୫୧ ଶିଳ୍ପ ନେଇଛନ୍ତି ୬୯୮୯.୩୯ କୋଟି

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଶିଳ୍ପାୟନ ପାଇଁ ସରକାର ଜମି ଦେଉଛନ୍ତି। ହେଲେ ବିଭିନ୍ନ ଶିଳ୍ପସଂସ୍ଥା ସେହି ଜମିକୁ ଉଦ୍ଦେଶ୍ୟ ବାହାରେ ଅନ୍ୟ କାର୍ଯ୍ୟରେ ବିନିଯୋଗ କରୁଛନ୍ତି। ଫଳରେ ମୂଲ୍ୟବାନ ଜମି ଦୀର୍ଘଦିନ ଧରି ତଥାକଥିତ ଶିଳ୍ପ ମାଲିକମାନଙ୍କ କବ୍‌ଜାରେ ରହୁଛି। ସରକାରୀ ଜମି ବନ୍ଧକ ରଖି ରାଜ୍ୟର ୫୧ ଶିଳ୍ପସଂସ୍ଥା ୬୯୮୯.୩୯ କୋଟି ଟଙ୍କା ଋଣ ନେଇଛନ୍ତି। ସେହିପରି ଶିଳ୍ପ ଉଦ୍ଦେଶ୍ୟ ପୂରଣ ହେଉ ନ ଥିବାରୁ ୧୪ ଜିଲାରେ ଅବ୍ୟବହୃତ ହୋଇ ପଡ଼ିଛି ୧୧୭୦ ଏକର ଜମି। କେବଳ ସେତିକି ନୁହେଁ, ଗତ ୧୦ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ ଆଇଟି, ଇଲେକ୍ଟ୍ରୋନିକ୍ସ ଇତ୍ୟାଦି ଶିଳ୍ପ ପାଇଁ ବିଭିନ୍ନ ବେସରକାରୀ ସଂସ୍ଥାକୁ ଯୋଗାଇ ଦିଆଯାଇଥିବା ଜମିରୁ ବହୁ ଜମି ପରିତ୍ୟକ୍ତ ହୋଇ ପଡ଼ିରହିଛି। ଅବ୍ୟବହୃତ ଜମିକୁ ସରକାର ଫେରାଇ ଆଣୁନାହାନ୍ତି କିମ୍ବା ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି।
ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବରଗଡ଼, କଟକ, ଢେଙ୍କନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନୟାଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର, ରାୟଗଡ଼ା, ବାଲେଶ୍ୱର, ମୟୂରଭଞ୍ଜ ଆଦି ୧୪ ଜିଲାରେ ୪୧୦ଟି ଶିଳ୍ପ ସଂସ୍ଥାକୁ ରାଜସ୍ବ ବିଭାଗ ୩୬,୮୫୧.୧୦୩୬ ଏକର ଜମି ଯୋଗାଇ ଦେଇଥିଲା। ସେଥିରୁ ଦୀର୍ଘବର୍ଷ ହେବ ୧୧୭୦.୫୯୬ ଏକର ଜମି ଅବ୍ୟବହୃତ ହୋଇ ପଡ଼ିରହିଛି। କଟକ ଜିଲାରେ ବିଭିନ୍ନ ଶିଳ୍ପ ସଂସ୍ଥାକୁ ୨୮୫୧.୯୦୦ ଏକର ଜମି ଯୋଗାଇ ଦିଆଯାଇଥିଲା। ସେଥିରୁ ୨୩୨୪.୬୬୫ ଏକର ଜମି ବ୍ୟବହୃତ ହୋଇଛି। ୪୯୪.୩୮୦ ଏକର ଜମି ଅବ୍ୟବହୃତ ହୋଇ ପଡ଼ିରହିଛି।
ଅନୁରୂପ ଭାବେ ଢେଙ୍କାନାଳ ଜିଲାରେ ୫୫୪.୯୪ ଏକର, କଳାହାଣ୍ଡି ଜିଲାରେ ୩୨.୪୦ ଏକର, ବାଲେଶ୍ୱର ଜିଲାରେ ୩୨.୯୮ ଏକର ଜମି ଅବ୍ୟବହୃତ ହୋଇ ପଡ଼ିରହିଛି। ମୟୂରଭଞ୍ଜ ଜିଲାକୁ ବିଭିନ୍ନ ଶିଳ୍ପ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ୨୨୬.୬ ଏକର ଜମିରୁ ମାତ୍ର ୪୩.