ବିଜେଡି, ଭାଜପାର ଭୋଟ ହାର ବଢ଼ିଲା, କଂଗ୍ରେସ ଖସିଲା

ଭୁବନେଶ୍ୱର,୫। ୧୦(ବ୍ୟୁରୋ): ପିପିଲି ଉପନିର୍ବାଚନ ଫଳାଫଳ ଆସିବାର ଦିନକ ପରେ ଆରମ୍ଭ ହୋଇଯାଇଛି ପୋଷ୍ଟମର୍ଟମ। ଉପନିର୍ବାଚନରେ ବିଜେଡି ଓ ଭାଜପାର ଭୋଟ ପ୍ରତିଶତ ଗତ ନିର୍ବାଚନ ତୁଳନାରେ ବୃଦ୍ଧି ପାଇଥିବାବେଳେ କଂଗ୍ରେସ ଅମାନତ ହରାଇଛି। ବିଜେଡି ଉପଯୁକ୍ତ ରଣନୀତି ଏବଂ ଦଳୀୟ ନେତାଙ୍କୁ ପଞ୍ଚାୟତଓ୍ବାରୀ ଦାୟିତ୍ୱ ବାଣ୍ଟିବା ସହ ତାହାର ହିସାବ ଠିକ୍‌ରେ ନେବା ଦ୍ୱାରା ସରକାରୀ ବିରୋଧୀ ପ୍ରଚାରକୁ ପ୍ରତିହତ କରିବାରେ ସଫଳ ହୋଇଛି। ଗତ ନିର୍ବାଚନ ତୁଳନାରେ ବିଜେଡି ନିଜର ୩ ପ୍ରତିଶତ ଭୋଟ ବଢାଇବାରେ ସକ୍ଷମ ହୋଇଛି। ସେହିପରି ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ନିଜ ପୂର୍ବ ଭୋଟ ସୁରକ୍ଷିତ ରଖିବା ସହ କିଛି ମାତ୍ରାରେ ଅଧିକ ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି। ଏଭଳି ସ୍ଥିତିରେ ଆଗକୁ ପଞ୍ଚାୟତ ଭୋଟ କ’ଣ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।
୨୦୧୯ ବିଧାନସଭା ନିର୍ବାଚନରେ ପିପିଲିରେ ବିଜେଡିକୁ ୫୦.୬୬ ପ୍ରତିଶତ ଭୋଟ ମିଳିଥିଲା। ୨୦୨୧ ଉପନିର୍ବାଚନରେ ବିଜେଡି ଅଧିକ ୨.୯୪ ପ୍ରତିଶତ ଅର୍ଥାତ୍‌ ୫୩.୬ ପ୍ରତିଶତ ଭୋଟ ପାଇଛି। ସେହିପରି ଭାଜପା ୨୦୧୯ରେ ୪୧.୬୭ ପ୍ରତିଶତ ଭୋଟ ପାଇଥିବା ବେଳେ ଉପନିର୍ବାଚନରେ ୪୨.୦୪ ପ୍ରତିଶତ (୦.୪୨% ଅଧିକ) ଭୋଟ ପାଇଛି। ୨୦୧୯ରେ ୫.୬୩ ପ୍ରତିଶତ ଭୋଟ ପାଇଥିବା କଂଗ୍ରେସ ଏଥର ୨.୩୬ ପ୍ରତିଶତ ଭୋଟ ପାଇଛି। କଂଗ୍ରେସକୁ ଗତଥର ଅପେକ୍ଷା ୩.୨୭ ପ୍ରତିଶତ କମ୍‌ ଭୋଟ ମିଳିଛି। ୨୦୧୯ ତୁଳନାରେ ବିଜେଡିକୁ ୮,୪୫୪ ଏବଂ ଭାଜପାକୁ ୩,୩୨୫ ଖଣ୍ଡ ଅଧିକ ଭୋଟ ମିଳିଛି। କଂଗ୍ରେସ କିନ୍ତୁ ଗତଥର ଅପେକ୍ଷା ୫,୫୬୯ ଖଣ୍ଡ କମ୍‌ ଭୋଟ ପାଇଛି। କଂଗ୍ରେସ ଭୋଟ ସ୍ଥାନାନ୍ତର ହେବା ଯୋଗୁ ଉଭୟ ବିଜେଡି ଓ ଭାଜପା ଭୋଟ ବଢୁଥିବା ଆଲୋଚନା ହେଉଛି।
ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଭାଜପା ଭୋଟ ହାର ବଢିବା ସହିତ ଏଥର ୭୬ ହଜାର ଭୋଟ୍‌ରେ ପହଞ୍ଚିଛୁ। ଯେହେତୁ ସେମାନେ ସରକାରୀ ଦଳରେ ଅଛନ୍ତି, ତେଣୁ କଂଗ୍ରେସ ଭୋଟ ନେବା ପାଇଁ ସେମାନେ ବିଭିନ୍ନ କଳବଳ ବ୍ୟବହାର କରିଦେଲେ। ସେଥିଲାଗି ସେମାନେ ବିଜୟୀ ହେଲେ ବୋଲି ଆଶ୍ରିତ କହିଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି, କଂଗ୍ରେସ ଭୋଟ ବିଜେଡିକୁ ଆସିବା କଥା ଜାଣିନି। ବିଜେଡି ଭୋଟ ଆଗ ଅପେକ୍ଷା ବଢିଛି, ଦଳ ଏଠାରେ ମଜଭୁତ ରହିଥିବା ଜଣାପଡିଛି। ବହୁତ କାମ କରିବାର ଅଛି। ଆଗକୁ ପିପିଲି ଭୋଟ ଏବଂ ଉନ୍ନତୀକରଣ ନେଇ ସମୀକ୍ଷା କରିବେ ବୋଲି ରୁଦ୍ର କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, କଂଗ୍ରେସ ଯେଉଁ ଭୋଟ ପାଇଛି ତାହା ସ୍ବାଭିମାନୀ ଲୋକ ଦେଇଛନ୍ତି। ଆମେ ବିଜେଡି, ଭାଜପା ଭଳି ପଇସା ବାଣ୍ଟି ଭୋଟ ନେଇନୁ। ଦଳର ଯେଉଁ ସ୍ଥିତି ଅଛି ସେନେଇ ଆମେ ଚିନ୍ତା କରିବୁ ବୋଲି ରାଉତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?