୫୧ ଶିଳ୍ପ ନେଇଛନ୍ତି ୬୯୮୯.୩୯ କୋଟି

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଶିଳ୍ପାୟନ ପାଇଁ ସରକାର ଜମି ଦେଉଛନ୍ତି। ହେଲେ ବିଭିନ୍ନ ଶିଳ୍ପସଂସ୍ଥା ସେହି ଜମିକୁ ଉଦ୍ଦେଶ୍ୟ ବାହାରେ ଅନ୍ୟ କାର୍ଯ୍ୟରେ ବିନିଯୋଗ କରୁଛନ୍ତି। ଫଳରେ ମୂଲ୍ୟବାନ ଜମି ଦୀର୍ଘଦିନ ଧରି ତଥାକଥିତ ଶିଳ୍ପ ମାଲିକମାନଙ୍କ କବ୍‌ଜାରେ ରହୁଛି। ସରକାରୀ ଜମି ବନ୍ଧକ ରଖି ରାଜ୍ୟର ୫୧ ଶିଳ୍ପସଂସ୍ଥା ୬୯୮୯.୩୯ କୋଟି ଟଙ୍କା ଋଣ ନେଇଛନ୍ତି। ସେହିପରି ଶିଳ୍ପ ଉଦ୍ଦେଶ୍ୟ ପୂରଣ ହେଉ ନ ଥିବାରୁ ୧୪ ଜିଲାରେ ଅବ୍ୟବହୃତ ହୋଇ ପଡ଼ିଛି ୧୧୭୦ ଏକର ଜମି। କେବଳ ସେତିକି ନୁହେଁ, ଗତ ୧୦ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ ଆଇଟି, ଇଲେକ୍ଟ୍ରୋନିକ୍ସ ଇତ୍ୟାଦି ଶିଳ୍ପ ପାଇଁ ବିଭିନ୍ନ ବେସରକାରୀ ସଂସ୍ଥାକୁ ଯୋଗାଇ ଦିଆଯାଇଥିବା ଜମିରୁ ବହୁ ଜମି ପରିତ୍ୟକ୍ତ ହୋଇ ପଡ଼ିରହିଛି। ଅବ୍ୟବହୃତ ଜମିକୁ ସରକାର ଫେରାଇ ଆଣୁନାହାନ୍ତି କିମ୍ବା ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି।
ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବରଗଡ଼, କଟକ, ଢେଙ୍କନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନୟାଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର, ରାୟଗଡ଼ା, ବାଲେଶ୍ୱର, ମୟୂରଭଞ୍ଜ ଆଦି ୧୪ ଜିଲାରେ ୪୧୦ଟି ଶିଳ୍ପ ସଂସ୍ଥାକୁ ରାଜସ୍ବ ବିଭାଗ ୩୬,୮୫୧.୧୦୩୬ ଏକର ଜମି ଯୋଗାଇ ଦେଇଥିଲା। ସେଥିରୁ ଦୀର୍ଘବର୍ଷ ହେବ ୧୧୭୦.୫୯୬ ଏକର ଜମି ଅବ୍ୟବହୃତ ହୋଇ ପଡ଼ିରହିଛି। କଟକ ଜିଲାରେ ବିଭିନ୍ନ ଶିଳ୍ପ ସଂସ୍ଥାକୁ ୨୮୫୧.୯୦୦ ଏକର ଜମି ଯୋଗାଇ ଦିଆଯାଇଥିଲା। ସେଥିରୁ ୨୩୨୪.୬୬୫ ଏକର ଜମି ବ୍ୟବହୃତ ହୋଇଛି। ୪୯୪.୩୮୦ ଏକର ଜମି ଅବ୍ୟବହୃତ ହୋଇ ପଡ଼ିରହିଛି।
ଅନୁରୂପ ଭାବେ ଢେଙ୍କାନାଳ ଜିଲାରେ ୫୫୪.୯୪ ଏକର, କଳାହାଣ୍ଡି ଜିଲାରେ ୩୨.୪୦ ଏକର, ବାଲେଶ୍ୱର ଜିଲାରେ ୩୨.୯୮ ଏକର ଜମି ଅବ୍ୟବହୃତ ହୋଇ ପଡ଼ିରହିଛି। ମୟୂରଭଞ୍ଜ ଜିଲାକୁ ବିଭିନ୍ନ ଶିଳ୍ପ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ୨୨୬.୬ ଏକର ଜମିରୁ ମାତ୍ର ୪୩.୯୬ ଏକର ବ୍ୟବହୃତ ହୋଇଛି। ତେବେ ବିଡମ୍ବନାର ବିଷୟ ଯେ ୫୧ଟି ଶିଳ୍ପ ସଂସ୍ଥା ସରକାରଙ୍କଠାରୁ ଲିଜ୍‌ ସୂତ୍ରରେ ନେଇଥିବା ୩୯୭.୩୧୦ ଏକର ଜମିକୁ ବିଭିନ୍ନ ବ୍ୟାଙ୍କରେ ବନ୍ଧକ ପକାଇ ୬୯୮୯.୩୯୫ କୋଟି ଟଙ୍କା ଋଣ ନେଇ ଯାଇଛନ୍ତି। ବନ୍ଧକ ରହିଥିବାରୁ ସରକାର ସେହି ଜମିକୁ ଫେରାଇ ଆଣିବା ମଧ୍ୟ ସହଜ ହେଉ ନାହିଁ। ଅନ୍ୟପକ୍ଷରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଶିଳ୍ପର ପ୍ରସାର ପାଇଁ ରାଜ୍ୟ ସରକାର ରସୁଲଗଡ଼, ଚନ୍ଦକା, ଇନ୍‌ଫୋସିଟି, ଚନ୍ଦକା ଏସ୍‌ଇଜେଡ୍‌, ମଞ୍ଚେଶ୍ୱର, ଇନ୍‌ଫୋଭ୍ୟାଲି, ଇନ୍‌ଫୋଭ୍ୟାଲି-୨ ଆଇଟି ପାର୍କ, ଇନ୍‌ଫୋଭ୍ୟାଲି-୨ ଇଏମ୍‌ସି ପାର୍କ, ଅଙ୍ଗାରଗାଡ଼ିଆ ଆଦି ବିଭିନ୍ନ ଶିଳ୍ପାଞ୍ଚଳରେ ୪୮ଟି ଇଲେକ୍ଟ୍ରୋନିକ୍ସ, ଆଇଟି ଏବଂ ଇଏସ୍‌ଡିଏମ୍‌ କମ୍ପାନୀଗୁଡ଼ିକୁ ଗତ ୧୦ ବର୍ଷ ମଧ୍ୟରେ ୧୧୬୦.୬୧୨୯ ଏକର ଜମି ଯୋଗାଇ ଦେଇଛନ୍ତି। ସେଥିରୁ ମାତ୍ର ୧୬ଟି ସଂସ୍ଥା କାର୍ଯ୍ୟକ୍ଷମ ଥିବାବେଳେ ଅନ୍ୟ ସଂସ୍ଥାଗୁଡ଼ିକ ଏ ପର୍ଯ୍ୟନ୍ତ ସେ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି।
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ଯେଉଁ ଶିଳ୍ପ ସଂସ୍ଥାଗୁଡ଼ିକ ଜମି ନେଇ ବ୍ୟବହାର କରୁନାହାନ୍ତି ସେସବୁ ଜମିକୁ ଫେରାଇ ଆଣିବାକୁ ଇଡ୍‌କୋ ନିୟମ ଅନୁଯାୟୀ କାରଣଦର୍ଶାଅ ନୋଟିସ ଦିଆଯାଇଛି ା ଏଥିସହିତ ଆବଣ୍ଟନ ରଦ୍ଦ ସହ ମକଦ୍ଦମା ରୁଜୁ କରାଯାଇଛି । ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା ସକାଶେ ସରକାରୀ ଓ ଘରୋଇ ଜମି ଯୋଗାଇ ଦେବା ପାଇଁ ସରକାର ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରିଛନ୍ତି। ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରୁଥିବା ଶିଳ୍ପ ସଂସ୍ଥାକୁ ସରକାରୀ ସହ ଘରୋଇ ଜମି ଯୋଗାଇ ଦେବାକୁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି । ମାତ୍ର ରାଜ୍ୟରେ ଅବ୍ୟବହୃତ ହୋଇ ପଡ଼ିଥିବା ଜମିକୁ ଫେରାଇ ଆଣିବା ଦିଗରେ ସେପରି ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଦୀର୍ଘ ବର୍ଷ ଧରି ମୂଲ୍ୟବାନ ସରକାରୀ ଜମି କେତେକ ସଂସ୍ଥା କବ୍‌ଜାରେ ରହିଯାଇଛି ବୋଲି ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri