ଆଫଗାନିସ୍ତାନରେ ସିରିଜ ବିସ୍ଫୋରଣ

କାବୁଲ, ୨୦ା୮: ଆଫଗାନିସ୍ତାନର ଜଲାଲାବାଦ ଏବଂ କାବୁଲରେ ତାଲିବାନ୍‌ ଗାଡ଼ିକୁ ଟାର୍ଗେଟ କରି ସିରିଜ ବିସ୍ଫୋରଣ ହୋଇଛି। ଏଥିରେ ଏକାଧିକ ତାଲିବାନୀଙ୍କ ସମେତ ଅତିକମ୍‌ରେ ୮ ଜଣ ନିହତ ହୋଇଥିବା ଜଣାପଡ଼ିଛି। ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌-ଖୋରାସାନ୍‌ ନିଜକୁ ଦାୟୀ କରିଛି। ଏହି ଆକ୍ରମଣ ପରେ ନିଜ ପ୍ରତିଦ୍ୱନ୍ଦ୍ୱୀ ତଥା ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ତାଲିବାନ୍‌ ପ୍ରତି ବିପଦ ଆଶଙ୍କା ଘନେଇଛି।
ସୂଚନା ଅନୁଯାୟୀ, ନଙ୍ଗାରହାର ପ୍ରଦେଶ ରାଜଧାନୀ ଜଲାଲାବାଦରେ ୪ଟି ସିରିଜ ବିସ୍ଫୋରଣ ହୋଇଛି। ଆକ୍ରମଣ ପରେ ରବିବାର ଆଇଏସ୍‌ଅଇଏସ୍‌-କେ ଟେଲିଗ୍ରାମ ଯୋଗେ ନିଜକୁ ଦାୟୀ କରିଛି। ଏଥିରେ ୩୫ ତାଲିବାନୀ ମୃତାହତ ହୋଇଥିବା ଏହି ଗୋଷ୍ଠୀ ଦାବି କରିଛି। ସେମାନଙ୍କ ମଧ୍ୟରେ କେତେଜଣ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି। ସେହିପରି କାବୁଲର ଦଶତ୍‌-ଇ-ବାର୍‌ଚିଠାରେ ଏକ କାର୍‌ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଆହତ ହୋଇଥିବା ସୂଚନା ରହିଛି। ଆଫଗାନିସ୍ତାନରୁ ନାଟୋ ଏବଂ ଆମେରିକା ସୈନ୍ୟ ପ୍ରତ୍ୟାହାର ଚାଲିଥିବାବେଳେ ଗତ ଅଗଷ୍ଟ ୧୫ରେ ତାଲିବାନ୍‌ ରାଜଧାନୀ କାବୁଲକୁ କବ୍‌ଜା କରିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଚେତାବନୀ: ଭାରତ ସହ ପ୍ରତିଶୋଧ ନ ନେଉ ପାକିସ୍ତାନ

ଓ୍ବାଶିଂଟନ୍‌, ୨୩।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ଭାରତଠାରୁ ଏବେ ପ୍ରତିଶୋଧ ନେଲେ ତାର ପରିଣାମ ପାକିସ୍ତାନକୁ...

ଇତିହାସରେ ପ୍ରଥମ, ଏମିତି କରି ଦେଖାଇଲା ନାସା

ନ୍ୟୁୟର୍କ,୧୭।୭: ଆମେରିକାର ସ୍ପେସ ଏଜେନ୍ସି ନାସା ଏବଂ ୟୁରୋପୀୟ ସ୍ପେସ ଏଜେନ୍ସି ମିଳିତ ଭାବରେ ଏକ ସୋଲାର ଅର୍ବିଟର ପଠାଇଥିଲେ। ଯାହା ସୂର୍ଯ୍ୟଙ୍କ ଅତି ନିକଟରୁ...

୪ ବର୍ଷରେ ନାସାକୁ ମିଳିଛି ୧୭ ନୂଆ ଗ୍ରହର ସନ୍ଧାନ: ଗୋଟିଏରେ ଏଲିଅନ୍‌ ଥିବା ସମ୍ଭାବନା !

ଟରଣ୍ଟୋ,୨୯।୨: ପୃଥିବୀ ଭଳି ଅନ୍ୟ ବାସ ଉପଯୋଗୀ ଗ୍ରହର ସନ୍ଧାନ ପାଇଁ ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଜାରି ରଖିଛନ୍ତି। ଏହି ମର୍ମରେ ନାସା ମଧ୍ୟ ମହାକାଶ...

ଟ୍ରମ୍ପଙ୍କ ରିପୋର୍ଟ ଆସିଲା ନେଗେଟିଭ: କହିଲେ ସମସ୍ତଙ୍କୁ କିସ୍ କରିବାକୁ ଇଚ୍ଛା

ୱାଶିଂଟନ,୧୩ ।୧୦: କିଛିଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ପୀଡ଼ିତ ହୋଇଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ...

ଟ୍ରମ୍ପ୍‌ଙ୍କ ଧମକ: ଗୁଗୁଲ, ଫେସବୁକ୍‌ ଓ ଟୁଇଟର ଉପରେ ଚାଲିବ ମକଦମା

ଓ୍ବାଶିଂଟନ,୨୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ୍‌ ମିଡ଼ିଆକୁ ଧମକ୍‌ ଦେଇଛନ୍ତି। ଗୁଗୁଲ, ଫେସବୁକ୍‌ ଓ ଟୁଇଟର୍‌ ଉପରେ ମକଦମା ଚଳାଇବାକୁ ସେ ଚେତାବନୀ ଦେଇଛନ୍ତି।...

ଭାରତୀୟ ଯାତ୍ରୀଙ୍କୁ ଅଷ୍ଟ୍ରେଲିଆ ମନା: ଉଲ୍ଲଂଘନ କଲେ ଜେଲଦଣ୍ଡ-ଜରିମାନା…

ସିଡ୍‌ନୀ,୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କେତେକ ଦେଶ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଯାତ୍ରୀଙ୍କ ଉପରେ କଟକଣା...

ଆମେରିକାର ପ୍ରଥମ କରୋନା ମୃତକଙ୍କ ହୃତ୍‌ପିଣ୍ଡ ଫାଟିଯାଇଥିଲା

ନ୍ୟୁୟର୍କ,୩୦ା୪: ମହାମାରୀ କରୋନାର ସର୍ବାଧିକ ପ୍ରକୋପ ଆମେରିକାରେ ଦେଖିବାକୁ ମିଳୁଛି। ଅଦ୍ୟାବଧି ଦେଶରେ ପ୍ରାୟ ସାଢ଼େ ୧୦ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ୬୦ହଜାରରୁ...

ବିତର୍କ ବେଳେ ମହିଳା ସଦସ୍ୟଙ୍କୁ ମାଡ଼ ମାରିଲେ ଏମ୍‌ପି

ଟ୍ୟୁନିଶ୍‌,୫।୭: ଟ୍ୟୁନେଶିଆର ସଂସଦରେ ହିଂସାର ଏକ ମାମଲା ସାମ୍ନାକୁ ଆସିଛି। ବିତର୍କ ସମୟରେ ଜଣେ ମହିଳା ସଦସ୍ୟଙ୍କୁ ଅନ୍ୟ ଜଣେ ଏମ୍‌ପି ମାଡ଼ ମାରିଥିବା ଦେଖିବାକୁ...

Advertisement


Archives

Model This Week