Posted inଜାତୀୟ

ବୈଜ୍ଞାନିକଙ୍କ ଚେତାବନୀ: ମାନବଜାତି ପାଇଁ ଘାତକ ହୋଇପାରେ କରୋନାର ନୂଆ ଭାରିଆଣ୍ଟ ‘ନିଓକୋଭ୍‌’

ନୂଆଦିଲ୍ଲୀ,୨୮।୧: ମହାମାରୀ କରୋନାର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ବିଶ୍ୱବାସୀଙ୍କ ନିଦ ହଜାଇଥିବା ବେଳେ ଏବେ ନୂଆ ବିପଦ ସାମ୍ନାକୁ ଆସିଛି। ଚାଇନାର ଉହାନ ସହରର ବୈଜ୍ଞାନିକ କରୋନାର ନୂଆ ରୂପ NeoCov(ନିଓକୋଭ୍‌) ଭାଇରସ୍‌କୁ ଚିହ୍ନଟ କରିଛନ୍ତି। ଏହା ବେଶ ମାରାତ୍ମକ ହୋଇଥିବା ବେଳେ ସଂକ୍ରମିତ କରୁଥିବା ୩୩%ଙ୍କ ଜୀବନ ନେବାକୁ ସକ୍ଷମ। ଅର୍ଥାତ ପ୍ରତି ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇବାର ଆଶଙ୍କା ମଧ୍ୟ ରହିଛି।

ଏହି ନିଓକୋଭ୍‌ ଭାଇରସ୍‌ ନୂଆ ନୁହେଁ। ୨୦୧୨ ଓ ୨୦୧୫ରେ ପଶ୍ଚିମ ଏସିଆରେ ଏହା ଦେଖିବାକୁ ମିଳିଥିଲା। ଏବେ ଦକ୍ଷିଣ ଆଫ୍ରିକାରେ ଥିବା ବାଦୁଡ଼ିମାନଙ୍କ ଶରୀରରୁ ଏହା ମିଳିଛି। ଭବିଷ୍ୟତରେ ଏହା ମନୁଷ୍ୟ ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇପାରେ। ହେଲେ ଏପର୍ଯ୍ୟନ୍ତ ତାହା ମଣିଷଙ୍କ ଦେହରେ ଚିହ୍ନଟ ହୋଇନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଗବେଷକଙ୍କ ଅନୁସାରେ ଏହି ନୂଆ ଭାଇରସକୁ ମଣିଷ ଦେହରେ ସଂକ୍ରମିତ ହେବାକୁ କେବଳ ଗୋଟିଏ ମ୍ୟୁଟେସନ ଆବଶ୍ୟକ। ଥରେ ଏଥିରେ ସଂକ୍ରମିତ ହେଲେ ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବ।

ତେବେ ଡବ୍ଲୁଏଚ୍‌ଓ ଏହାକୁ ଗୁରୁତ୍ୱର ସହ ନେଇଛି। ଭାଇରସ୍‌ ମାନବଜାତି ପ୍ରତି କି ବିପଦ ସୃଷ୍ଟି କରିବ, ତାହା ଅଧିକ ଗବେଷଣା ପରେ ଜଣାପଡ଼ିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସେନା ଅଫିସରଙ୍କୁ ଆକ୍ରମଣ: ବାନ୍ଧବୀଙ୍କୁ ଗଣବଳାତ୍କାର

ଭୋପାଳ,୧୨ା୯: ମଧ୍ୟପ୍ରଦେଶର ଇନ୍ଦୋରରେ ୨ ଜଣ ଯୁବ ସେନା ଅଫିସରଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିବା ସହ ସେମାନଙ୍କ ବାନ୍ଧବୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ଗଣବଳାତ୍କାର...

