Home Left

୨ଟି ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ କରିବେ ସୋନୁ ସୁଦ୍‌

ନୂଆଦିଲ୍ଲୀ,୨୩।୫: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଆନ୍ଧ୍ରପ୍ରଦେଶର ନେଲୁରସ୍ଥିତ ୨ଟି ହସ୍ପିଟାଲରେ ନିଜ ଖର୍ଚ୍ଚରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ଜୁନ୍‌ରେ ଆନ୍ଧ୍ରପ୍ରଦେଶର କୁର୍ନୁଲ ସରକାରୀ ହସ୍ପିଟାଲ ଏବଂ ନେଲୁର ଆତ୍ମକୁର ଜିଲା ହସ୍ପିଟାଲରେ ଏହି ଅକ୍ସିଜେନ…

ପ୍ରତ୍ୟେକ ସିରିଜ୍‌ରେ ଛିଣ୍ଡା ବୁଟ୍‌ରେ ଅଠା ମାରି ଖେଳୁଛନ୍ତି କ୍ରିକେଟର

ହରାରେ, ୨୩।୫ : ମିଳୁନାହାନ୍ତି ସ୍ପନସର। ଏଥି ଯୋଗୁ ପ୍ରତ୍ୟେକ ସିରିଜ୍‌ ପୂର୍ବରୁ ବୁଟ୍‌ରେ ଅଠା ମାରି ଖେଳିବାକୁ ପଡ଼ୁଛି ବୋଲି ଟୁଇଟ୍‌ କରିଛନ୍ତି ଜିମ୍ବାଓ୍ବେ ବ୍ୟାଟ୍ସମ୍ୟାନ ରିଆନ ବୁର୍ଲ। ଏଥିସହ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଛିଣ୍ଡା ବୁଟ୍‌ରେ…

ଆଇଏସ୍‌ଆଇ ସହ ଯୋଗଯୋଗରେ ଥିଲେ ୨ ଶିକ୍ଷୟିତ୍ରୀ ଭଉଣୀ

ଭୋପାଳ, ୨୩ା୫: ଆଇଏସ୍‌ଆଇ ସହ ସମ୍ପୃକ୍ତ ପାକିସ୍ତାନର ୨ ନାଗରିକଙ୍କ ସହ ଯୋଗାଯୋଗରେ ଥିବା ଦୁଇ ଭଉଣୀଙ୍କୁ ଇନ୍ଦୋର ପୋଲିସ ମୋହ କ୍ୟାଣ୍ଟନମେଣ୍ଟରୁ ରବିବାର ଗିରଫ କରିଛି। ପୋଲିସ ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ ଘଟଣାର ତଦନ୍ତ ଚଲାଇଛନ୍ତି। ଗିରଫ ଦୁଇ ଭଉଣୀଙ୍କ…

ନକଲି ନର୍ସିଂହୋମରେ ୭ ଶିଶୁଙ୍କୁ ଜୀବନ ଗଲା: ଡାକ୍ତରଙ୍କ ନାହିଁ ଡିଗ୍ରୀ, ନର୍ସ ୧୦ମ ଫେଲ୍‌

ଭୋପାଳ,୨୩।୫: ମଧ୍ୟପ୍ରଦେଶ ରାଜଗଡ଼ରେ କରୋନା ସମୟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ନକଲି ନର୍ସିଂହୋମ ଏବଂ ଡାକ୍ତରଙ୍କ ଯୋଗୁ ୭ ଶିଶୁ ପ୍ରାଣ ହରାଇଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ନର୍ସିଂହୋମ ର ୨୨ ଜଣଙ୍କ…

କୋଭିଡ୍‌ ଟେଷ୍ଟ ଭୟରେ ଗାଁ ଛାଡି ଜଙ୍ଗଲରେ ଗ୍ରାମବାସୀ

ଦାରିଙ୍ଗବାଡି,୨୩।୫: ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ କରୋନାକୁ ନେଇ ଆତଙ୍କ ଦେଖାଯାଇଛି। ଝାରମୁଣ୍ଡା ଗ୍ରାମରେ ଗତ ସପ୍ତାହରେ ଜ୍ୱରରେ ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସେହି ପରିବାରର ଜଣେ ଓ ସାହିରୁ ଅନ୍ୟ ଜଣେ…

ରାମଦେବଙ୍କ ଉପରେ ରାଗିଗଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୫: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରବିବାର ଯୋଗ ଗୁରୁ ରାମଦେବଙ୍କୁ ଏକ ଚିଠି ଲେଖିଛନ୍ତି। କରୋନା ଯୋଦ୍ଧାମାନଙ୍କ ବିରୋଧରେ ଦେଇଥିବା ‘ଆପତ୍ତିଜନକ ମନ୍ତବ୍ୟ’କୁ ପ୍ରତ୍ୟାହାର କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ଯେ, ଯୋଗ ଗୁରୁ…

