Posted inଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କ ପୁଅ ନଁ।ରେ ମାମଲା

ଲକ୍ଷ୍ନୌ, ୫।୧୦: ଉତ୍ତରପ୍ରଦେଶ ଲଖିମ୍‌ପୁର ଖେରି ଜିଲାର ଚିକୁନିଆ ଅଞ୍ଚଳରେ ରବିବାର ଚାଷୀ ଆନ୍ଦୋଳନ ସମୟରେ ୪ଚାଷୀଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହେବା ଘଟଣା ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଯୋଗୀ ସରକାର ଏହି ଘଟଣାକୁ ଶାନ୍ତ କରିବା ପାଇଁ ୪ ମୃତ ଚାଷୀଙ୍କ ପରିବାରକୁ ୪୫ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବିରୋଧରେ ମାମଲା ଏବଂ ଏହାର ତଦନ୍ତ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ବିରୋଧୀ ଏହି ଘଟଣାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅପରପକ୍ଷରେ ଚାଷୀଙ୍କ ଆନ୍ଦୋଳନକୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। କୃଷି ଆଇନ ସମ୍ପର୍କିତ ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାବେଳେ ବିକ୍ଷୋଭ ଓ ଆନ୍ଦୋଳନ ସମୀଚୀନ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଲଖିମପୁର ଖେରିରେ ରବିବାର ଚାଷୀମାନେ ବିକ୍ଷୋଭ କରୁଥିବାବେଳେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ସମେତ ୩ଟି ଏସ୍‌ୟୁଭି ଚାଷୀଙ୍କ ଉପରେ ମାଡ଼ିଯିବା ଏବଂ ତତ୍‌ପରବର୍ତ୍ତୀ ହିଂସାକାଣ୍ଡରେ ୪ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅଙ୍କୁ ଗିରଫ କରାଯିବା ଲାଗି ଦାବି ହେବା ସହ ଦେଶବ୍ୟାପୀ ବିକ୍ଷୋଭ ଡାକରା ଦିଆଯାଇଥିଲା। ସୋମବାର ସକାଳେ ଆଶିଷଙ୍କ ବିରୋଧରେ ଟିକୋନିଆ ଥାନାରେ ହତ୍ୟା, ଦଙ୍ଗା ଆଦି ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିବା ସହ ଭାଜପା ନେତୃତ୍ୱାଧୀନ ସରକାରଙ୍କ ଉପରକୁ ବିରୋଧୀମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଲଖିମପୁର ଖେରିରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯିବା ସହ ୧୪୪ ଧାରା ଜାରି କରାଯାଇଛି। ୪ କିମ୍ବା ତା’ଠାରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି। ପରିସ୍ଥିତିକୁ ସୁଧାରିବା ପାଇଁ ଯୋଗୀ ସରକାର ମୃତ ଚାଷୀଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା ଲେଖାଏ ଆର୍ଥତ୍କ ସହାୟତା ସହ ପରିବାରରୁ ଜଣକୁ ଚାକିରି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ଆହତ ଚାଷୀଙ୍କୁ
୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ମିଳିବ। ହିଂସାକାଣ୍ଡର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କରିବା ସହ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଓ ଅନ୍ୟମାନଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ଡିଜି ପ୍ରଶାନ୍ତ କୁମାର କହିଛନ୍ତି।
ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବିଭିନ୍ନ ଦଳର ନେତା ମୃତ ଚାଷୀ ପରିବାରକୁ ଭେଟିବା ଲାଗି ଉକ୍ତ ଅଞ୍ଚଳକୁ ବାହାରିଥିବାବେଳେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ପୋଲିସ ଅଟକ ରଖିଥିଲା। ଭୋର ୫ଟା ବେଳେ ପ୍ରିୟଙ୍କା ଏବଂ ଦୀପେନ୍ଦର ସିଂ ହୁଡା ଓ ଅନ୍ୟମାନଙ୍କୁ ସୀତାପୁରରେ ଅଟକ ରଖାଯାଇଥିଲା। ଏହା ପୂର୍ବରୁ ରବିବାର ରାତିରେ ମଧ୍ୟ ପ୍ରିୟଙ୍କାଙ୍କ ଗାଡ଼ିକୁ ଲକ୍ଷ୍ନୌରେ ପୋଲିସ ଅଟକାଇଥିଲା। ନେତାଙ୍କୁ ମୃତ ଚାଷୀଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଛଡ଼ାଯାଇ ନ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ଅଗଣତାନ୍ତ୍ରିକ ବୋଲି କଂଗ୍ରେସ ରାଜ୍ୟ ସଭାପତି ଅଜୟ କୁମାର ଲାଲୁ କହିଛନ୍ତି। ବିଏସ୍‌ପି ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ରାଙ୍କୁ ଲକ୍ଷ୍ନୌସ୍ଥିତ ତାଙ୍କ ଘରେ ଗୃହବନ୍ଦୀ ରଖାଯାଇଥିବା ଦଳର ସୁପ୍ରିମୋ ମାୟାବତୀ କହିବା ସହ ହିଂସାକାଣ୍ଡର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ହିଂସାକାଣ୍ଡ ସହ ଦୁଇଜଣ ଭାଜପା ମନ୍ତ୍ରୀ ସମ୍ପୃକ୍ତ ଥିବାରୁ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ମୃତକଙ୍କ ପରିବାରକୁ ନ୍ୟାୟ ମିଳିବା ସହ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ଭବ ହୋଇ ନ ପାରେ। ସେଥିପାଇଁ ବିଚାର ବିଭାଗୀୟ ତଦନ୍ତ ଆବଶ୍ୟକ ବୋଲି ବିଏସ୍‌ପି ଦାବି କରିଛି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଲଖିମପୁର ଯିବାକୁ ଘୋଷଣା କରିବା ପରେ ତାଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ହିଂସାକାଣ୍ଡ ସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହେବା ସହ ଆଇନ ଶୃଙ୍ଖଳା ବିଭାଗ ଏଡିଜି, ଆଇଜି ଏବଂ କମିଶନର ଉପସ୍ଥିତ ରହିଛନ୍ତି।
ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ମିଶ୍ରା କହିଛନ୍ତି, ତାଙ୍କ ପୁଅ ଆଶିଷ ଜଣେ ବ୍ୟବସାୟୀ। ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡ଼ି ମାଡ଼ିଯିବା ବେଳେ ସେ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ। ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଅନ୍ୟ ୪ ଜଣଙ୍କ ମଧ୍ୟରୁ ୩ ଜଣ ଭାଜପା କର୍ମୀ ଓ ଜଣେ କାର୍‌ ଡ୍ରାଇଭର। ଚାଷୀଙ୍କ ସମେତ ଅନ୍ୟମାନେ ଖଣ୍ଡା ଓ ଲାଠିରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri