ଆରମ୍ଭରୁ ୟୁରିଆ କଳାବଜାର

ବରଗଡ଼ ଅଫିସ୍‌,୨୯।୧: ବରଗଡ଼ ଜିଲାରେ ରବିଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଚାଷୀମାନେ ଧାନ ବୁଣାବୁଣି କରିସାରିଥିବା ବେଳେ ଅନେକ ସ୍ଥାନରେ ଧାନପହ୍ଲା ରୁଆ ଚାଲିଛି। ତେବେ ରବି ଫସଲ ଆରମ୍ଭରୁ ୟୁରିଆ ସାରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି କ୍ରମରେ ଗୁରୁବାର ବରଗଡ଼ ବ୍ଲକ ଖୁଣ୍ଟପାଲି, ବେହେରା, ଗାଈସୀମା, ତୁରୁଙ୍ଗା ଗ୍ରାମର ଚାଷୀମାନେ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କୁ ଫେରାଦ ହୋଇଥିବା ବେଳେ ଶୁକ୍ରବାର ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସହରରେ ଥିବା ଜଣେ ଲାଇସେନ୍ସପ୍ରାପ୍ତ ସାର ଦୋକାନୀ ୟୁରିଆ ସାର (ଇଫ୍‌କୋ)ରେ ସରକାରୀ ଦରଠାରୁ ଅଧିକ ୨ଶହ ଟଙ୍କା ନେଉଥିବା ଅଭିଯୋଗ କରି ସେମାନେ ଏଭଳି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷ ଆରମ୍ଭରୁ ୟୁରିଆ ସାରକୁ ନେଇ ଏଭଳି ଉତ୍ତେଜନା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ରବି ଫସଲରେ ମୁଖ୍ୟତଃ ବରଗଡ଼ ଜିଲାର ଜଳସେଚିତ ଅଞ୍ଚଳରେ ଧାନଚାଷ କରାଯାଏ। ବର୍ତ୍ତମାନ ପହ୍ଲାରୁଆ ଆରମ୍ଭ ହୋଇଛି। ଏହି ସମୟରେ ୟୁରିଆ ସାରର ଆବଶ୍ୟକତା ଥିବାବେଳେ ଏହାର କଳାବଜାର କରାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଗୁରୁବାର ଚାଷୀମାନେ ବରଗଡ଼ ସହରରେ ଥିବା ଜଣେ ଲାଇସେନ୍ସପ୍ରାପ୍ତ ଦୋକାନୀଙ୍କ ପାଖକୁ ସାର କିଣିବାକୁ ଆସିଥିଲେ। ସାର ବସ୍ତାରେ ଦର ୧୭୦୦ ଟଙ୍କା ଲେଖାଯାଇଥିବା ବେଳେ ସମ୍ପୃକ୍ତ ଦୋକାନୀ ୧୯୦୦ ଟଙ୍କାରେ ବିକ୍ରି କରିଥିଲେ। ଏଭଳି ଅଭିଯୋଗ ନେଇ ସମ୍ପୃକ୍ତ ସାର ଦୋକାନ, ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ ଅଫିସ ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଅପରପକ୍ଷେ ଶୁକ୍ରବାର ମଧ୍ୟ ଚାଷୀମାନେ ବ୍ଲକ କୃଷି କାର୍ଯ୍ୟାଳୟକୁ ଆସି ଘେରିଥିଲେ ଏବଂ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହିତ ସରକାରୀ ଦରରେ ଚାଷୀମାନଙ୍କୁ ୟୁରିଆ ସାର ଯୋଗାଇ ଦେବାକୁ ଦାବି କରିଥିଲେ। ଏ ନେଇ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ଉଦ୍ଦେଶ୍ୟରେ ବ୍ଲକ କୃଷି ଅଧିକାରୀ ସୌମ୍ୟା ଶୁଭଶ୍ରୀ ବିଭାରଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା (ସିଡ଼ିଏଓ)ଙ୍କୁ ପଚାରିବାରୁ ସେ କହିଥିଲେ, ସମ୍ପୃକ୍ତ ଚାଷୀମାନେ ଇଫ୍‌କୋ କମ୍ପାନୀର ୟୁରିଆ ସାର ଚାହୁଁଛନ୍ତି। ଗତ ୪ମାସ ତଳୁ ଏହି ସାର ଆସିନାହିଁ ଏବଂ ପୂର୍ବରୁ ଯାହା ଆସିଥିଲା, ତାହା ବିତରଣ ହୋଇସାରିଛି। ଗତବର୍ଷ ଡିସେମ୍ବର ୧ ସୁଦ୍ଧା ଇଫ୍‌କୋ କମ୍ପାନୀର ୟୁରିଆ ସାର ବସ୍ତା ପ୍ରତି ୧୭୦୦ ଟଙ୍କା ଥିଲା ଏବଂ ଡିସେମ୍ବର ୮ରେ ଏହା ୧୯୦୦ ଟଙ୍କାକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଇଫ୍‌କୋ କମ୍ପାନୀର ୟୁରିଆ ସାର ମହଜୁଦ ନାହିଁ। କିନ୍ତୁ ଅନ୍ୟ କମ୍ପାନୀର ୟୁରିଆ ସାର ପର୍ଯ୍ୟାପ୍ତ ମହଜୁଦ ରହିଛି। ଫଳରେ ସେହି କମ୍ପାନୀର ୟୁରିଆ ନେଇ ଜମିରେ ପ୍ରୟୋଗ କରିବାକୁ ଜିଲା ମୁଖ୍ୟ କୃଷି ଅଧିକାରୀ ମହାରଣା ଚାଷୀଙ୍କୁ ନିବେଦନ କରିଛନ୍ତି। ସେହିପରି ଅନ୍‌ଲାଇନ୍‌ରେ ସାର ବିକ୍ରି ହେଉଛି ଏବଂ ସବୁ ତଥ୍ୟ ସେଠାରେ ରହୁଛି। ଫଳରେ ସାର କଳାବଜାର ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?