୨୦୨୩କୁ ଘୁଞ୍ଚିଲା ଏସିଆ କପ୍‌

ଦୁବାଇ, ୨୩।୫ : ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏସିଆ କପ୍‌ର ୨୦୨୧ ସଂସ୍କରଣ ୨୦୨୩ରେ ଅନୁଷ୍ଠିତ ହେବ। ଏହି ବର୍ଷର ଏସିଆର ସବୁଠୁ ବଡ଼ କ୍ରିକେଟ ଟୁର୍ନାମେଣ୍ଟ ପ୍ରଥମେ ପାକିସ୍ତାନରେ ଅନୁଷ୍ଠିତ ହେବାର ଥିଲା। ପରେ ଏହା ଶ୍ରୀଲଙ୍କାରେ ଆୟୋଜିତ କରାଯିବା…

ନକଲି ମଦରେ ବ୍ରାଣ୍ଡେଡ୍‌ ଲୋଗୋ

ଭଦ୍ରକ ଅଫିସ/ପଦ୍ମପୁର, ୨୩।୫ (ଡି.ଏନ.ଏ.)- ବାସୁଦେବପୁର ବ୍ଲକର ଆର୍ତ୍ତୁଂ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦୀର୍ଘଦିନ ହେଲା ଚାଲିଥିଲା ନକଲି ବିଦେଶୀ ମଦ ତିଆରି କାରଖାନା। ସେମାନଙ୍କ ପାଖରେ ଥିଲା ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସ୍ପିରିଟ, କେମିକାଲ। କେବଳ ଏତିକି ନୁହେଁ…

ସମ୍ଭାବ୍ୟ ବାତ୍ୟା ପାଇଁ ହଟିବ ରାସ୍ତାକଡରେ ଲାଗିଥିବା ହୋଡିଂ

ଜଗତ୍‌ସିଂହପୁର ଅଫିସ, ୨୩ା୫: ଜାତୀୟ ରାଜପଥ କଡ, ପାରାଦୀପ ଓ ଜଗତ୍‌ସିଂହପୁର ପୌରାଞ୍ଚଳରେ ଲାଗିଥିବା ହୋଡିଂଗୁଡିକୁ ମେ ୨୫ ତାରିଖ ସୁଦ୍ଧା କଢାଯିବ। ଏନେଇ ରବିବାର ବତ୍ୟା ମୁକାବିଲା ପାଇଁ ଅନୁଷ୍ଠିତ ଭର୍ଚୁଆଲ ସମୀକ୍ଷା ବୈଠକରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର…

ପ୍ରଥମ ଫିଲ୍ମ ପାଇଁ ଅଡିସନ୍‌ ଦେଇ ନ ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ଫିଲ୍ମ ଦୁନିଆରେ ନିଜର ସ୍ଥିତିକୁ ମଜବୁତ କରିଛନ୍ତି। ସେ ୨୦୧୦ରେ ରାଘବେନ୍ଦ୍ର ରାଓଙ୍କ ନିର୍ଦ୍ଦେଶିତ ତେଲୁଗୁ ଚଳଚ୍ଚିତ୍ର ଝୁମ୍ମାଣ୍ଡି ନାନ୍ଦା ସହିତ ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ‘ଚଷମେ ବଦ୍ଦୁର’ ଜରିଆରେ ବଲିଉଡରେ ଡେବ୍ୟୁ…

ଭାରତୀୟ ମହିଳା ଦଳର ଖେଳାଳିଙ୍କୁ ମିଳିନାହିଁ ଟି୨୦ ବିଶ୍ୱକପ୍‌ର ପୁରସ୍କାର ରାଶିର ଅଂଶ

ନୂଆଦିଲ୍ଲୀ, ୨୩।୫ : ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ମହିଳା ବିଶ୍ୱକପ୍‌ରେ ଭାରତୀୟ ଦଳ ଉପ ବିଜେତା ଆଖ୍ୟା ଗ୍ରହଣ କରିଥିଲା। ଏଥି ଯୋଗୁ ପୁରସ୍କାର ବାବଦକୁ ଟିମ୍‌ ଇଣ୍ଡିଆକୁ ମିଳିଥିଲା ୫ ଲକ୍ଷ ଆମେରିକୀୟ ଡଲାର, ଯାହାକି ୩.୬୪…

ଚିଙ୍ଗୁଡ଼ି ପ୍ରୋସେସିଂପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌: ୩ ମହିଳା ଗୁରୁତର

ପାରାଦୀପ,୨୩।୫(ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ଶିଳ୍ପାଞ୍ଚଳରେ ରବିବାର ଲକ୍ଷ୍ମୀନାରାୟଣ ଏକ୍ସପୋର୍ଟ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌ ହୋଇଛି। ଏହାର ପ୍ରଭାବରେ ୧୩ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri