କେବିଏନ୍‌ ଗ୍ୟାଙ୍ଗ୍‌ ମୁଖ୍ୟ ବୁବୁ ଜେନା ଗିରଫ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ ଏହାର ଭିଡିଓ ଭାରଇରାଲ କରି ଚର୍ଚ୍ଚାକୁ ଆସିଥିବା କେବିଏନ୍‌ (କୋଇ ଭି ନହିଁ) ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ଶେଷରେ ଧରାପଡିଛନ୍ତି। ଶୁକ୍ରବାର ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ଖଣ୍ଡିଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଅଞ୍ଚଳରୁ ଗିରଫ କରିଛି। ଏଥିସହ ଗଣ୍ଡମୁଣ୍ଡା ଅଞ୍ଚଳରେ ଥିବା ତାଙ୍କ ଘରେ ଚଢ଼ାଉ କରି ଏକ ଖଣ୍ଡା ଜବତ କରିଛି। ବୁବୁଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ୧୨ରୁ ଅଧିକ ମାମଲା ଥିବା ପୋଲିସ କହିଛି। ତେବେ ବୁବୁଙ୍କୁ ମିଶାଇ କେବିଏନ୍‌ ଗ୍ୟାଙ୍ଗର ୧୦ ଜଣଙ୍କୁ ପୋଲିସ ଏଯାବତ୍‌ ଗିରଫ କରିଥିବାବେଳେ ଆଉ ୧୯ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ଅଧିକ ତଦନ୍ତ କରୁଛି। ବୁବୁଙ୍କୁ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି। ଏଥିସହ ଡିସିପି କହିଛନ୍ତି, ମାରଣାସ୍ତ୍ର ଦେଖାଇ ଭିଡିଓ ଶୁଟ୍‌ କରି ସୋସିଆଲ ମିଡିଆରେ ଛାଡ଼ିବା ଏକ ଅପରାଧ। ଏପରି କାର୍ଯ୍ୟ ଯିଏ କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ୩ ମାସ ତଳେ ପ୍ରଥମେ ଭୁବନେଶ୍ୱରେ ଆତଙ୍କ ସୃଷ୍ଟି କଲାଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଉକ୍ତ ଭିଡିଓରେ ଥିବା ୨୦ରୁ ଊର୍ଦ୍ଧ୍ୱ ଯୁବକଙ୍କ ହାତରେ ବନ୍ଧୁକ, ଖଣ୍ଡା ଆଦି ମାରଣାସ୍ତ୍ର ରହିଥିଲା। ବିଳମ୍ବିତ ରାତିରେ ସେମାନେ ରାଜଧାନୀ ରାସ୍ତା ଉପରେ ଖୁଲମ୍‌ଖୁଲା ସେସବୁ ମାରଣାସ୍ତ୍ର ବୁଲାଇ ବୁଲୁଥିଲେ। କାର୍‌ ଝରକାରେ ବନ୍ଧୁକ ଦେଖାଇ ବ୍ଲାକ୍‌ ଫାୟାରିଂ ବି କରୁଥିଲେ। ଏହି ଦୃଶ୍ୟ ତାମିଲ ଫିଲ୍ମର ଅପରାଧୀଙ୍କଠାରୁ ବି କମ୍‌ ନ ଥିଲା। ରକ୍ତ ଚରିତ୍ର ଭଳି ଗୀତରେ ଭିଡିଓଗୁଡିକୁ ଏଡିଟିଂ କରାଯାଇଥିଲା। ଏହି ଗ୍ୟାଙ୍ଗ୍‌ ଭୁବନେଶ୍ୱର ୟୁନିଟ-୮, ଡେଲ୍‌ଟା ଛକ, ସିଆର୍‌ପି ଛକ, ନୟାପଲ୍ଲୀ, ବରମୁଣ୍ଡା, ପୁରୁଣା ଭୁବନେଶ୍ୱର ଆଦି ଅଞ୍ଚଳରେ ଆତଙ୍କ ଖେଳାଇବା ସହ ଏହାର ଦୃଶ୍ୟକୁ ଭିଡିଓ କରି ସୋସିଆଲ ମିଡିଆରେ ଛାଡି ନିଜର ଉପସ୍ଥିତି ଜାରି କରିବାକୁ ଚେଷ୍ଟା କରିଥିଲେ। ଗ୍ୟାଙ୍ଗର ସଦସ୍ୟମାନେ ସାବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଠି ହେଉଥିଲେ। ଏହାକୁ ନେଇ ରାଜଧାନୀବାସୀ ଭୟଭୀତ ହୋଇପଡିବା ସହ ସହରର ସୁରକ୍ଷା ଓ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିଥିଲା। ଏହାପରେ କମିଶନରେଟ ପୋଲିସର ଚେତା ପଶିଥିଲା। ସେପ୍ଟେମ୍ବର ୨୧ରେ ନୟାପଲ୍ଲୀ ସିଆର୍‌ପି ଛକ ପ୍ରିୟଦର୍ଶନୀ ମାର୍କେଟରେ ହୋଇଥିବା ଆକ୍ରମଣ ଘଟଣାରେ ବୁବୁ ଫେରାର ହୋଇଯାଇଥିଲେ। ଏହି ଗ୍ୟାଙ୍ଗକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ଫଳରେ ଉକ୍ତ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଧରିବାକୁ ଡିସିପି ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ଉକ୍ତ ଟିମ୍‌ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ଘର ଭାଙ୍ଗିବା ସହ ମାରଣାସ୍ତ୍ର ଜବତ କରି ଆସୁଛି। ଯେତେଥର ଚଢ଼ାଉ ହେଉଛି, ସେମାନଙ୍କ ଘରୁ ସେତେ ଅସ୍ତ୍ରଶସ୍ତ୍ର ବାହାରୁଥିବାରୁ ଏହା କେବିଏନ୍‌ ଗ୍ୟାଙ୍ଗ୍‌ର ସ୍ଥିତି ଏବେ ବି ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?