ମିଳିପାରୁନି ଆଗୁଆ ସୂଚନା: ୧୬ ବର୍ଷ ପରେ ବି ଅଧାପନ୍ତରିଆ ଡପ୍‌ଲର ରାଡାର ପ୍ରକଳ୍ପ

ଭୁବନେଶ୍ୱର,୫। ୧୦(ବ୍ୟୁରୋ): ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ। ବନ୍ୟା, ବାତ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟ ରାଜ୍ୟର ଆଥିର୍କ ମେରୁଦଣ୍ଡକୁ ଦୁର୍ବଳ କରି ଦେଉଛି। କେତେ ବେଳେ ବାତ୍ୟା ତ ପୁଣି କେବେ ବନ୍ୟା ଓ ମରୁଡ଼ି ସର୍ବନାଶକୁ ଡାକି ଆଣୁଛି। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଲୋକମାନେ ବିଶେଷକରି ବାତ୍ୟା ଦ୍ୱାରା ପ୍ରଭାବିତ ହେଉଛନ୍ତି। ଗୋଟିଏ ବାତ୍ୟା ମାଡ଼ଜନିତ କ୍ଷତ ଭରି ନ ଥିବା ବେଳେ ପୁଣି ଆଉ ଏକ ବାତ୍ୟା ଅଧାଗଢ଼ା ଜୀବିକାକୁ ଉଡ଼ାଇ ନେଉଛି। ବାତ୍ୟା ଭଳି ବିପତ୍ତିକୁ ଆଗୁଆ ଜାଣିବା ଲାଗି ଆଧୁନିକ ଜ୍ଞାନ କୌଶଳର ବିକାଶ ହୋଇସାରିଲାଣି। ୧୦ରୁ ୧୫ ଦିନ ଆଗରୁ ବାତ୍ୟା ବିଷୟରେ ସୂଚନା ମିଳି ପାରୁଛି। ଆଗୁଆ ସୂଚନା ଯୋଗୁ ଧନଜୀବନ କ୍ଷୟକ୍ଷତିକୁ ଯଥା ସମ୍ଭବ ହ୍ରାସ କରାଯାଇ ପାରୁଛି। ଉପକୂଳବର୍ତ୍ତୀ ରାଜ୍ୟ ଓଡ଼ିଶାରେ ଅତ୍ୟାଧୁନିକ ଡପ୍‌ଲର ରାଡାର ମାଧ୍ୟମରେ ଆଗୁଆ ସୂଚନା ଦେବା ନେଇ ହୋଇଥିବା ବ୍ୟବସ୍ଥା ଦୀର୍ଘ ୧୬ ବର୍ଷ ପରେ ମଧ୍ୟ ଅଧାପନ୍ତରିଆ ହୋଇ ପଡିଛି। ସରକାରୀ ଉଦାସୀନତା ଯୋଗୁ ଆଗୁଆ ସୂଚନା ପାଇବାରୁ ରାଜ୍ୟ ବଞ୍ଚିତ ହୋଇଛି। ଫଳରେ ଅନେକ ସମୟରେ ବାତ୍ୟାର ବେଗକୁ ଠିକ୍‌ ଢଙ୍ଗରେ ଆକଳନ କରାଯାଇ ନ ପାରିବାରୁ କ୍ଷୟକ୍ଷତି ବଢିଯାଉଛି। ଆହୁରି ଉଦ୍‌ବେଗର ବିଷୟ ହେଉଛି ଯେ ଆଇଏମ୍‌ଡି ଦ୍ୱାରା ଗୋପାଳପୁରରେ ଲଗାଯାଇଥିବା ଡପ୍‌ଲର ରାଡାର ଦୀର୍ଘଦିନ ହେବ ଖରାପ ହୋଇ ପଡିରହିଛି। ଅଧିକାଂଶ ବାତ୍ୟା ଦକ୍ଷଣି ଓଡ଼ିଶାରେ ମାଡ଼ ହେଉଥିବା ବେଳେ ଗୋପାଳପୁର ରାଡାର ଅଚଳ ପ୍ରଶାସନିକ ଉଦାସୀନତାକୁ ପଦାରେ ପକାଇଛି।

ବାତ୍ୟା ସମେତ ବର୍ଷା, ଘଡ଼ଘଡି , ଅଂଶୁଘାତ ଭଳି ସୂଚନା ଦେବା ଲାଗି ୨୦୦୫ରେ ଓଡ଼ିଶାର ୪ଟି ସ୍ଥାନରେ ଡପ୍‌ଲର ରାଡାର
ଲଗାଇବାକୁ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ସେଗୁଡ଼ିକ ହେଲା ପାରାଦୀପ, ଗୋପାଳପୁର, ବାଲେଶ୍ୱର ଓ ସମ୍ବଲପୁର। ଆଇଏମ୍‌ଡି ପାରାଦୀପରେ ନିଜସ୍ବ ଖର୍ଚ୍ଚରେ ଡପଲାର ରାଡାର ଲଗାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ରାଜ୍ୟ ସରକାର ଗୋପାଳପୁର, ବାଲେଶ୍ୱର ଓ ସମ୍ବଲପୁରରେ ମାଗଣାରେ ଜମି ଯୋଗାଇ ଦେବା ସହ ଏଥିପାଇଁ ଆବଶ୍ୟକ ୪ ମହଲା କୋଠା ନିର୍ମାଣ ଖର୍ଚ୍ଚ ବହନ କରିବା ନେଇ ଆଇଏମ୍‌ଡି ସହ ବୁଝାମଣା ହୋଇଥିଲା। ରାଜ୍ୟ ସରକାର କୋଠା ନିର୍ମାଣ ପାଇଁ ୧୮ କୋଟି ଟଙ୍କା ମଧ୍ୟ ଯୋଗାଇ ଦେଇଛନ୍ତି। ୨୦୧୧ରୁ କୋଠା ନିର୍ମାଣ କାମ ଶେଷ ହେଲାଣି। କେବଳ ପାରାଦୀପ ଓ ଗୋପାଳପୁରରେ ୨ଟି ରାଡାର ଲାଗିଥିବା ବେଳେ ଅନ୍ୟ ଦୁଇଟି ସ୍ଥାନରେ ଲାଗିବା ନେଇ କେନ୍ଦ୍ରସରକାରଙ୍କ ଉଦାସୀନତା ଯୋଗୁ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି। ଦୀର୍ଘ ୧୬ ବର୍ଷ ବିତିଯାଇଥିଲେ ସୁଦ୍ଧା ସେହି ପ୍ରକଳ୍ପ ଅଧାପନ୍ତରିଆ ହୋଇପଡିଛି।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ୨୧ବର୍ଷ ମଧ୍ୟରେ ଉପକୂଳରେ ମାଡ଼ ହୋଇଥିବା ୬ଟି ସାମୁଦ୍ରିକ ଝଡ଼ ଓଡ଼ିଶାକୁ ଛାରଖାର କରିଦେଇଛି। ୧୯୯୯ରୁ ୨୦୨୧ ମଧ୍ୟରେ ରାଜ୍ୟ ୭ଟି ବାତ୍ୟା ଓ ମହାବାତ୍ୟାକୁ ସମ୍ମୁଖୀନ ହୋଇଛି। ୧୯୯୯ ଅକ୍ଟୋବର ୨୯ତାରିଖରେ ମହାବାତ୍ୟା ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲା। ଏଥିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ସେହିପରି ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡ୍‌ହୁଡ୍‌, ୨୦୧୮ରେ ତିତ୍‌ଲି, ୨୦୧୯ରେ ଫନୀ ଏବଂ ୨୦୨୦ରେ ଅମ୍ଫନ ବାତ୍ୟା ଏବଂ ୨୦୨୧ ସେପ୍ଟେମ୍ବରରେ ଗୁଲାବ ରାଜ୍ୟ ପାଇଁ ଅନେକ ବିପତ୍ତି ଆଣିଦେଇଛି।
ସରକାରଙ୍କ ଆକଳନ ଅନୁଯାୟୀ ୨୦୧୩ରେ ହୋଇଥିବା ବାତ୍ୟା ଫାଇଲିନ୍‌ରେ ରାଜ୍ୟର ୫୮୩୨.୫୦ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ହୁଡ୍‌ହୁଡ୍‌ରେ ୭୭୭.୧୨ କୋଟି, ତିତ୍‌ଲିରେ ୨୭୭୯.୩୩ କୋଟି, ଫନୀରେ ୫୨୨୭.୬୮ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ୨୦୨୦ରେ ଅମ୍ଫନରେ ପ୍ରାୟ ୭୦୦ କୋଟି ଟଙ୍କା କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ତେବେ ଗୁଲାବ ପ୍ରଭାବରେ ରାଜ୍ୟରେ ସେଭଳି କିଛି କ୍ଷୟକ୍ଷତି ହୋଇ ନାହିଁ। ଆଇଏମ୍‌ଡି ଡାଇରେକ୍ଟର ଜେନେରାଲ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଡପ୍‌ଲର ରାଡାର ବାଲେଶ୍ୱର ଏବଂ ସମ୍ବଲପୁରରେ ଲାଗିବ। ଗୋପାଳପୁର ରାଡାରକୁ ସଜାଡିବା ନେଇ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri