Posted inଖେଳ

ସଙ୍କଟରେ ପାକିସ୍ତାନ କ୍ରିକେଟ

ଲଣ୍ଡନ,୨୧।୯: ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନରୁ ନ୍ୟୁଜିଲାଣ୍ଡ ଫେରିବାର ୩ ଦିନ ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ପରବର୍ତ୍ତୀ ମାସରେ ଇଂଲଣ୍ଡର ଉଭୟ ପୁରୁଷ ଓ ମହିଳା ଦଳ ପାକିସ୍ତାନ ଗସ୍ତରେ ଆସି ଅନ୍ତର୍ଜାତୀୟ ସିରିଜ୍‌ ଖେଳିଥାନ୍ତେ। କିନ୍ତୁ ଏହି ଗସ୍ତକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ବାତିଲ କରିବା ପରେ ସମ୍ପୂର୍ଣ୍ଣ ସଙ୍କଟରେ ପଡ଼ିଯାଇଛି ପାକିସ୍ତାନ କ୍ରିକେଟ।

ଆସନ୍ତା ଅକ୍ଟୋବର ୧୩ ଓ ୧୪ ତାରିଖରେ ରାଓ୍ବଲପିଣ୍ଡିଠାରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଦୁଇଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବାର ଥିଲା। ସେହିଭଳି ଇଂଲଣ୍ଡର ମହିଳା ଦଳ ୧୭ରୁ ୨୧ ତାରିଖ ମଧ୍ୟରେ ଘରୋଇ ଦଳ ସହ ୩ ଦିନିକିଆ ମ୍ୟାଚ୍‌ ଖେଳିଥାନ୍ତେ। ଉଭୟ ସିରିଜ୍‌ରୁ ଇସିବି ସୋମବାର ଓହରିଯିବାକୁ ନିଷ୍ପତ୍ତି ନେଇଛି।

ଇସିବିର ଏଭଳି ନିଷ୍ପତ୍ତିରେ ପୂରା ଭାଙ୍ଗିପଡ଼ିଛନ୍ତି ପିସିବିର ନୂଆ ସଭାପତି ରମିଜ ରାଜା। ”ଇଂଲଣ୍ଡ ତା’ର ଚୁକ୍ତିରୁ ଓହରିବା ଯାଇଥିବାରୁ ଦୁଃଖିତ। ସବୁଠୁ ଅଧିକ ଆବଶ୍ୟକ ଥିବା ବେଳେ କ୍ରିକେଟ ଜଗତ ବିଫଳ ହୋଇଛି। ଏହା ପାକିସ୍ତାନ ଦଳ ପାଇଁ ଏକ ଆହ୍ବନ। ବିଶ୍ୱର ଶ୍ରେଷ୍ଠ ଭଳି ଆମକୁ ଖେଳିବାକୁ ପଡ଼ିବ, ଯେମିତି ପାକିସ୍ତାନ ସହ ଖେଳିବା ପାଇଁ ବିନା କୌଣସି ବାହାନାରେ ଅନ୍ୟ ଦଳମାନେ ଧାଡ଼ି କରି ଛିଡ଼ାହେବେ“ ବୋଲି ରମିଜ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଏସ୍‌କେର ୨ ଓପନର ପାଭିଲିୟନ ଫେରିଲେ…

ମୁମ୍ବାଇ, ୨୬।୩ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ...

ଜେହାନ ଦାରୁବାଲାଙ୍କୁ ଉପେକ୍ଷା

ନୂଆଦିଲ୍ଲୀ, ୬ା୬ (ପି.ଟି.)-ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ ମୋଟର ସ୍ପୋଟର୍‌ସ ଫେଡେରେଶନ ସୁପାରିସ କରିଥିବା ନାମ ତାଲିକାରେ ଜେହାନ ଦାରୁବାଲାଙ୍କ ନାମ ସ୍ଥାନ ପାଇ ନ...

ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହେଁ: ରାହାନେ

ନୂଆଦିଲ୍ଲୀ,୧୧।୭(ପି.ଟି.): ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଆଜିଙ୍କ ରାହାନେ ଦିନିକିଆ ଫର୍ମାଟକୁ ଫେରିବାକୁ ଇଚ୍ଛା ଜାହିର କରିଛନ୍ତି। ଶେଷଥର ପାଇଁ ୨୦୧୮ ଫେବୃୟାରୀରେ ଦିନିକିଆ ଖେଳିଥିଲେ। ପ୍ରତ୍ୟାବର୍ତ୍ତନ...

ଧୋନୀ କାହିଁକି ପଡ଼ିଆରେ ଖୋଲିଥିଲେ ଟି-ଶର୍ଟ ଜାଣନ୍ତୁ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଶନିବାର ବିଦାୟ ନେଇଛନ୍ତି। ସେ ଜଣେ ଶାନ୍ତ କ୍ୟାପଟେନ୍‌ ଭାବରେ ଜଣାଶୁଣା।...

ଫିଫା ୨୦୨୨ ବିଶ୍ୱକପରୁ ରୁଷିଆ ବାସନ୍ଦ

ମସ୍କୋ,୧।୩: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି। ଏବେ ରୁଷିଆକୁ ଆଉ ଏକ ଝଟ୍‌କା ଲାଗିଛି। ରୁଷିଆ ବିରୋଧରେ...

ଅଲିମ୍ପିକ୍ସ ଫୁଟ୍‌ବଲ ଡ୍ର: ଗ୍ରୁପ୍‌ ‘ଡି’ରେ ବ୍ରାଜିଲ

ଜୁରିଚ୍‌, ୨୨।୪(ଏ.ପି.)- ଚଳିତ ବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସର ଫୁଟ୍‌ବଲ ଟୁର୍ନାମେଣ୍ଟ ପାଇଁ ଡ୍ର’ ଉଠାଣ କାର୍ଯ୍ୟକ୍ରମ...

୨୦୨୧ ଆଇପିଏଲ ଅକ୍‌ଶନରେ ଭାଗନେବେ ୧୦୯୭ ଖେଳାଳି

ଚେନ୍ନାଇ, ୫ା୨- ଚଳିତ ମାସ ୧୮ ତାରିଖରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ଲାଗି ଖେଳାଳିଙ୍କ ନିଲାମ ପ୍ରକ୍ରିୟା (ଅକ୍‌ଶନ) ଅନୁଷ୍ଠିତ ହେବ।...

ଟି୨୦ରୁ ରୋହିତ ହେବେ ବିଦା, ପ୍ରତି ଫର୍ମାଟ ଲାଗି ଭିନ୍ନ ଟିମ୍‌ !

ନୂଆଦିଲ୍ଲୀ,୧୩।୧୨: ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍‌ ଇଣ୍ଡିଆ(ବିସିସିଆଇ)। ନୂଆ ବର୍ଷଠାରୁ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଚଳିତ...

Advertisement
Archives

Model This Week