୯୬ ଏକର ବ୍ୟବହୃତ ହୋଇଛି। ତେବେ ବିଡମ୍ବନାର ବିଷୟ ଯେ ୫୧ଟି ଶିଳ୍ପ ସଂସ୍ଥା ସରକାରଙ୍କଠାରୁ ଲିଜ୍‌ ସୂତ୍ରରେ ନେଇଥିବା ୩୯୭.୩୧୦ ଏକର ଜମିକୁ ବିଭିନ୍ନ ବ୍ୟାଙ୍କରେ ବନ୍ଧକ ପକାଇ ୬୯୮୯.୩୯୫ କୋଟି ଟଙ୍କା ଋଣ ନେଇ ଯାଇଛନ୍ତି। ବନ୍ଧକ ରହିଥିବାରୁ ସରକାର ସେହି ଜମିକୁ ଫେରାଇ ଆଣିବା ମଧ୍ୟ ସହଜ ହେଉ ନାହିଁ। ଅନ୍ୟପକ୍ଷରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଶିଳ୍ପର ପ୍ରସାର ପାଇଁ ରାଜ୍ୟ ସରକାର ରସୁଲଗଡ଼, ଚନ୍ଦକା, ଇନ୍‌ଫୋସିଟି, ଚନ୍ଦକା ଏସ୍‌ଇଜେଡ୍‌, ମଞ୍ଚେଶ୍ୱର, ଇନ୍‌ଫୋଭ୍ୟାଲି, ଇନ୍‌ଫୋଭ୍ୟାଲି-୨ ଆଇଟି ପାର୍କ, ଇନ୍‌ଫୋଭ୍ୟାଲି-୨ ଇଏମ୍‌ସି ପାର୍କ, ଅଙ୍ଗାରଗାଡ଼ିଆ ଆଦି ବିଭିନ୍ନ ଶିଳ୍ପାଞ୍ଚଳରେ ୪୮ଟି ଇଲେକ୍ଟ୍ରୋନିକ୍ସ, ଆଇଟି ଏବଂ ଇଏସ୍‌ଡିଏମ୍‌ କମ୍ପାନୀଗୁଡ଼ିକୁ ଗତ ୧୦ ବର୍ଷ ମଧ୍ୟରେ ୧୧୬୦.୬୧୨୯ ଏକର ଜମି ଯୋଗାଇ ଦେଇଛନ୍ତି। ସେଥିରୁ ମାତ୍ର ୧୬ଟି ସଂସ୍ଥା କାର୍ଯ୍ୟକ୍ଷମ ଥିବାବେଳେ ଅନ୍ୟ ସଂସ୍ଥାଗୁଡ଼ିକ ଏ ପର୍ଯ୍ୟନ୍ତ ସେ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି।
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ଯେଉଁ ଶିଳ୍ପ ସଂସ୍ଥାଗୁଡ଼ିକ ଜମି ନେଇ ବ୍ୟବହାର କରୁନାହାନ୍ତି ସେସବୁ ଜମିକୁ ଫେରାଇ ଆଣିବାକୁ ଇଡ୍‌କୋ ନିୟମ ଅନୁଯାୟୀ କାରଣଦର୍ଶାଅ ନୋଟିସ ଦିଆଯାଇଛି ା ଏଥିସହିତ ଆବଣ୍ଟନ ରଦ୍ଦ ସହ ମକଦ୍ଦମା ରୁଜୁ କରାଯାଇଛି । ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା ସକାଶେ ସରକାରୀ ଓ ଘରୋଇ ଜମି ଯୋଗାଇ ଦେବା ପାଇଁ ସରକାର ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରିଛନ୍ତି। ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରୁଥିବା ଶିଳ୍ପ ସଂସ୍ଥାକୁ ସରକାରୀ ସହ ଘରୋଇ ଜମି ଯୋଗାଇ ଦେବାକୁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି । ମାତ୍ର ରାଜ୍ୟରେ ଅବ୍ୟବହୃତ ହୋଇ ପଡ଼ିଥିବା ଜମିକୁ ଫେରାଇ ଆଣିବା ଦିଗରେ ସେପରି ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଦୀର୍ଘ ବର୍ଷ ଧରି ମୂଲ୍ୟବାନ ସରକାରୀ ଜମି କେତେକ ସଂସ୍ଥା କବ୍‌ଜାରେ ରହିଯାଇଛି ବୋଲି ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?