ପାକିସ୍ତାନ ମାନବାଧିକାର ବିଷୟରେ ଜାଣିଛି କ’ଣ
ନୂଆଦିଲ୍ଲୀ, ୧୬ା୯: ନିଜ ଦେଶରେ ହିନ୍ଦୁ, ଶିଖଙ୍କ ଭଳି ଅଳ୍ପ ସଂଖ୍ୟକକୁ ସୁରକ୍ଷା ଦେଇପାରୁ ନାହିଁ। ପାକିସ୍ତାନ ଓ ପିଓକେରେ ଅଳ୍ପ ସଂଖ୍ୟକ ସମ୍ପ୍ରଦାୟର ହଜାର ହଜାର ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ସେମାନଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଛି। ଆତଙ୍କବାଦର କେନ୍ଦ୍ରସ୍ଥଳୀ…
ଦେଶରେ କମୁଛି, ଓଡ଼ିଶାରେ ମହିଳାଙ୍କ ବିରୋଧରେ ବଢ଼ୁଛି ଅପରାଧ
ନୂଆଦିଲ୍ଲୀ,୧୫।୯: ୨୦୧୯ ତୁଳନାରେ ସାରା ଦେଶରେ ମହିଳା ବିରୋଧୀ ଅପରାଧ ହ୍ରାସ ପାଇଥିବା ବେଳେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବୃଦ୍ଧି ପାଇଛି। ମହିଳାଙ୍କ ପ୍ରତି ହିଂସା କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପଶ୍ଚିମବଙ୍ଗ ସର୍ବାଗ୍ରେ ରହିଛି। ଏହା…
ବେଦାନ୍ତ ସୁରକ୍ଷା ଅଧିକାରୀଙ୍କ ନାମରେ ଅପହରଣ ମାମଲା
ଝାରସୁଗୁଡା ଅଫିସ୍,୧୫।୯: ଝାରସୁଗଡ଼ା ଭୂର୍କାମୁଣ୍ଡା ସ୍ଥିତ ବେଦାନ୍ତ କମ୍ପାନୀର କିଛି ସିକ୍ୟୁରିଟି ଅଧିକାରୀ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଅପହରଣ କରି ୧୫ ଦିନ ପ୍ରକଳ୍ପ ପରିସରରେ ନିର୍ଯାତନା ଦେଇଥିଲେ। ଏଭଳି ଅଭିଯୋଗ ଆଣିଛନ୍ତି ବଡମାଲ ଥାନା ଅଧୀନ ବଞ୍ଜରୀ ଗ୍ରାମର ବିହାରୀ…
ହାଇଦ୍ରାବାଦ୍ ଦଳରେ ଟେଷ୍ଟ ସ୍ପେଶାଲିଷ୍ଟ
ହାଇଦ୍ରାବାଦ୍,୧୫।୯: ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରି ଆଗାମୀ ଘରୋଇ ସିଜନରେ ହାଇଦ୍ରାବାଦ୍ ପାଇଁ ଖେଳିବେ। ଏଥି ପୂର୍ବରୁ ୫ ବର୍ଷ ଧରି ସେ ହାଇଦ୍ରାବାଦ ଛାଡ଼ି ଆନ୍ଧ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ୨୦୧୫-୧୬ ସିଜନରେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍…
ରାଜଧାନୀରେ ଲୁଟ୍ ବେଳେ ଛୁରାମାଡ଼
ଭୁବନେଶ୍ୱର,୧୫।୯(ବ୍ୟୁରୋ): ଲୁଟ୍ କରିବାରେ ବିଫଳ ହେବାରୁ ବୁଧବାର ଜଣେ ବ୍ୟକ୍ତିଙ୍କୁ ଲୁଟେରାମାନେ ଛୁରାମାଡ କରି ଫେରାର ହୋଇଯାଇଛନ୍ତି। ଏପରି ଏକ ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ । ଆକ୍ରମଣର ଶିକାର ହୋଇଛନ୍ତି ସ୍ଥାନୀୟ ଥାନା ବାଲିଆପଡାର ଭରତ ସାହୁ। ଭରତଙ୍କ…
୧୫୩ ଗଣମାଧ୍ୟମ ସଂସ୍ଥାରେ ତାଲା
କାବୁଲ,୧୫।୯: ଆଫଗାନିସ୍ତାନ ତାଲିବାନ ଶାସନ ଅଧୀନକୁ ଯିବା ପରେ ସେଠାରେ ମାସକରୁ କମ୍ ସମୟ ମଧ୍ୟରେ ୧୫୩ଟି ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଗଲାଣି। ଟୋଲୋ ନ୍ୟୁଜ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ଆଫଗାନିସ୍ତାନର ୨୦ଟି ପ୍ରଦେଶରେ ବିଭିନ୍ନ ରେଡିଓ ଷ୍ଟେଶନ,…
କାମୁଡ଼ିବା ପରେ ବେକରେ ୨ ଘଣ୍ଟା କାଳ ଗୁଡ଼ାଇ ହୋଇରହିଲା ନାଗ ସାପ, ତଥାପି …
ମୁମ୍ବାଇ,୧୫।୯: ନାଗ ସାପ କାମୁଡ଼ିବା ପରେ ୨ ଘଣ୍ଟା ଧରି ବେକରେ ଗୁଡ଼ାଇ ହୋଇ ରହିଥିଲା। ହେଲେ ବଞ୍ଚିଯାଇଛି ୬ ବର୍ଷୀୟା କୁନି ଝିଅର ଜୀବନ। ଏଭଳି ଅବିଶ୍ୱସନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଓ୍ବାର୍ଧା ଜିଲାରେ। ଘଟଣାର ୪ ଦିନ ପରେ…
ଭକ୍ତିଗୀତି ଆଲବମ୍ ‘ଦିବ୍ୟ ଦ୍ୟୋତନା’
ଭୁବନେଶ୍ବର: ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୪ତମ ଶୁଭ ଆବିର୍ଭାବ ତିଥି ଅବସରରେ ବୁଧବାର ମୁକ୍ତିଲାଭ କରିଛି ଭକ୍ତିଗୀତି ଆଲବମ୍ ‘ଦିବ୍ୟ ଦ୍ୟୋତନା’ । ଝାଡ଼ଖଣ୍ଡ ଦେଓଘରସ୍ଥିତ ସତସଙ୍ଗ ଆଶ୍ରମଠାରେ ଆଚାର୍ଯ୍ୟଦେବ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମଧ୍ୟମ ପୁତ୍ର ପୂଜନୀୟ ଅନିରୁଦ୍ଧ ଚକ୍ରବର୍ତ୍ତୀ(ସିପାଇ ଦା’)ଙ୍କ କର…
ବାଦ୍ ପଡ଼ିଲେ ମନିକା
ନୂଆଦିଲ୍ଲୀ,୧୫।୯: ଦୋହାରେ ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ଏସିଆନ୍ ଟେବୁଲ ଟେନିସ ଚାମ୍ପିୟନଶିପରୁ ବାଦ୍ ପଡ଼ିଛନ୍ତି ଭାରତର ମନିକା ବାତ୍ରା। ରାଷ୍ଟ୍ରୀୟ ଶିବିରରେ ଯୋଗ ଦେଇନଥିବାରୁ ଶୃଙ୍ଖଳାଗତ କାରଣରୁ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି। ସୂଚନା ଅନୁସାରେ, ଜାତୀୟ…
ପୋଖରୀରେ ବର୍ଜ୍ୟବସ୍ତୁ: ଲକ୍ଷାଧିକ ମାଛ ମଡ଼କ
ଝାରସୁଗୁଡା ଅଫିସ୍,୧୫।୯: ଝାରସୁଗୁଡ଼ା ପୌର ପରିଷଦ ଅଧୀନ ପୁରୁଣାବସ୍ତିର ୧୭ ଏକର ଜମିରେ ଥିବା ବୃହତ୍ ପୋଖରୀରେ ୨ଦିନ ହେଲାଣି ମାଛ ମଡ଼କ ଦେଖାଦେଇଛି। ପୋଖରୀରେ ଲକ୍ଷାଧିକ ବିଭିନ୍ନ ପ୍ରକାର ଛୋଟବଡ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ବେଦାନ୍ତ କାରଖାନାର…
ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ତାଲିବାନ୍ ପ୍ରତିଷ୍ଠାତା
କାବୁଲ,୧୫।୯: ତାଲିବାନ୍ ଉପ ପ୍ରତିଷ୍ଠାତା ତଥା ବର୍ତ୍ତମାନ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ ମୁଲା ଅବଦୁଲ ଘନି ବରାଦରଙ୍କୁ ଚଳିତ ବର୍ଷର ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ସ୍ଥାନ ଦେଇଛି ଟାଇମ ମାଗାଜିନ୍। ଏହି ତାଲିବାନ୍ ନେତାଙ୍କୁ ପରୋପକାରୀ ସାମରିକ ନେତା…
ଥାନା ବୋଲେରୋ ଧରି ଛୁ
ଢେଙ୍କାନାଳ ଅଫିସ, ୧୫।୯: ସନ୍ଦେହ ଜନକ ଅବସ୍ଥାରେ ରାତିରେ ରାସ୍ତାରେ ବୁଲୁଥିବାବେଳେ ଉଠାଇ ଆଣିଥିଲା ପୋଲିସ। ଅସ୍ବାଭାବିକ ଆଚରଣରୁ ମାନସିକ ଭିନ୍ନକ୍ଷମ ହୋଇଥିବା ଅନୁମାନ କରି ପୋଲିସ ଗାଡ଼ିରେ ଯୁବକଙ୍କୁ ଘରକୁ ଛାଡ଼ିବାକୁ ଯାଉଥିଲେ ବିଭାଗୀୟ ଡ୍ରାଇଭର। ହେଲେ ଚାଳକ ଥାନାକୁ…
Archives