ମୃତ ଶରୀର ଉପରେ ବି ନଜର, ସରକାରୀ ହସ୍ପିଟାଲରେ କଳା ଧନ୍ଦା, ସିବିଆଇର ଦାବି…

କୋଲକାତା,୧୨।୯: ପଶ୍ଚିମବଙ୍ଗର ସରକାରୀ ଡାକ୍ତରଖାନାଗୁଡ଼ିକରେ ଅନେକ ଶବ ବ୍ୟବଚ୍ଛେଦ ଦୁର୍ନୀତିରେ ପରିଣତ ହୋଇଛି। ସିବିଆଇ ଦ୍ୱାରା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗତ ସାତ ବର୍ଷ...

ସୀତାରାମ ୟେଚୁରୀଙ୍କର ହେବନାହିଁ ଦାହ ସଂସ୍କାର, ପରିବାର ଲୋକଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୯: ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କର ଗୁରୁବାର ଦେହାନ୍ତ ହୋଇଛି। ଗତ ୨୩ ଦିନ ଧରି ଦିଲ୍ଲୀର ଏମ୍ସରେ ୭୨ବର୍ଷୀୟ ୟେଚୁରୀ ଚିକିତ୍ସିତ ହେଉଥିଲେ। ସେ...

‘ବିଶ୍ୱ ଖରାପ ଥିଲା, ଆମେ ବି…’, ନିଜ ସମ୍ପର୍କରେ ଏମିତି କ’ଣ କହିଲେ କଙ୍ଗନା ଯାହାକୁ ନେଇ…

ମୁମ୍ବାଇ,୧୨।୯: ମୁଁ ବହୁତ କମ ବୟସରେ ଘର ଛାଡିଥିଲି। ଏହି ବୟସରେ ମୋର ସେହି ବୟସ ଆଉ ଅଧିକ ମନେ ନାହିଁ। କିନ୍ତୁ ଅନେକ ଥର...

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ? ପୁଟିନଙ୍କୁ ଭେଟିଲେ ମୋଦିଙ୍କ ଦୂତ

ନୂଆଦିଲ୍ଲୀ/ମସ୍କୋ,୧୨।୯: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେଣ୍ଟ ପିଟର୍ସବର୍ଗର କନଷ୍ଟାଣ୍ଟିନୋଭସ୍କି ପ୍ୟାଲେସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ...

‘ଏହା ସୁପ୍ରିମକୋର୍ଟଙ୍କ ପାଇଁ ଠିକ ନୁହେଁ’, ଏମିତି କହି କାହିଁକି ଆଶ୍ଚର୍ଯ୍ୟ ପ୍ରକଟ କଲେ କପିଲ ସିବଲ

ନୂଆଦିଲ୍ଲୀ,୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର (ସେପ୍ଟେମ୍ବର ୧୧)ରେ ନୂଆଦିଲ୍ଲୀରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡଙ୍କ ଘରେ ଗଣେଶ ପୂଜା ସମାରୋହରେ ଯୋଗ ଦେଇଥିଲେ।...

ଅସୁସ୍ଥ ହୋଇପଡିଲେ ଲାଲୁ, ଆଗାମୀ ୨-୩ ଦିନ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

ପାଟନା,୧୨।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ହଠାତ୍‌ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କର ହୃଦରୋଗ ସମସ୍ୟା ଦେଖାଦେବା ପରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଦୁଇ ଦିନ...

କାହାକୁ ହାତ ଯୋଡି କ୍ଷମା ମାଗିଲେ ମମତା, ଜାଣନ୍ତୁ ପୁରା ଘଟଣା

କୋଲକାତା,୧୨।୯: ପଶ୍ଚିମବଙ୍ଗରେ ହୋଇଥିବା କୋଲକାତା ବଳାତ୍କାର-ହତ୍ୟା ଘଟଣା ବେଳକୁ ବେଳ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରୁଛି। ଏହି ମାମଲାକୁ ନେଇ ଧର୍ମଘଟ କରୁଥିବା ଡାକ୍ତରମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri