‘ଗଣମାଧ୍ୟମ ସହିତ ଶାସକ ଦଳର ଡିଲ୍‌ ହେଉଛି’

ଭୁବନେଶ୍ୱର, ୫। ୧୦(ବ୍ୟୁରୋ): ଦେଶରେ ଏବେ ଗଣମାଧ୍ୟମ ସହିତ ଶାସକ ଦଳର ଡିଲ୍‌ ହେଉଛି। ଏହି ଡିଲ୍‌ କେବେ ଟଙ୍କା ପାଇଁ ହୁଏ ତ, ଆଉ କେବେ ବିଜ୍ଞାପନ, ସର୍କୁଲେଶନ ପାଇଁ ହୁଏ। ଏହି ଡିଲ୍‌ରେ ସମ୍ପାଦକ କେଉଁଠି ରହୁନାହାନ୍ତି। ପଲିଟିକାଲ ମାଷ୍ଟର ଓ ଗଣମାଧ୍ୟମ ମାଲିକ ସହିତ ଏହି ଡିଲ୍‌ ହେଉଛି ବୋଲି ସ୍ତମ୍ଭକାର, ରାଜନୈତିକ ସମୀକ୍ଷକ ତଥା ସାମାଜିକକର୍ମୀ ଯୋଗେନ୍ଦ୍ର ଯାଦବ କହିଛନ୍ତି। ସୋମବାର ରବୀନ୍ଦ୍ରମଣ୍ଡପରେ ଅନୁଷ୍ଠିତ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସ୍ବନକ୍ଷତ୍ର ଉତ୍ସବରେ ସେ ଅତିଥି ଭାବେ ଯୋଗଦେଇ ଭାରତରେ ଗଣମାଧ୍ୟମ କାର୍ଯ୍ୟଧାରା ଉପରେ ତୀବ୍ର ସମାଲୋଚନା କରିଛନ୍ତି। ଏକ ଉଦାହରଣ ଦେଇ ସେ କହିଛନ୍ତି, କିଛି ମାସ ତଳେ ଭାରତରେ କରୋନାଜନିତ ମୃତ୍ୟୁକୁ ନେଇ ଏକ ଖବର ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶ ପାଇଥିଲା। ତାହାକୁ ଆମ ଦେଶରେ ଏକ ଖବରକାଗଜ ପ୍ରକାଶ କରିଥିଲା। ସେହି ଗଣମାଧ୍ୟମ ପୁଣି ଗଙ୍ଗାରେ ଶବ ଭାସୁଥିବାର ଖବର ଏବଂ ଗୁଜରାଟ ଓ ମଧ୍ୟପ୍ରଦେଶରେ ଶବଦାହର ସଂଖ୍ୟାକୁ ନେଇ ଖବର ଛାପିିଥିଲା। ଏହାପରେ ସେହି ଖବରକାଗଜର ଦେଶରେ ଥିବା ସବୁ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ ହେଲା। ଉକ୍ତ ଖବରକାଗଜରେ ଏବେ ଖବର ପ୍ରକାଶନରେ ପରିବର୍ତ୍ତନ ଦେଖାଦେଇଛି। ଏହାକୁ ସେ ଡିଲରଶିପ୍‌ ଭାବନ୍ତି ବୋଲି ଯୋଗେନ୍ଦ୍ର କହିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ଲଖିମପୁରରେ ହୋଇଥିବା ଘଟଣାରେ କିପରି ଏକ ଅନ୍ତର୍ଜାତୀୟ ମୁଦ୍ରିତ ଗଣମାଧ୍ୟମ କୃଷକଙ୍କୁ ଦୋଷ ଦେଇ ଖବର ପ୍ରକାଶ କରିଥିବା ବିଷୟ ସେ ଉଲ୍ଲେଖ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗଦ ଯୋଗଦେଇ ତାଙ୍କ ସଂଘର୍ଷର କାହାଣୀ ବଖାଣିଥିଲେ। ପ୍ରଥମ ଟୁର୍ନାମେଣ୍ଟରୁ ପ୍ରଥମ ରୋଜଗାରର ଖୁସୀ ସ୍ବର୍ଣ୍ଣ ପଦକ ହାସଲଠାରୁ ବି ଅଧିକ ଥିଲା ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଏମ୍‌ଡି ମୋନିକା ନାୟର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ‘ସମ୍ବାଦ’ର ବାର୍ତ୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri