ଶିଳ୍ପ ଲାଗି ଜଳ ବିବାଦ

ଯାଜପୁର ଅଫିସ,୫। ୧୦: କେନ୍ଦ୍ରାପଡ଼ା ଜିଲାରେ ସମ୍ପ୍ରତି ନଦୀଜଳ ବିବାଦ ଉଗ୍ରରୂପ  ପ୍ରଶାସନିକ ଅଧିକାରୀଙ୍କ ଅହେତୁକ କମ୍ପାନୀ ପ୍ରୀତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀ ଜଳ ବ୍ୟବହାର କରି ଏକାଧିକ ସ୍ଲରିପାଇପ୍‌ ଲାଇନ ପ୍ରକଳ୍ପ ସମେତ ଧାମନଗର ଟେକ୍ସଟାଇଲ୍ସ ଓ ଫୁଡ୍‌ସ ପାର୍କ ପ୍ରସ୍ତାବ ରହିଛି। ଏଭଳି ସ୍ଥଳେ ଭଦ୍ରକ ଜିଲାର ୯୧ଟି ଲବଣାକ୍ତ ପଞ୍ଚାୟତ ବାସିନ୍ଦାଙ୍କ ନିମନ୍ତେ ମେଗା ଜଳଯୋଗାଣ ପ୍ରକଳ୍ପ ପାଇଁ ବୈତରଣୀ ନଦୀ ଜଳ ବ୍ୟବହାର ସମ୍ଭବ ନୁହେଁ। ତେଣୁ ଏହି ପ୍ରକଳ୍ପ ପାଇଁ ଖରସ୍ରୋତା ନଦୀର କେନ୍ଦ୍ରାପଡ଼ା ଜିଲା ବରୁଣଡ଼ିହାଠାରେ ଇନ୍‌ଟେକ୍‌ ୱେଲ୍‌ ନିର୍ମାଣ କରିବାକୁ ୧୬ା୭ା୨୦୨୦ରେ ଜଳ ସମ୍ପଦ ବିଭାଗର ଜଳ ଆବଣ୍ଟିତ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଥିଲାଗି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାବେଳେ ଏହାକୁ କେନ୍ଦ୍ରାପଡ଼ାବାସୀ ତୀବ୍ର ବିରୋଧ କରୁଛନ୍ତି। ହେଲେ ଜଳସମ୍ପଦ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଅଡି ବସିଛିି। ଏହାକୁ ନେଇ କେତେକ ତୁମୁଳକାଣ୍ଡ ଦେଖିବାକୁ ମିଳିଲାଣି। ଗୋଟିଏ ପଟେ କେନ୍ଦ୍ରାପଡ଼ାବାସୀଙ୍କ ବିରୋଧ, ଅନ୍ୟପଟେ ପ୍ରଶାସନର ପ୍ରକଳ୍ପ ଲାଗି ଜିଦ୍‌ ଯୋଗୁ ନଦୀଜଳ ବିବାଦ ଜଟିଳ ହୋଇଛି। ତେବେ ପ୍ରଶାସନର ଜିଦ୍‌ ପଛରେ ବୈତରଣୀ ନଦୀରୁ ଶିଳ୍ପକୁ ପାଣି ଯୋଗାଇ ଦେବା ଅସଲ ଉଦ୍ଦେଶ୍ୟ ବୋଲି ଅନେକେ କହୁଛନ୍ତି।
କେନ୍ଦୁଝର ଜିଲା ଗୋନାସିକା ପର୍ବତରୁ ବୈତରଣୀ ନଦୀର ଉପତ୍ତ୍ତି। ୨୦୧୮ ଜାନୁୟାରୀରେ କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରୁ ଯାଜପୁର ଜିଲା ଦେଇ ପାରାଦୀପକୁ ବାର୍ଷିକ ୩୦ ମେଟ୍ରିକ ଟନ ଡବଲ ସ୍ଲରି ପାଇପ୍‌ଲାଇନ୍‌ ପ୍ରକଳ୍ପକୁ ରାଜ୍ୟ ଶିଳ୍ପ ବିଭାଗ ଅନୁମୋଦନ କରି ସାରିଛି। ଏହି ପ୍ରକଳ୍ପରେ ଦୈନିକ ବହୁ ଗ୍ୟାଲେନ ବୈତରଣୀ ନଦୀଜଳ ବ୍ୟବହାର କରାଯିବ। ସେହିପରି ପୂର୍ବରୁ ଯୋଡ଼ାରୁ ପାରାଦୀପକୁ ଏସାର ଷ୍ଟିଲର ସ୍ଲରି ପାଇପ୍‌ଲାଇନ କାର୍ଯ୍ୟ ଚାଲିଥିବାବେଳେ ଯାଜପୁର ଜିଲା କଳିଙ୍ଗନଗରକୁ ବିଆର୍‌ପିଏଲ୍‌ର ସ୍ଲରି ପାଇପ୍‌ଲାଇନ ଯୋଗେ ଲୁହାପଥର ପରିବହନ ଜାରି ରହିଛି। ଏହିସବୁ ପ୍ରକଳ୍ପରେ ବୈତରଣୀ ନଦୀରୁ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ କ୍ୟୁବିକ ମିଟର ପାଣି ଆବଶ୍ୟକ। ଏହାବାଦ ବୈତରଣୀ ନଦୀଜଳ ଧାମନଗର ଟେକ୍ସଟାଇଲ୍ସ ଏବଂ ଫୁଡ୍‌ସ ପାର୍କରେ ବ୍ୟବହାର କରାଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ଏଥିନିମନ୍ତେ ବୈତରଣୀ ନଦୀ ଆଖୁଆପଦା ବ୍ୟାରେଜ ଡାଉନଷ୍ଟ୍ରିମ୍‌ରେ ଇନ୍‌ଟେକ୍‌ ୱେଲ୍‌ କରାଯାଇ ପ୍ରତି ସେକେଣ୍ଡରେ ୧.୨୨ କ୍ୟୁସେକ ନଦୀଜଳ ଏହି କମ୍ପାନୀକୁ ଯୋଗାଣ ହେବ।
ରାଜ୍ୟରେ ୧୧ଟି ନଦୀର ସର୍ବମୋଟ ଜଳପ୍ରବାହ ୯୫,୫୪୦ ମିଲିୟନ କ୍ୟୁବିକ ମିଟର(ଏମ୍‌ସିଏମ୍‌)। ସେଥିରୁ ଯାଜପୁର ଜିଲା ଦେଇ ଯାଇଥିବା ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳପ୍ରବାହ ୨୧,୯୬୬ ଏମ୍‌ସିଏମ୍‌। ଜଳସେଚନ ବିଭାଗର ଏକ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ତେବେ ଯାଜପୁର ଜିଲାର ଜଳସେଚନ ପାଇଁ ୩୯୫୧.୫୧ ଏମ୍‌ସିଏମ୍‌, ଲୋକଙ୍କ ପାଇଁ ଜଳଯୋଗାଣ କ୍ଷେତ୍ରରେ ୮୨.୩୦ ଏମ୍‌ସିଏମ୍‌, ଶିଳ୍ପ ପାଇଁ ୧୦୫୫.୯୫ ଏମ୍‌ସିଏମ୍‌ ଓ ପର୍ଯ୍ୟାବରଣ ପାଇଁ ବର୍ଷକୁ ୪୭୨୨.୭୦ ଏମ୍‌ସିଏମ୍‌ ଜଳ ଆବଶ୍ୟକ ହୁଏ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚାହିଦା ମେଣ୍ଟାଇବା ପରେ ବଳକା ୧୧୭୦୩.୫୫ ଏମ୍‌ସିଏମ୍‌ ଜଳ ସମୁଦ୍ରରେ ମିଶୁଛି ବୋଲି ଜଳସେଚନ ବିଭାଗ ପକ୍ଷରୁ କୁହାଯାଉଛି। ଏଥିରୁ ସ୍ପଷ୍ଟ ଯେ, ଯାଜପୁର ଜିଲାରେ ପାନୀୟ ଜଳ ପାଇଁ ବ୍ୟବହାର ହେଉଥିବା ନଦୀଜଳର ୧୨ ଗୁଣ ଅଧିକ ଶିଳ୍ପ ପାଇଁ ବ୍ୟବହାର ହେଉଛି। ଫଳରେ ଗ୍ରୀଷ୍ମଦିନରେ ଯାଜପୁର ଜିଲାବାସୀ ଜଳକ୍ଲିଷ୍ଟତାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ବିରୋଧ ନ୍ୟାୟସଙ୍ଗତ ବୋଲି
ସ୍ପଷ୍ଟ ହେଉଛି। ଏହିକ୍ରମରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, କେନ୍ଦ୍ରାପଡା ଜିଲାର ବରୁଣଡ଼ିହା ନିକଟ ଖରସ୍ରୋତା ନଦୀରୁ ପାଣି ଉତ୍ତୋଳନ ହେଲେ ସମଗ୍ର ଭିତରକନିକା ଜାତୀୟ ଉଦ୍ୟାନ ପ୍ରଭାବିତ ହେବ। ଖରସ୍ରୋତା ଜଳସ୍ରୋତ ହ୍ରାସ ପାଇଲେ ଭିତରକନିକାକୁ ସମୁଦ୍ରର ଲୁଣପାଣି ମାଡ଼ିଯିବା ସହ ପାନୀୟ ଓ କୃଷି ପାଇଁ ଲୋକେ ଜଳାଭାବର ସମ୍ମୁଖୀନ ହେବେ। ତେବେ ଏହି ଯୁକ୍ତିକୁ ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି।
ଭଦ୍ରକର ମେଗା ଜଳଯୋଗାଣ ପ୍ରକଳ୍ପ ପାଇଁ ୨୦୨୦ ଜୁଲାଇରେ ଅନୁଷ୍ଠିତ ଜଳସମ୍ପଦ ବିଭାଗ ବୈଠକରେ ବୈତରଣୀ, ସାଳନ୍ଦି, କାଂଶବାଂଶ ଓ ମନ୍ତେଇ ନଦୀର ଜଳସ୍ରୋତ ଉପରେ ଆଲୋଚନା ହୋଇଥିଲା। ବୈତରଣୀ ନଦୀର ଜଳ ଏହି ପ୍ରକଳ୍ପର ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ। ସେହିପରି ସାଳନ୍ଦି ଓ କାଂଶବାଂଶ ନଦୀର ଜଳ ଦୀର୍ଘସ୍ଥାୟୀ ନୁହେଁ ଏବଂ ମନ୍ତେଇ ନଦୀ ଜଳ ଲବଣାକ୍ତ ଓ ପ୍ରସ୍ତାବିତ ପ୍ରକଳ୍ପଠାରୁ ୩୦ କିମି ଦୂରରେ ରହିଥିବାରୁ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ବ୍ରାହ୍ମଣୀ ଅପ୍‌ଷ୍ଟ୍ରିମର ଖରସ୍ରୋତା ଯୋକଡ଼ିଆ ବ୍ୟାରେଜରେ ସେକେଣ୍ଡ ପ୍ରତି ୭୧ କ୍ୟୁବିକ ମିଟର ଏବଂ ବରୁଣଡିହାଠାରେ ୩୫ କ୍ୟୁବିକ୍‌ ମିଟର ପାଣି ପ୍ରବାହିତ ହେଉଛି। ମେଗା ଜଳଯୋଗାଣ ପ୍ରକଳ୍ପ ପାଇଁ ସେକେଣ୍ଡ ପ୍ରତି ମାତ୍ର ୧.୬୪ କ୍ୟୁବିକ ମିଟର ପାଣିର ଆବଶ୍ୟକତା ହେଉଛି। ତେଣୁ ଉପଲବ୍ଧ ପାଣିର ଏହା ମାତ୍ର ୦.୪୫ ପ୍ରତିଶତ। ତେଣୁ ଜଳ ସମ୍ପଦ ବିଭାଗ ଖରସ୍ରୋତାରୁ ପାଣି ଉତ୍ତୋଳନ କରିବାକୁ ପତ୍ରସଂଖ୍ୟା ୨୪୧୨/୧୨ା୯ା୨୦୧୯ରେ ପୂର୍ବରୁ ଅନୁମତି ଦେଇସାରିଛି ବୋଲି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଇଞ୍ଜିନିୟର-ଇନ୍‌-ଚିଫଙ୍କୁ କଟକ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍କଲର ସୁପରିଟେଣ୍ଡିଂ ଇଞ୍ଜିନିୟର ସୂଚନା ଦେଇଥିଲେ। ତେବେ ଗ୍ରୀଷ୍ମଦିନରେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଶୁଖିଯିବା ସମ୍ପର୍କରେ କେହି ଚିନ୍ତା କରିନାହାନ୍ତି। ଏହାବାଦ୍‌ ରେଙ୍ଗାଲି ଡ୍ୟାମ୍‌ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଲେ ବ୍ରାହ୍ମଣୀ ଓ ଖରସ୍ରୋତା ତଳମୁଣ୍ଡରେ ଖରାଦିନେ ପାଣିର ଅଭାବ ଦେଖାଯିବା ଆଶଙ୍କା ରହିଛି। ତେଣୁ କେନ୍ଦ୍ରାପଡ଼ାବାସୀଙ୍କ ଯୁକ୍ତିରେ ବାସ୍ତବତା ରହିଥିବା ମନେହେଉଛି।

 

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?