Posted inଜାତୀୟ

ଚନ୍ନିଙ୍କ ପରେ ମୁଖ୍ୟମନ୍ତ୍ରୀ କିଏ

ନୂଆଦିଲ୍ଲୀ,୨୦।୯: ପଞ୍ଜାବରେ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ହେବେ ଏବେଠୁ ଚର୍ଚ୍ଚା ଜୋର୍‌ ଧରିଲାଣି। ଏନେଇ କଂଗ୍ରେସର ଉତ୍ତର ମଧ୍ୟ ଆସିଛି। ପିସିସି ସଭାପତି ନବଜୋତ୍‌ ସିଂ ସିଦ୍ଧୁ ଓ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ସୋମବାର ଏଆଇସିସି ମୁଖପାତ୍ର ରଣଜିତ୍‌ ସୂର୍ଯ୍ୟଓ୍ବୋଲା ସ୍ପଷ୍ଟ କରିଛନ୍ତି।

ସିଦ୍ଧୁଙ୍କ ବିଦ୍ରୋହ ଆଗରେ କଂଗ୍ରେସ ହାଇକମାଣ୍ଡ ମୁଣ୍ଡ ନୁଆଇ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂଙ୍କୁ ହଟାଇଦେଲେ। ତାଙ୍କ ସ୍ଥାନରେ ଦଳିତ ଚେହେରା ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇଛି। ତେବେ ଶାସନ କ୍ଷମତାର ଅସଲ ଚାବିକାଠି ସିଦ୍ଧୁଙ୍କ ହାତରେ ରହିବ ବୋଲି ଚର୍ଚ୍ଚା ହେଉଛି। ଏଭଳି ସମୟରେ ଆସନ୍ତା ନିର୍ବାଚନରେ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ପ୍ରଶ୍ନ କରାଯିବାରୁ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ବତ୍‌ ସିଦ୍ଧୁ ହେବେ କହିଥିଲେ। ଏହାକୁ ନେଇ ବିଭିନ୍ନ ଦଳ ସମାଲୋଚନା କରିଥିବା ବେଳେ ଡ୍ୟାମେଜ୍‌ କଣ୍ଟ୍ରୋଲ କରିବାକୁ ଯାଇ କଂଗ୍ରେସ ଏବେ ଉଭୟ ସିଦ୍ଧୁ ଓ ଚନ୍ନିଙ୍କ ନାମ ଉଲ୍ଲେଖ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଭାରତର ଚିନ୍ତା: ଗୁଜରାଟ ସୀମାରେ ପାକିସ୍ତାନ ଚାଇନାକୁ ଦେଲା ୫୫ ବର୍ଗ କିମି ଜମି

ନୂଆଦିଲ୍ଲୀ,୧୭।୧୦: ଗୁଜରାଟ ସୀମାରେ ଭାରେତ ପାଇଁ ପାକିସ୍ତାନ ବିପଦ ସୃଷ୍ଟି କରିଛି। ଏଠାରେ ଥିବା ହରାମିନାଳେ ନିକଟରେ ୫୫ ବର୍ଗ କିମି ଜମି ପାକିସ୍ତାନ ଚାଇନାକୁ...

ବରିଷ୍ଠ ସିପିଆଇ ନେତା ଗୁରୁଦାସ ଦାସଗୁପ୍ତାଙ୍କ ପରଲୋକ

କୋଲକାତା,୩୧।୧୦: ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ଏମ୍‌ପି ଗୁରୁଦାସ ଦାସଗୁପ୍ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସେ ଦୀର୍ଘ...

ଭୁଶୁଡ଼ିଲା ଫୁଟ୍‌ ଓଭରବ୍ରିଜ: ଜଣେ ମୃତ, ୧୪ ଯାତ୍ରୀ ଆହତ

ନାଗପୁର,୨୭।୧୧: ମହାରାଷ୍ଟ୍ର କେନ୍ଦ୍ରୀୟ ରେଲଓ୍ବେ ନାଗପୁର ଡିଭିଜନ ଅଧୀନ ବଲ୍ଲାରଶାହ ଷ୍ଟେଶନରେ ରବିବାର ଏକ ଅଘଟଣ ଘଟିଛି। ଏକ ଫୁଟ୍‌ ଓଭରବ୍ରିଜ୍‌ର କିଛି ଅଂଶ ଭୁଶୁଡ଼ି...

ଚେନ୍ନାଇରେ ଜଳସଙ୍କଟ ଉତ୍କଟ: ଇଡ୍‌ଲି ପିଠଉ କିଣିଲେ ପାଣି ମାଗଣା

ଚେନ୍ନାଇ,୧ା୭: ଚେନ୍ନାଇ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଥିବାବେଳେ ଟ୍ରିପ୍ଲିକେନ୍‌ର ଜଣେ ବ୍ୟବସାୟୀ ପାଣି ପାଇଁ ବିଚିତ୍ର ଘୋଷଣାନାମା କରିଛନ୍ତି।...

ପାର୍ଲାମେଣ୍ଟ ଅଧା ସମୟ ଚାଲିନାହିଁ

ନୂଆଦିଲ୍ଲୀ,୧୩।୮(ପି.ଟି.): ମୌସୁମୀ ଅଧିବେଶନରେ ପାର୍ଲାମେଣ୍ଟ ଧାର୍ଯ୍ୟ ସମୟର ଅଧା ମଧ୍ୟ ଚାଲି ନ ଥିଲା। ଲୋକ ସଭା ଧାର୍ଯ୍ୟ ସମୟର ମାତ୍ର ୪୩ ପ୍ରତିଶତ ଚାଲିଥିବାବେଳେ...

ଟିକା ନ ନେବାକୁ ଭୟରେ ନଦୀକୁ ଡେଇଁଲେ ୨୦୦ ଗ୍ରାମବାସୀ…

ଲକ୍ଷ୍ନୌ,୨୪।୫: ଉତ୍ତରପ୍ରଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଗ୍ରାମାଞ୍ଚଳରେ ଟିକା...

ପୁଣି ସୁପ୍ରିମକୋର୍ଟ ଗଲା ଓଡ଼ିଶା

ନୂଆଦିଲ୍ଲୀ,୧୩।୧ : କୋରାପୁଟ ଜିଲାର କୋଟିଆ ଅଞ୍ଚଳ ସୀମା ବିବାଦକୁ ନେଇ ଓଡ଼ିଶା ସରକାର ବୁଧବାର ପୁଣିଥରେ ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।...

ସକ୍ରିୟ ମାମଲା-ଦୈନିକ ସଂକ୍ରମଣ ତଳ ମୁହାଁ…

ନୂଆଦିଲ୍ଲୀ, ୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week