂ ଶାଶୁଙ୍କ ବିରୋଧରେ ଅଭିଯୋଗ ଆଣିବା ନିହାତି ଆଶ୍ଚର୍ଯ୍ୟର ବିଷୟ। ଏକ ବିବାହ କାର୍ଯ୍ୟକ୍ରମରେ ଶାଶୁ ଏପରି କାର୍ଯ୍ୟ କରିଥିଲେ, ଯାହାଦ୍ୱାରା ତାଙ୍କ ଭାବି ବୋହୂ ନିଜକୁ ଲଜ୍ଜିତ ଅନୁଭବ କରିଥିଲେ। ଶାଶୁଙ୍କ ଏପରି କାର୍ଯ୍ୟରେ କନ୍ୟା ବହୁତ ରାଗି ଯାଇଥିଲେ। ଏବେ ସେ ସୋସିଆଲ ମିଡିଆରେ ଶେୟାର କରି ପଚାରିଛନ୍ତି ଯେ, ଶାଶୁଙ୍କ ଏପରି ଆଚରଣରେ ସେ କ୍ଷମା ମାଗିବା ଉଚିତ୍‌ ହେବ କି?
ସମ୍ପକ୍ତ ଯୁବତୀ ଜଣଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଥିଲେ ଯେ, ବିବାହ ପୂର୍ବରୁ ଉଭୟ ପରିବାର ତାଙ୍କ ପୋଷାକ ଚୂଡାନ୍ତ କରିଥିଲେ। ଶାଶୁଙ୍କ ପାଇଁ ମଧ୍ୟ ଏକ ପୋଷାକ କିଣାଯାଇଥିଲା, ଯାହା ତାଙ୍କ ପାଇଁ ବହୁତ ଭଲ ଥିଲା। କିନ୍ତୁ ମଝିରେ ଶାଶୁ ଆଉ ଏକ ପୋଷାକ ପାଇଲେ ଏବଂ ସେ ବିବାହ ଭୋଜି ମଝିରେ ପୋଷାକ ବଦଳାଇ ଥିଲେ। ସେହି ପୋଷାକ ବହୁ ପରିମାଣରେ କନ୍ୟା ପୋଷାକ ସହିତ ମେଳ ଖାଉଥିଲା। ସେ ମୋ ଜୀବନର ଏପରି ଏକ ବିଶେଷ ଦିନ କିପରି ନଷ୍ଟ କରୁଛନ୍ତି ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଶାଶୁଙ୍କ ଏପରି ଆଚରଣ ଦେଖି ବିବାହକୁ ଆସିଥିବା ଅତିଥିମାନେ ଥଟ୍ଟା କରି କହିଥିଲେ ଯେ, ସେ କନ୍ୟା ପରି ପୋଷାକ ପରିଧାନ କରିଛନ୍ତି। ଏଥିପାଇଁ ଶାଶୁ କହିଥିଲେ ଯେ ବରର ମା’ ଭାବରେ ଏହା ତାଙ୍କ ପାଇଁ ଏକ ବିଶେଷ ଦିନ ହୋଇଥିବାରୁ ଏହା କରିବା ତାଙ୍କ ପାଇଁ ଆବଶ୍ୟକ ଅଟେ। ଏଥିସହିତ କନ୍ୟା ଏସବୁ ଦେଖିବା ପରେ ଶାଶୁଙ୍କ ଉପରେ ରାଗି ଯାଇଥିଲେ ଏବଂ ସେ ତାଙ୍କ ଶାଶୁଙ୍କୁ ଏପରି କରିବା ବନ୍ଦ କରନ୍ତୁ ବୋଲି କହିଥିଲେ। ତେବେ ବିବାହର ବଷେର୍ର୍ ପରେ ମଧ୍ୟ ଶାଶୁ ତାଙ୍କ ବୋହୂକୁ କହୁଛନ୍ତି ଯେ, ସେଦିନ ତାଙ୍କ ଆଚରଣ ପାଇଁ କ୍ଷମା ମାଗନ୍ତୁ। ଏବେ ସୋସିଆଲ ମିଡିଆରେ ବୋହୂ ଏକ ପୋଷ୍ଟ କରି ବୋହୂ ପଚାରିଛନ୍ତି ଯେ, ସେ ଶାଶୁଙ୍କୁ କ୍ଷମା ନ ମାଗି କିଛି ଭୁଲ କରିଛନ୍ତି କି? ଏହା ଉପରେ ଅଧିକାଂଶ ଲୋକ କନ୍ୟାକୁ ସମର୍ଥନ କରୁଥିବାବେଳେ କିଛି ଲୋକ କହିଥିଲେ ଯେ ସେ ତାଙ୍କ ଶାଶୁଙ୍କୁ କ୍ଷମା ମାଗିଦେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?